ଲୋକେ ବିଶ୍ୱସ କରନ୍ତି ଯେ, Chyawanprash ଖାଇଲେ ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥିଏ। ଫଳରେ ଆମକୁ ଥଣ୍ଡା, କାଶ, କଫ ଭଳି ଅନେକ ହୁଏ ନାହିଁ। ପ୍ରାୟତଃ ଶୀତ ଦିନେ Chyawanprashର ଚାହିଦା ଅଧିକ ଥାଏ। କୋରୋନା କାଳରେ ଏହାକୁ ବୁଷ୍ଟର ଭାବେ ଲୋକେ ବ୍ୟବହାର କରୁଥିଲେ। ତେବେ ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଉଠୁଛି- ଖାରାଦିନେ Chyawanprash ଖାଇବା ଉଚିତ୍ କି ?


COMMERCIAL BREAK
SCROLL TO CONTINUE READING

ଗ୍ରୀଷ୍ମ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସେ କି Chyawanprash ଖାଇବା ଠିକ୍ ହେବ କି ନାହିଁ ? ବାସ୍ତବରେ Chyawanprash ଏକ ଆୟୁର୍ବେଦୟ ଔଷଧ ଓ ଏହର ଗୁଣ ଗରମ, ତେଣୁ ଗ୍ରୀଷ୍ମ ଋତୁରେ Chyawanprash ଖାଇବା ଦ୍ବାରା ଆପଣଙ୍କର କଣ କ୍ଷତି ହୋଇପାରେ? ଆସନ୍ତୁ ଜାଣିବା, Chyawanprashକୁ ନେଇ ଲୋକଙ୍କ ମନରେ ଉଙ୍କିମାରୁଥିବା ଅନେକ ପ୍ରଶ୍ନର ଉତ୍ତର!


Chyawanprash ଅତ୍ୟଧିକ ଗରମ


Chyawanprashରେ ଅନେକ ଔଷଧିୀୟ ଉପାଦାନ ବ୍ୟବହାର କରାଯାଏ, ଯାହାକୁ ଖାଇଲେ ଶରୀରକୁ ଅତ୍ୟଧିକ ଗରମ ହୋଇାଏ। ତେଣୁ ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା କ୍ଷତିକାରକ ହୋଇପାରେ। ଯଦି ଆପଣ ଅଁଳାରୁ ନିର୍ମିତ Chyawanprash ଖାଉଛନ୍ତି, ତେବେ ତାହା ଆପଣଙ୍କ କୌଣସି କ୍ଷତି କରେ ନାହିଁ। କିନ୍ତୁ ଖରାଦିନରେ Chyawanprash ଖାଇବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା...


Also Read: ଭଉଣୀ ପାଇଁ ଭିକ୍ଷାବୃତ୍ତି; ମାମାକୁ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛି ବବଲୁ


Chyawanprash  ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ


Chyawanprash ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଯଦି ଏହାକୁ ଆପଣ ଅଧିକ ମାତ୍ରାରେ ଖାଉଛନ୍ତି ତେବେ ଏହା ଲାଭ ବଦଳରେ କ୍ଷତି ହୋଇପାରେ। ବିଶେଷ କରି ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ସମୟରେ ଟିକେ ଯତ୍ନବାନ ହେବା ଉଚିତ୍, ଯାହା ଦ୍ବାରା ଆପଣ କୌଣସି ସମସ୍ୟାର ସମ୍ମୁଖିୀନ ହେବେ ନାହିଁ। ସୂଚନାଅନୁସାରେ ଗ୍ରୀଷ୍ମ ଋତୁରେ Chyawanprash ଅତ୍ୟାଧିକ ଖାଇବା ଦ୍ବାରା ପେଟ ଫୁଲିବା, ପେଟ ଦରଜ ହେବା, ଝାଡା ହେବା ପରି ଅନେକ ସମସ୍ୟା ହୋଇପାରେ।


ରୋଗୀମାନେ ଯତ୍ନ ନେବା ଜରୁରୀ


ଗ୍ରୀଷ୍ମ ଋତୁରେ Chyawanprash ଖାଇବା ଦ୍ବାରା ଚର୍ମରେ ଆଲର୍ଜି, ନାଲି ଦାଗ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏଥିସହିତ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗୀମାନେ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ, ନଚେତ୍ ଆପଣ ସମସ୍ୟାରେ ପଡିପାରନ୍ତି।


Also Read: ଲାଲ ବାହିନୀର ଲାଲ ପୋଷ୍ଟର; ସ୍କୁଲରେ ୧୪ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁହଁ ଖୋଲୁନି ପ୍ରଶାସନ


ଏହି ଦିଗପ୍ରତି ଧ୍ୟାନ ଦେବା ଜରୁରୀ


୧. ଗ୍ରୀଷ୍ମ ଋତୁରେ ଆପଣଙ୍କୁ ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନେବା ଜରୁରୀ। ଗ୍ରୀଷ୍ମ ଋତୁରେ Chyawanprash ଖାଇବା ପୂର୍ବରୁ ନିଜର ଡାଏଟିସିଆନଙ୍କ ସହ ପରାମର୍ଶ ନିଅନ୍ତୁ।


୨. ଦିନରେ Chyawanprash ଖାଇବା ଠାରୁ ଦୂରରେ ରୁହନ୍ତୁ, କାରଣ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।


୩. ଯଦି ଆପଣଙ୍କୁ କୌଣସି ରୋଗବ୍ୟାଧି ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ପରେ Chyawanprash ନିଜ ଡାଏଟରେ ସାମିଲ କରନ୍ତୁ।