ଲାଲ ବାହିନୀର ଲାଲ ପୋଷ୍ଟର; ସ୍କୁଲରେ ୧୪ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁହଁ ଖୋଲୁନି ପ୍ରଶାସନ
Advertisement

ଲାଲ ବାହିନୀର ଲାଲ ପୋଷ୍ଟର; ସ୍କୁଲରେ ୧୪ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁହଁ ଖୋଲୁନି ପ୍ରଶାସନ

ମଦନପୁର ରାମପୁର ଠାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ (Private School) ରେ ଛାତ୍ରୀମାନଙ୍କୁ ଶାରୀରିକ ନିର୍ଯାତନା (Sexual assault) ଦେଉଥିବା ବେଳେ ୧୪ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି।

ସୌ- ସୋସିଆଲ ମିଡିଆ

କଳାହାଣ୍ଡି: ଉପାନ୍ତ ଅଞ୍ଚଳରେ ଦୁର୍ବଳ ହେଉଛି କି ମାଓ ଦମନ ଅଭିଯାନ? ସପ୍ତାହେ ନ ପୁରୁଣୁ ମଦନପୁର ରାମପୁର ଥାନା ଅଞ୍ଚଳରେ ଦ୍ୱିତୀୟ ଥର ଲାଲ ପୋଷ୍ଟର ଲାଗିଛି। ଏଥର ମଧ୍ୟ ଲାଲ ବାହିନୀ ସେହି ସମାନ ଅଭିଯୋଗ ଆଣିଛନ୍ତି। ଘରୋଇ ସ୍କୁଲରେ ଛାତ୍ରୀମାନଙ୍କ ଯୌନ 
ଶୋଷଣ ହେଉଥିବା ପୋଷ୍ଟରରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେବେ ଏହି ମାମଲାରେ ପ୍ରଶାସନ କିମ୍ବା ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ନିରବ ରହିଛନ୍ତି।

ମଦନପୁର ରାମପୁର (M Rampur) ଅନ୍ତର୍ଗତ ଜାମବାହାଳି ଗାଁ ନିକଟ ଏକ ଗଛରେ ମଙ୍ଗଳବାର ଲାଲ ବାହିନୀର ଏକ ଲାଲ ପୋଷ୍ଟର (Mao Poster) ଲାଗିଥିବା ଦେଖିବାକୁ ମିଳିଥିଲା। ମଦନପୁର ରାମପୁର ଠାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ (Private School) ରେ ଛାତ୍ରୀମାନଙ୍କୁ ଶାରୀରିକ ନିର୍ଯାତନା (Sexual assault) ଦେଉଥିବା ବେଳେ ୧୪ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି।

Also Read: ପର୍ଣ୍ଣ ଭିଡିଓ ଦେଖି ପିଲାଙ୍କ ଆଗରେ ସ୍ତ୍ରୀକୁ ହତ୍ୟା କଲା ଅଟୋ ଡ୍ରାଇଭର

ଏହା ବ୍ୟତୀତ ଯଥାଶୀଘ୍ର ସରକାର ଏହିଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଯଦି ସରକାର କୌଣସି ପଦକ୍ଷେପ ନ ନେଲେ ଲାଲ ବାହିନୀ (Mao) ଦୋଷୀକୁ ଦଣ୍ଡ ଦେବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟରଟି  ଜାରି କରାଯାଇଥିବା ଜଣାପଡିଛି। ଚଳିତ ଏପ୍ରିଲ ୧୫ ତାରିଖ ମାଓ ସଂଗଠନ ପକ୍ଷରୁ ସମାନ ପୋଷ୍ଟର ଜାରି କରାଯାଇଥିଲା। ସେଥିରେ ମଧ୍ୟ ଉକ୍ତ ସ୍କୁଲରେ ଛାତ୍ରୀ (Students) ଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ମାଓ ପୋଷ୍ଟରେ କରାଯାଇଥିବା ଅଭିଯୋଗ ଉପରେ ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନ ମୁହଁ ଖୋଲୁ ନାହାନ୍ତି। ସପ୍ତାହେରେ ଦୁଇ ଦୁଇ ଥର ସମାନ ଅଭିଯୋଗରେ ମାଓ ପୋଷ୍ଟର ଲାଗିଛି। କିନ୍ତୁ ଅଭିଯୋଗର ସତ୍ୟାତା ଜାଣିବା ପାଇଁ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଇଛି ତହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଛି।

Also Read: ପାଣିରେ ପ୍ରଣୟ! ଭାଇରାଲ ହେଉଛି ଗଞ୍ଜାମର ପୋଖରୀ ଭିତର ଦୃଶ୍ୟ

 

ସୂଚନାଯୋଗ୍ୟ, ଗତ ଫେବୃଆରୀ ୫ ଓ ୧୨ ତାରିଖରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିଲା। ମାଓବାଦୀମାନେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ସମୟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ସେହି ମାସ ୮ ତାରିଖରେ ଫୁଲବାଣୀ ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟରେ ମାଓ ପୋଷ୍ଟର ଲାଗିଥିବା ବେଳେ ୯ ତାରିଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ଗାଈ ଚରାଳିଙ୍କ ଜୀବନ ଯାଇଥିଲା।