କୁନି ଭଉଣୀର ଜୀବନ ବଞ୍ଚାଇବାକୁ ୧୨ ବର୍ଷର ଭାଇ ସଙ୍ଘର୍ଷ କରୁଛନ୍ତି । ଭଉଣୀକୁ କାନ୍ଧରେ ବୋହି ବୋହି ସହାୟତା ମାଗୁଛନ୍ତି ।
Trending Photos
ପାରାଦୀପ: କଅଁଳ କାନ୍ଧରେ ଲଦି ହୋଇଛି ଭଉଣୀର ଚିକିତ୍ସା (Treatment) ବୋଝ । ଢେଙ୍କାନାଳ ଭୁବନ ଅଞ୍ଚଳର ୧୨ ବର୍ଷୀୟ ଛୁଆ ବବଲୁ ନିଜ ୬ ବର୍ଷିୟା ଭଉଣୀର ଚିକିତ୍ସା ପାଇଁ ଏବେ ପାରାଦୀପରେ ଭିକ୍ଷାବୃତ୍ତି କରୁଛନ୍ତି। ସମୟର ଅନେକ ପୂର୍ବରୁ ପରିବାରର ପ୍ରତିପୋଷଣର ବୋଝ ତଳେ ଚାପି ହୋଇ ବବଲୁ ନିଜ ପିଲା ଦିନକୁ ହରାଇବାକୁ ଲାଗିଛନ୍ତି ।
ଢେଙ୍କାନାଳ (Dhenkanal) ଭୁବନ ଅଞ୍ଚଳର ୧୨ ବର୍ଷୀୟ ବାଳକ ବବଲୁ ନିଜ ୬ ବର୍ଷୀୟ ଭଉଣୀର ଚିକିତ୍ସା ପାଇଁ ଏବେ ପାରାଦୀପରେ (Paradeep) ଭିକ୍ଷାବୃତ୍ତି କରୁଛନ୍ତି । ଭଉଣୀର ମୁଣ୍ଡର ଓଜନ ଦିନକୁ ଦିନ ବଢୁଥିବାରୁ ଚିକିତ୍ସା ନିହାତି ଜରୁରୀ ହୋଇପଡିଛି। ବାପା ଦୁର୍ଘଟଣାରେ (Accident) ଅକର୍ମଣ୍ୟ ଯୋଗୁଁ ବବଲୁଙ୍କ ଉପରେ ପରିବାର (Family) ଚଳାଇବା ଦାୟିତ୍ୱ ରହିଛି । ତଥାପି ହାର୍ ନମାନି ପାରାଦୀପରେ ଭଉଣୀକୁ କାନ୍ଧରେ ବସାଇ ଭିକ୍ଷା ବବଲୁ ମାଗୁଛନ୍ତି ।
Also Read: ଲାଲ ବାହିନୀର ଲାଲ ପୋଷ୍ଟର; ସ୍କୁଲରେ ୧୪ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁହଁ ଖୋଲୁନି ପ୍ରଶାସନ
ମା'ଙ୍କ ମୃତ୍ୟୁ ପରେ ବବଲୁଙ୍କ ପରିବାରକୁ ଗାଁରେ ଚଳିବାକୁ ଗ୍ରାମବାସୀ ଦେଇ ନଥିଲେ । ତେଣୁ ବାଧ୍ୟ ହୋଇ ବବଲୁଙ୍କ ବାପା ଅରୁଣ ମହାରଣା ଛୁଆମାନଙ୍କୁ ଧରି ରୋଜଗାର ଆଶାରେ ପାରାଦୀପରେ ପହଞ୍ଚିଥିଲେ । ସେଠାରେ ସେ ମୁଲ ଲାଗି ଦୁଇ ପଇସା ରୋଜଗାର କରିବା ଆରମ୍ଭ କରିଥିଲେ । ଯେଉଁଥିରେ ସହପରିବାର କଷ୍ଟେମଷ୍ଟେ ଚଳିଯାଉଥିଲେ । ହେଲେ ଭାଗ୍ୟକୁ ଦଇବ ବଇରି ସାଜିଲା ଭଳି ଏକ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ଅରୁଣ ମହାରଣା ଘରେ ପଡ଼ିଗଲେ । ତେଣୁ ସମୟର ଅନେକ ପୂର୍ବରୁ ପରିବାରର ପ୍ରତିପୋଷଣର ବୋଝ ତଳେ ଚାପି ହୋଇ ୧୨ ବର୍ଷର ପୁଅ ବବଲୁ ନିଜ ପିଲା ଦିନକୁ ହରାଇବାକୁ ଲାଗିଛନ୍ତି ।
ଏବେ ଭଉଣୀର ଚିକିତ୍ସା ପାଇଁ ପାରାଦୀପ ସହରରେ ବବଲୁ ବୁଲି ବୁଲି ଭିକ୍ଷାବୃତ୍ତି କରୁଛନ୍ତି । କୁନି ଭଉଣୀ ମାମା ମହାରଣାଙ୍କ ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ମୁଣ୍ଡର ଓଜନ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି । ସହାୟତା ପାଇଁ ଅନୁରୋଧ ପରେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ହେଲେ ମାମାର ଚିକିତ୍ସା ପାଇଁ ଏହି ଅର୍ଥରାଶି ସମୁଦ୍ରକୁ ଶଙ୍ଖେ ପରି ଥିଲା ।
Also Read: ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ନିର୍ଘାତ ମାଡରେ ଦରମରା ଡ୍ରାଇଭର ନିଖୋଜ, ଦୁଇ ମୃତ
ସେପଟେ ମୁଣ୍ଡ ଅସ୍ତ୍ରୋପଚାର (Surgery) କଲେ ମାମାଙ୍କ ମୃତ୍ୟୁ ନିଶ୍ଚିତ ବୋଲି କଟକ ସରକାରୀ ଡାକ୍ତର କହିଥିଲେ । ସେଥିପାଇଁ ପାରାଦୀପରେ ନିଜ ଭଉଣୀକୁ କାନ୍ଧରେ ଧରି ବବଲୁ ଏଣେତେଣେ ଭିକ୍ଷା ମାଗୁଛନ୍ତି । ଲୋକେ ସାହାଯ୍ୟ କଲେ ଭଉଣୀ ଭଲ ହୋଇଯିବ ବୋଲି ଏବେ ବି ସେ ଆଶା ବାନ୍ଧିଛନ୍ତି । ବବଲୁଙ୍କ ବୟସରେ ପିଲା ପାଠ ପଢ଼ିବା ସହ ଖେଳା-ବୁଲା କରି ନିଜ ବାଲ୍ୟବସ୍ଥାକୁ ଉପଭୋଗ କରୁଥିବା ବେଳେ, ଏତେ କୁନି ବୟସରେ ଦାୟିତ୍ୱର ଫାସରେ ଫସି ପେସି ହେଉଛନ୍ତି ।