Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର, ରହିଛି ଧନଲାଭର ଯୋଗ ସହ କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

Venus Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ତେବେ, ଏହି କ୍ରମରେ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଶୁକ୍ର ବର୍ତ୍ତମାନ ମିଥୁନ ରାଶିରେ ଥିବା ବେଳେ ଜୁଲାଇ ୭ ତାରିଖ ସକାଳ ୬ଟା ୩୫ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଚନ୍ଦ୍ର ଓ ବୁଧ ବିରାଜମାନ ରହିଛନ୍ତି । ଗୋଟିଏ ରାଶିରେ ଶୁକ୍ର-ଚନ୍ଦ୍ର-ବୁଧଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ତେବେ, ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଉଜ୍ବଳ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

Narmada Behera Wed, 03 Jul 2024-9:46 am,
1/3

ଧନବାନ୍ ହେବେ ଏହି ସବୁ ରାଶି :

ମେଷ : ଏହି ଦୁର୍ଲଭ ସଂଯୋଗ ମେଷ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏହି ଅବଧି ମଧ୍ୟରେ ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବିଶେଷକରି, ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଭଲ ପାଉଥିବା ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।  ବିଶେଷକରି, ରିୟଲି ଇ-ଷ୍ଟେଟ୍ ସହ ଜଡିତ ବ୍ୟବସାୟୀଙ୍କ ପାଇଁ ସମୟ ବହୁତ୍ ଖାସ୍ ରହିଛି। କାରବାର ଭଲ ରହିବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ବିଶେଷକରି, କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। 

2/3

କର୍କଟ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦୁର୍ଲଭ ସଂଯୋଗ ଅତ୍ୟନ୍ତ ଫଳଦାୟୀ ରହିବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଇଁଟିବା ସହ  ବରିଷ୍ଠ ଅଧିକାରୀଙ୍କ ମନ ଜିଣିବେ। ପଦୋନ୍ନତିର ଯୋଗ ରହିଛି । ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ଭବିଷ୍ୟତ ପାଇଁ ଟଙ୍କା ସଂଚୟ କରିବେ।  ବିଶେଷକରି, ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । କିନ୍ତୁ ମାସ ଶେଷ ଆଡକୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଚିନ୍ତିତ ରହିବେ। ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ। ଏ-ହି ଅବଧି ମଧ୍ୟରେ ଗାଡି଼ କିମ୍ବା ଏକ ଜମି କ୍ରୟ କରିପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ

 

3/3

ତୁଳା:  ତୁଳା ରାଶି ଲୋକେ ଶୁକ୍ରଙ୍କ ଆର୍ଶିବାଦ ପାଇବେ।  ଶୁକ୍ର ଏହି ରାଶିର ପ୍ରଭୁ ଅଟନ୍ତି। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଯଦି ଆପଣ ଚାକିରିରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ତେବେ, ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବ । ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିଛି। ବ୍ୟବସାୟରେ ଭଲ ଅଗ୍ରଗତି ହେବ । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଖାସ୍ କରି,  ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ବେକାରୀମାନେ ଚାକିରି ପାଇବେ।  ଧନଲାଭର ଯୋଗ ରହିଛି। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link