Weekly Career Horoscope: ନୂଆ ସପ୍ତାହରେ ଲାଭରେ ରହିବ ଏହିସବୁ ରାଶି, ବେକାରିଙ୍କୁ ମିଳିବ ନୂଆ ଚାକିରି, ବ୍ୟବସାୟୀଙ୍କର ବଢିବ ଆୟ...

Weekly Career Horoscope 21 to 27 October 2024: ଶେଷ ହେବାକୁ ଯାଉଛି ଅକ୍ଟୋବର । ମାସର ଶେଷ ସପ୍ତାହ କ୍ୟାରିୟର ଦୃଷ୍ଟିକୋଣରୁ କିପରି ରହିବ? ଅକ୍ଟୋବର ଶେଷ ଦିନ ଅର୍ଥାତ୍ ଦୀପାବଳିରେ ଗଜକେଶରୀ ରାଜଯୋଗ ପଡୁଛି। ଏହି ଯୋଗର ଶୁଭପ୍ରଭାବ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ବ୍ୟବସାୟୀ ଓ ଚାକିରିଆ ମାନଙ୍କ ପାଇଁ ଅନୁକୂଳ ରହିବ ନୂଆ ସପ୍ତାହ। ବ୍ୟବସାୟରେ ଉନ୍ନତି ହେବା ସହ ଚାକିରିଆମାନେ ମଧ୍ୟ କର୍ମକ୍ଷେତ୍ରରୁ ଭଲ ଖବର ପାଇବେ। ତେବେ, କର୍ମକ୍ଷେତ୍ରରେ ନୂଆ ସପ୍ତାହ କିଭଳି ରହିବ ୧୨ଟି ରାଶିଙ୍କ ପାଇଁ ଆସନ୍ତୁ ଜାଣିବା ....

Narmada Behera Sat, 19 Oct 2024-10:44 am,
1/12

ମେଷ: ନୂଆ ସପ୍ତାହରେ ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ ଅଯଥା ବିବାଦରେ ଫସି ପାରନ୍ତି। ତେଣୁ ଅଯଥା ବିବାଦରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ।  ଯାହା ଆପଣଙ୍କ ପାଇଁ ଭଲ ହେବ। କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । ଫଳରେ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେବ। ସପ୍ତାହର ମଧ୍ୟ ଭାଗରେ କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । ଯେଉଁମାନେଙ୍କ ନୂଆ ନୂଆ ବିବାହ ହୋଇଛି, ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। 

ALSO READ:  Diwali 2024: ଦୀପାବଳିରେ ଗଜକେଶରୀ ରାଜଯୋଗ, ଧନବାନ୍ ହେବେ ଏହିସବୁ ରାଶି! କିଣିବେ ନୂଆ ଗାଡି ସହ...

ALSO READ:  Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!

2/12

ବୃଷ:  ନୂଆ ସପ୍ତାହ କ୍ୟାରିୟର ଦୃଷ୍ଟିକୋଣରୁ ଭଲ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ଅଟକି ଥିବା ଟଙ୍କା ପାଇବେ। କୌଣସି ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। କାମ -କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ସାବଧାନ ରୁହନ୍ତୁ । କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।  ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। 

3/12

  ମିଥୁନ:  ବ୍ୟବସାୟୀଙ୍କ ଲାଗି ସପ୍ତାହର ପ୍ରଥମାର୍ଦ୍ଧ ଖୁବ୍ ଖାସ୍ ରହିବ।  ବିଦେଶରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ସମୟ ଅନୁକୂଳ ରହିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ।  ଅଟକିଥିବା କାର୍ଯ୍ୟ ପୁରା ହେବ । କର୍ମକ୍ଷେତ୍ରରେ ଉତ୍ସାହର ସହିତ କାର୍ଯ୍ୟ କରିବେ । ଆପଣଙ୍କ ଆଦର ସମ୍ମାନ ହେବ ।  ନିଜ ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ ।  ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ନଚେତ୍ ଆର୍ଥିକ ସ୍ଥିତି ବିଗିଡିବ। 

4/12

କର୍କଟ:  ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ ।  ଯେଉଁମାନେ ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଅଛନ୍ତି। ସେମାନଙ୍କ ବ୍ୟବସାୟରେ ଅଭିବୃଦ୍ଧି ଘଟିବ। ଦୂର ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ଜୀବନର ଭରପୁର ଲାଭ ଉଠାନ୍ତୁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ । ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ । 

 

5/12

ସିଂହ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ନଚେତ ସମସ୍ୟାରେ ପଡିବେ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାୟଣ ହେବେ। ଆୟରେ ବୁଦ୍ଧି ହେବ। ଶରିର ସମସ୍ୟା ରହିପାରେ । ଖର୍ଚ୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ । 

 

6/12

କନ୍ୟା:  ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବ ପାଇଁ ସମୟ ଭଲ ରହିଛି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବ୍ୟବସାୟ-ବାଣିଜ୍ୟ କାରବାରରେ ଜଡିତ ଥିବା ଲୋକେ ଲାଭବାନ୍ ହେବେ। ନିଜକୁ ନେଇ ଦୁଖୀ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ନିଜ ସାଙ୍ଗ ମାନଙ୍କ ସାହିତ ମନୋରଞ୍ଜନ ଭରା ସମୟ ବିତାଇବେ । ସ୍ବାସ୍ଥ୍ୟ ଭଲ ରହିବ। 

 

7/12

ତୁଳା:  ଅକ୍ଟୋବର ଶେଷ ସପ୍ତାହରେ ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। କାହିଁକିନା, କର୍ମକ୍ଷେତ୍ରରେ ପକ୍ଷପାତିତାର ଶୀକାର ହେବେ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଆପଣଙ୍କୁ ହଇହାଣ ହରକତ କରିବାକୁ ଚେଷ୍ଟା କରି ବିଫଳ ହେବ। ପ୍ରତ୍ୟକ ପରିସ୍ଥିତିକୁ ଧୌର୍ଯ୍ୟର ମୁକାବିଲା କରନ୍ତୁ। ବ୍ୟବସାୟୀ ମାନେ ମଧ୍ୟ ନୂତନ କାରବାର କରନ୍ତୁ ନାହିଁ। ଟେକ୍ସଟାଇଲ୍ ଓ ଅଳଙ୍କାର ବ୍ୟବସାୟୀ ବ୍ୟବସାୟରେ ଅଧିକ କ୍ଷତି ସହିବେ।

8/12

ବିଛା:  ଚଳିତ ମାସର ଶେଷ ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ ।  କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ। ଫଳରେ କାମରେ ରୁଚି ବଢିବ ନାହିଁ । ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ । କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି। 

 

9/12

ଧନୁ: କ୍ୟାରିୟର ଦୃଷ୍ଟି କୋଣରୁ ଏହି ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଶୁଭ ରହିବ। ବିଶେଷକରି, ସାହିତ୍ୟ, କାଳ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ। ବ୍ୟାପାରରେ ନୂଆ ଯୋଜନା ଆପଣେଇବା ଦ୍ଵାରା ବ୍ୟାପାରରେ ବୃଦ୍ଧି ଘଟିବ।  ଆୟରେ ବଢିବ। ପୁରୁଣା ନିବେଶରୁ ଲାଭ ମିଳିବ। ସ୍ବାସ୍ଥ୍ୟବସ୍ଥା  ଠିକ୍ ରହିବ।

 

10/12

ମକର : ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ।  କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ବ୍ୟବସାୟ ଭଲ ହୋଇପାରେ । ଫାଲତୁ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ।  ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । ଆଣିଥିବା ଧାର ଓ କରଜ ସୁଝିବାରେ ସକ୍ଷମ ହେବେ। କୌଣସି ବିବାଦରେ ବିଜୟ ମିଳିବ । ପତ୍ନୀ ଓ ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଦେବଦର୍ଶନ ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

 

11/12

କୁମ୍ଭ: କ୍ୟାରିୟର ଦୃଷ୍ଟି କୋଣରୁ ନୂଆ ସପ୍ତାହ ଏହି ରାଶିମାନଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ପ୍ରଚୁର ଲାଭ ମିଳିବ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଆଶାରେ ଅଛନ୍ତି । ସେମାନଙ୍କୁ ଚାକିରି ମଳିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ। 

12/12

ମୀନ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭମୟ ହେବ। ଚାକିରିରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜକ୍ଟ କରିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ବିଶେଷକରି, ଥଣ୍ତା ଓ ଜ୍ବରରେ ପୀଡିତ ହୋଇପାରନ୍ତି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link