Advertisement
Photo Details/zeeodisha/odisha2478776
photoDetails0hindi

Diwali 2024: ଦୀପାବଳିରେ ଗଜକେଶରୀ ରାଜଯୋଗ, ଧନବାନ୍ ହେବେ ଏହିସବୁ ରାଶି! କିଣିବେ ନୂଆ ଗାଡି ସହ...

Gaj Kesari Rajyoga in Diwali 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ଧନୁ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୩୧ ତାରିଖ ଦିନ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଚନ୍ଦ୍ର ବିରାଜମାନ ଅଛନ୍ତି। ଦୀପାବଳିରେ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳିନ ଶୁଭଯୋଗ ବା ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ଚନ୍ଦ୍ର ଓ ଦେବଗୁରୁ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନ ଐଶ୍ବର୍ଯ୍ୟ ପ୍ରାପ୍ତ କରିବା ସହିତ ସୁଖି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଗଜକେଶରୀ ରାଜଯୋଗ ପ୍ରଭାବରୁ କେଉଁ ରାଶିଙ୍କ ଭାଗ୍ୟ ଦୀପାବଳିରେ ଚମକାଇବାକୁ ଯାଉଛି...

1/3

ମେଷ: ଗଜକେଶରୀ ରାଜଯୋଗ ପ୍ରଭାବ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ। ଆପଣଙ୍କ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀ ଆପଣଙ୍କୁ ସମ୍ମାନୀତ କରିବେ। ବ୍ୟବସାୟୀମାନଙ୍କ ଲାଗି ସମୟ ଖୁବ୍ ଅନୁକୂଳ ରହିବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ଯେଉଁମାନେ ବିଦେଶରେ କୌଣସି ପ୍ରକାର ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଭଲ ରେଜଲ୍ଟ ପାଇବେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!    

2/3

କନ୍ୟା: ଗଜକେଶରୀ ରାଜଯୋଗ ଏ-ହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ନୂତନ ଗାଡି କିମ୍ବା ଜମି କିଣିପାରନ୍ତି। ଯେଉଁମାନେ ଦିର୍ଘ ଦିନ ହେବେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥା ବା ଅନୁଷ୍ଠାନରୁ ନିଯୁକ୍ତି ନେଇ ଫୋନ୍ କଲ୍ ଆସିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ରିସର୍ଚ୍ଚ ଓ ଡାକ୍ତରୀ  କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ରାଜନୈତିକ କ୍ଷେତ୍ରରେ ଜଡ଼ିତ ଥିବା ଲୋକେଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିବ। କିନ୍ତୁ ଟଙ୍କାର ଅଭାବକୁ ନେଇ ସାମାନ୍ୟ ଚାପରେ ରହିବେ। ମାସ ଶେଷ ଆଡ଼କୁ ନିଜ ପତ୍ନୀ-ପରିବାର ଲୋକଙ୍କ ସହ ସପିଂରେ ଯିବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳବ। ବ୍ୟବସାୟୀମାନଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ସ୍ବାସ୍ଥ୍ୟବସ୍ଥା ଖରାପ ରହିବ। 

 

3/3

ତୁଳା: ଗଜକେଶରୀ ରାଜଯୋଗ ପ୍ରଭାବରୁ ଏହି ରାଶିର ଲୋକମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିଛି। ଚେଷ୍ଟା ଜାରି ରଖନ୍ତୁ  ସଫଳତା ନିଶ୍ଚେୟ ପାଇବେ। ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଭଲ ଲାଭ ପାଇବେ। ଆୟରେ ବୃଦ୍ଧି ଘଟିବ। ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। କିନ୍ତୁ ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ଅଘଟଣର ସାମ୍ନା କରିପାରନ୍ତି।  ଏହି ଅବଧି ମଧ୍ୟରେ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ।  ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୁଳ ରହିବ। ସାଥୀଙ୍କ ସହିତ ଡେଟ୍ ରେ ଯିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)