Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

Weekly Special Horoscope 14 to 20 October 2024: ଅକ୍ଟୋବର ତୃତୀୟ ସପ୍ତାହ କିପରି କଟିବ? ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ, ସ୍ବାସ୍ଥ୍ୟବସ୍ଥା ଓ ବ୍ୟବସାୟିତ ସ୍ଥିତି । ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧିଯୋଗ ସହ ରବିଯୋଗ ପ୍ରଭାବରୁ କିଛି ରାଶିର ଲୋକଙ୍କ ଭାଗ୍ୟଙ୍କ ଉଜ୍ଜଳ ହେବାକୁ ଥିବା ବେଳେ ଆଉ କିଛି ରାଶିର ଲୋକଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ନୂଆ ସପ୍ତାହ କିପରି ରହିବ?

Narmada Behera Fri, 11 Oct 2024-7:27 am,
1/12

ମେଷ: ଅକ୍ଟୋବର ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ସପ୍ତାହ ଆରମ୍ଭରୁ କ୍ୟାରିୟରକୁ ନେଇ ଖୁସି ଖବର ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଅଟକିଥିବା ପଦୋନ୍ନତି ମିଳିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ମିଳିବ। ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ନୂଆ ଜମି କ୍ରୟ କରିବାର କରିବେ। ଯେଉଁମାନେ ଜମିବିକ୍ର ବଟା କାରବାରରେ ଜଡିତ  ଅଛନ୍ତି । ସେମାନେ ଲାଭବାନ୍ ହେବେ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଛନ୍ତି । ତେବେ,ନୂଆ ସପ୍ତାହରେ ସେହି କାର୍ଯ୍ୟରେ କରନ୍ତୁ ସଫଳ ହେବେ। ନିଜ ସାଥୀଙ୍କ ସହ ସମୟ ଅନୁକୂଳ ରହିବ।  ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Today Horoscope: ଆଜି ତୁଳା-ମୀନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ହେବ ପଦୋନ୍ନତି ସାଙ୍ଗକୁ କିଣିବେ ନୂଆ ଘର!

2/12

ବୃଷ: ନୂଆ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମରେ ଫଳ ପାଇବେ। ସପ୍ତାହ ଆରମ୍ଭରୁ ଅଫିସ୍ ଟୁର୍-କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ସମ୍ପତ୍ତି ବିବାଦ ଅଧିକ ବଢିପାରେ। ତେଣୁ ବିବାଦ କୋର୍ଟକୁ ଯିବା ପୂର୍ବରୁ ଆପୋଣ ବୁଝାବଣା କଲେ ଭଲ। ସପ୍ତାହ ମଧ୍ୟ ଭାଗରେ କୌଣସି ପାରିବାରିକ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ଘନିଷ୍ଠ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇବେ। ବିଦେଶରେ ଚାକିରି  ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଟଙ୍କା- ପଇସାକୁ ନେଇ ବନ୍ଧୁ ବାନ୍ଧବଙ୍କ ସହ କୌଣସି ପ୍ରକାର ମନୋ ମାଳିନ୍ୟ ହୋଇପାରେ। ସପ୍ତାହ ଶେଷ ଭାଗରେ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ଲାଗି ସମୟ ଏତେ ଖାସ୍ ରହିବ  ନାହିଁ। 

3/12

ମିଥୁନ:  ମିଥୁନ ରାଶିଙ୍କ ପାଇଁ ନୂଆ ସପ୍ତାହରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଋତୁ କାଳୀନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ତେଣୁ , ଏହି କାରଣରୁ ସ୍ବାସ୍ଥର ଯତ୍ନ ନେବା ଜରୁରୀ। ସ୍ବାସ୍ଥ୍ୟ ଭଲ ନ ରହିବା କାରଣରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। ସପ୍ତାହ ଆରମ୍ଭରୁ କୌଣସି ଦାମୀ ଜିନିଷ କ୍ରୟ କରିବା ନେଇ ଖର୍ଚ୍ଚ ବୃଦ୍ଧି ହେବ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଆରମ୍ଭ କରନ୍ତୁ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ବ୍ୟବସାୟରେ କୌଣସି ପ୍ରକାର ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଲାଭ ବଦଳରେ କ୍ଷତି ସହିବେ।  ପ୍ରେମୀ ମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। କୌଣସି କାରଣକୁ ନେଇ ସମ୍ପର୍କ ଭାଙ୍ଗିପାରେ। ତେଣୁ ନିଜ ସାଥୀଙ୍କୁ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।  

 

4/12

କର୍କଟ: ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣା ଦାୟକ ରହିବ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ କର୍ମକ୍ଷେତ୍ରର ବିବାଦ ଦେଖାଦେଇପାରେ। ଛୋଟୋମୋଟ କଥାକୁ ନେଇ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହ ପାଟିତୁଣ୍ତ ହୋଇପାରେ। ଯାହାକୁ ନେଇ ଆପଣଙ୍କୁ ଚାକିରିରୁ ବରଖାସ୍ତ ହେବାକୁ ପଡିପାରେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନର ଉପରେ ଅଧିକ ଭରସା କରନ୍ତୁ ନାହିଁ। ନଚେତ୍ ଠକାମୀର ଶୀକାର ହୋଇପାରନ୍ତି। ଘରେ କୌଣସି ପ୍ରକାର ମାଙ୍ଗଳିକ ବା ଶୁଭ କାର୍ଯ୍ୟ ହୋଇପାରେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ନିଜ ସାଙ୍ଗ ସାଥୀମାନଙ୍କ ସହ ପିକନିକ୍ ଯିବେ। ସପ୍ତାହ ଶେଷ ଭାଗରେ ମହିଳାମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି। ପ୍ରେମୀମାନେ, ଅର୍ଥାତ୍ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଛନ୍ତି । ସେମାନେ- ସାଥୀଙ୍କ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ମାନସିକ ଶାନ୍ତି ନଥିଲେ ମଧ୍ୟ ବୌବାହିକ ଜୀବନ ସୁଖମୟ ହେବ। 

5/12

ସିଂହ:  ସିଂହ ରାଶିଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଶୁଭ ରହିବ। ଆସନ୍ତା ସପ୍ତାହରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବିଶେଷକରି, ଯେଉଁମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ସପ୍ତାହର ପ୍ରଥମାର୍ଦ୍ଧରେ  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ସପ୍ତାହ ଶେଷ ବେଳକୁ କୌଣସି ବାଦ ବିବାଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ । ବ୍ୟବସାୟୀମାନେ କୌଣସି ଡିଲ୍ ଫାଇନାଲ୍ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଗୁଡିକ ତନ୍ନ ତନ୍ନ କରି ପଢିବା ଉଚିତ୍। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅଘଟଣ ଘଟିବାର ସମ୍ଭାବନା ରହିଛି। ପ୍ରେମୀଙ୍କ ପାଇଁ ସପ୍ତାହଟି ଅନୁକୂଳ ଅଟେ।  

 

6/12

କନ୍ୟା: ନୂଆ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାର। ଯାହାକୁ ନେଇ ଚାପରେ ରହିବେ। କଠିନ ପରିଶ୍ରମ କରିବାକୁ ପଡିପାରେ। କମ୍ପିଟେଟିଭ୍ ଏକ୍ସାମ ପାଇଁ କୌଣସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସପ୍ତାହ ମଧ୍ୟ ଭାଗରେ ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଫଳରେ କ୍ଲାନ୍ତ ଅନୁଭବ କରିବେ। ଆଉ ଦୂରଯାତ୍ରାରୁ ଆଶା ଜନକ ଫଳ ପାଇବେ ନାହିଁ। ସପ୍ତାହର ଦ୍ବୀତିୟାଦ୍ଧରେ ଉଭୟ ସ୍ବାସ୍ଥ୍ୟ ଓ ସମ୍ପର୍କ ଉପରେ ଧ୍ୟାନ ଦେବକୁ ପଡିବ। କାହିଁକିନା ଟଙ୍କା ପଇସାକୁ ନେଇ ବନ୍ଧୁ ବା ନିଜ ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି। ତେବେ,ସେମାନଙ୍କ ଲାଗି ସମୟ ଶୁଭ ରହିବ। ନିଜ ମନର କଥା ସାଥୀଙ୍କ ଆଗରେ ପ୍ରକାଶ କରିବା ପାଇଁ। ପ୍ରେମୀମାନେ ନିଜ ସାଥୀଙ୍କୁ ଅଣଦେଖା କରନ୍ତୁ ନାହିଁ। ନଚେତ୍ ସମ୍ପର୍କ ଭାଙ୍ଗିପାରେ। 

 

7/12

ତୁଳା:  ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ଶୁଭ ରହିବ। ରାଜନୀତିରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ କୌଣସି ବଡ଼ ପଦ ଦଳ ପକ୍ଷରୁ ମିଳିପାରେ। ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ନୂଆ ଘର କିଣିବା ସହ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ବ୍ୟବସାୟିକ ଦୃଷ୍ଟି କୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ। ନିଜ ବନ୍ଧୁ ବାନ୍ଧକଙ୍କ ହୋଇଥିବା ମନମାଳିନ୍ୟ ଦୂର ହେବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ନିଜ ପ୍ରିୟର ଲୋକଙ୍କ ସହ ହସ-ଖୁସିରେ ସମୟ ବିତାଇବେ। ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କରେ ଅଧିକ ମଜବୁତ୍ ହେବ। ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।

8/12

ବିଛା: ନୂଆ ସପ୍ତାହଟି ଆପଣଙ୍କ ପାଇଁ ବେଶ୍ ଆନନ୍ଦଦାୟକ ରହିବ। କର୍ମକ୍ଷେତ୍ରରେ ମହିଳା ମାନେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ଚ୍ୟାଲେଂଜର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ଆଶାନୁରୂପକ ଫଳପାଇବେ ନାହିଁ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସପ୍ତାହ ଶେଷଭାଗରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେଶ ଅଂଶ ଗ୍ରହଣ କରିପାରନ୍ତି।  ସପ୍ତାହ ଶେଷବେଳକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି। ତେଣୁ ସ୍ବାସ୍ଥ୍ୟକୁ ନେଇ ସଚେନତ ରୁହନ୍ତୁ। ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ। ବୈବାହିକ ଜୀବନ ସୁଖମୟ ହେବ। 

 

9/12

ଧନୁ: ଏହି ରାଶିର ଲୋକଙ୍କୁ ନୂଆ ସପ୍ତାହରେ ସତର୍କତାରେ ସହ ଚଳିବାକୁ ପଡିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ଦୂରଯାତ୍ରା କଲେ ଆଶା ଜନକ ଫଳ ପାଇବେ ନାହିଁ। କୌଣସି କାର୍ଯ୍ୟରେ ଘନିଷ୍ଠ ବନ୍ଧୁଙ୍କ ସାହାର୍ଯ୍ୟ ପାଇଁ ଖୁସି ଅନୁଭବ କରିବେ।  ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଯେଇଁଥିରୁ ଭଲ ଦ୍ବି-ପଇସା ଲାଭ ମିଳିବ। ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଇଚ୍ଛା ଥିବା ବ୍ୟକ୍ତି ବିଶେଷମାନେ ବିନିଯୋଗ ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍। ଏବଂ ଭାବିଚିନ୍ତି ଆଗକୁ ବଢନ୍ତୁ। ଦିର୍ଘ ଦିନଧରି ଚାଲିଥିବା କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ପୁଣି ଥରେ କୋର୍ଟ ଦୌଡିବାକୁ ପଡିପାରେ। ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ପ୍ରେମୀଙ୍କ ଲାଗି ସମୟ ପ୍ରତିକୂଳ ରହିବ। ସାଥୀଙ୍କ ସହ ବିବାଦ ନ କରିବାକୁ ପରାମର୍ଶ। 

 

10/12

ମକର:  ଏହି ରାଶିର ଲୋକଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। କର୍ମକ୍ଷେତ୍ର ହେଉ କି ବ୍ୟବସାୟିକ କ୍ଷେତ୍ର ସହୁଠି ସତର୍କତାର ସହ କାମ କରିବାକୁ ପଡିବ। ସହକର୍ମୀ ଆପଣଙ୍କୁ କୌଣସି ଚକ୍ରାନ୍ତ କରି ଫସାଇପାରନ୍ତି। କୁ-ଚକ୍ରାନ୍ତର ଶୀକାର ହୋଇପାରନ୍ତି। ବାଦ -ବିବାଦ ଠାରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ। ମନ-ପସନ୍ଦର ଖାଦ୍ୟ ଖାଇବାକୁ ମିଳିପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଖରାପ ରହିବ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ସଂକ୍ରମିତ ରୋଗର ଶୀକାର ହୋଇପାରନ୍ତି। ଫଳରେ ଦୌନନ୍ଦିତ କାର୍ଯ୍ୟ ପ୍ରଭାବିତ ହୋଇପାରେ।

 

11/12

କୁମ୍ଭ: ନୂଆ ସପ୍ତାହ ଆରମ୍ଭରୁ ଟଙ୍କା- ପଇସାକୁ ନେଇ ପରିବାରରେ ବିବାଦ ଦେଖାଦେଇପାର। ଯାହାକୁ ନେଇ ଆପଣ ଟେନସନରେ ରହିବେ। ଧୌର୍ଯ୍ୟର ସହକାରେ ପ୍ରତ୍ୟକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ। ବିଦେଶ ଯାତ୍ରାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ଧ୍ୟାନ ଅଧ୍ୟୟନରୁ ବିଚଳିତ ହୋଇପାରେ। ଯେଉଁମାନେ ବ୍ୟବସାୟରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତମାନେ ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନପ୍ରାପ୍ତି ନେଇ ଖୁସି ଖବର ପାଇବେ। 

 

12/12

ମୀନ:  ନୂଆ ସମସ୍ତରେ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ମିଳବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ।  ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଂଶସା କରିବେ। ରାଜନୈତିକ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଦଳ ପକ୍ଷରୁ ଏକ ବଡ଼ ଦାୟିତ୍ବ ମିଳିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।  ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହେବ।  ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link