Weekly Special Horoscope: ନୂଆ ସପ୍ତାହରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଦଳିବ ଆର୍ଥିକ ସ୍ଥିତି!
Weekly Special Horoscope: ନଭେମ୍ବରର ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଆଗାମୀ ସପ୍ତାହରେ ବୃହସ୍ପତି, ରାହୁ ଓ ଶୁକ୍ରଙ୍କ ସମେତ କେତେକ ବଡ଼ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫଳରେ ଗଜକେଶରୀ ରାଜଯୋଗ, ଶଶରାଜଯୋଗ ସହିତ ନବପଞ୍ଚମ ରାଜଯୋଗ ସୃଷ୍ଟି ହେଉଛି। ଏହି ୩ ରାଜଯୋଗର ପ୍ରଭାବ କେତେକ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯାହା ଆର୍ଥିକ , ସ୍ବାସ୍ଥ୍ୟ ଓ ବ୍ୟୟସାୟ ଉପରେ ପ୍ରଭାବ ପକାଇବ। ତେବେ, ଆସନ୍ତୁ ଜାଣିବା ନୂଆ ସପ୍ତାହ ୧୨ଟି ରାଶି ପାଇଁ କିଭଳି ରହିବ?
ମେଷ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଚ୍ୟାଲେଜିଂ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମନମାଳିନ୍ୟ ହୋଇପାରେ। କାହାକୁ କିଛି କହିବା ପୂର୍ବରୁ ଭାବିଚିନ୍ତି କଥା ହୁଅନ୍ତୁ। ନଚେତ୍ ଅସୁବିଧାରେ ପଡିବେ। ଘରୋଇ କଳହ ଦେଖାଦେଇପାରେ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣରୁ ଦୂରେଇ ରହିବା ଭଲ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ ବଡ଼ କ୍ଷତି ସହିପାରନ୍ତି। ବିବାଦ ସତ୍ତ୍ବେ ବୈବାହିତ ଜୀବନ ସୁଖମୟ ରହିବ। ପୁରୁଣା ରୋଗ ଶରୀର ପୀଡା ବଢାଇବ। ALSO READ: ଶନିଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, କ୍ୟାରିୟରକୁ ନେଇ ଶୁଭ ଖବର ପାଇବେ ୫ ରାଶି! ALSO READ: Kartik Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପଡି଼ଛି ୪ ଶୁଭଯୋଗ,ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ,କିଣିବେ ନୂଆ ଘର ସହ...
ବୃଷ: ବୃଷ ରାଶିଙ୍କ ପାଇଁ ନୂଆ ସପ୍ତାହ ଲାଭ ଆଣିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ଲୋକେ, ଭାବି ଚିନ୍ତ ନିସ୍ପତ୍ତି ନିଅନ୍ତୁ । ନଚେତ୍ ପରେ ହଇରାଣ୍ ହେବେ। ବ୍ୟାଙ୍କ୍ ରୁ ଆଣିଥିବା ଲୋନ୍ କୁ ସୁଝିବାରେ ସକ୍ଷମ ହେବେ। ନିଜ ପରିବାର ସହ ପିକନିକ୍ କରିବାକୁ ଯାଇପାରନ୍ତି। ପିତା-ମାତାଙ୍କ ସ୍ବାସ୍ଥ୍ୟ ବସ୍ଥାରେ ସମସ୍ୟା ଦେଖାଦେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଅଯଥା କଥାରେ ଯୁକ୍ତି କରନ୍ତୁ ନାହିଁ। ଭାବପ୍ରବଣ ହୋଇ ନିସ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହର ମଧ୍ୟ ଭାଗରେ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ବୈବାହିକ ଜୀବନ ସୁଖମୟ ହେବ। ALSO READ: କାର୍ତ୍ତିକ ପୂର୍ଣ୍ଣିମାରେ ପୁଣ୍ୟ କାମ କଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା, ଭିଡିଓ ଭାଇରାଲ୍ ALSO READ: Asima Panda Viral Video: କାହା ପାଇଁ ସାଧବ ବୋହୂ ସାଜିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା? ଦେଖନ୍ତୁ ଭିଡିଓ
ମିଥୁନ: ନଭେମ୍ବର ନୂଆ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। କର୍ମକ୍ଷେତ୍ରରେ ଅଯଥା କଥାରେ ବିବାଦରେ ଫସିବେ। ଷଡଯନ୍ତ୍ରରେ ଶୀକାର ହୋଇପାରନ୍ତି। ମାର୍କେଟିଂ ଓ ପର୍ଯ୍ୟଟନ ରେ ଜଡ଼ିତ ଥିବା ଲୋକେ ଅନେକ କ୍ୟାରିୟରରେ ଉତ୍ଥାନ ପତନ ଦେଖାଦେବ। ଧୌର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ। କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତା ବଢିବ। ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ପୌତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ପ୍ରେମୀ-ମାନେ ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ସ୍ବାସ୍ଥ୍ୟଭଲ ରହିବ।
କର୍କଟ: ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ଖୁସି ଖବର ମିଳିବ। ସରକାରୀ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବା ସହ ଟ୍ରାନ୍ସଫର ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ନୂଆ ସପ୍ତାହ ଶୁଭ ରହିବ। ବ୍ୟବସାୟରେ ଆଶା ଜନକ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହେବେ। ଚାକିରି ଖୋଜୁଥିବା ଲୋକଙ୍କୁ ଏହି ସପ୍ତାହରେ ନିଯୁକ୍ତି ନେଇ କୌଣସି ପ୍ରକାର ଖବର ମିଳିବ। ଦିର୍ଘ ଦିନର ଆଶା ପୂରଣ ହେବ। ଦାମୀ ଗାଡି କିମ୍ବା ଘର କିଣିବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ମିଳିପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ପୁରୁଣା ବିବାଦର ଅନ୍ତ ଘଟିବ। ସପ୍ତାହ ଶେଷ ବେଳେକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।
ସିଂହ : ନଭେମ୍ବରର ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ବାକି ପଡିଥିବା ଟଙ୍କା ମିଳିବ। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକ୍ସାମ୍ ପାଉଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍ ଶୁଭ ରହିବ। ଭଲ ରେଜଲ୍ଟ ପାଇବେ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ଫଳରେ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ବୈବାହିତ ଜୀବନ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।
କନ୍ୟା: ନଭେମ୍ବରର ନୂଆ ସପ୍ତାହରେ ଆର୍ଥିକ ସ୍ଥିତି ବିଗିଡି ପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଟଙ୍କା -ପଇସାର ଅଭାବ ନେଇ ନିଜ ସମ୍ପର୍କୀୟଙ୍କ ଠାରୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ହାତପତେଇବାକୁ ପଡିପାରେ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମର ଫଳ ମିଳବ । ସପ୍ତାହ ମଧ୍ୟ ଭାଗରେ ଘରକୁ ଅତିଙ୍କ ଆଗମନ ହୋଇପାରେ। କୌଣସି ବଡ଼ କଥାକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଲଗାଇବେ ନାହିଁ।
ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ସେତେଟା ଖାସ୍ ରହିବ ନାହିଁ। ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟବସ୍ଥା ଖରାପ୍ ରହିବ। କର୍ମକ୍ଷେତ୍ରରେ ଅଧିକ ଚାପ ବଢିବ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ଆଇଟି, ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ସମସ୍ୟାରେ ପଡିପାରନ୍ତି। କୌଣସି ପରିସ୍ଥିତିରେ ଚାକିରି ହରେଇପାରନ୍ତି। ଆର୍ଥିକ ସ୍ଥିତି ବିଗିଡିପାରେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା-ପଇସାକୁ ନେଇ କଳହ ଉପୁଜିପାରେ। ସପ୍ତାହ ଶେଷରେ ସାଥୀଙ୍କ ପାଇଁ ସପିଂ କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାର। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିବ।
ବିଛା: ନୂଆ ସପ୍ତାହଟି ବିଛା ରାଶିଙ୍କର ବେଶ୍ ଆନନ୍ଦ ଉଲ୍ଲାସରେ କଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମେଡିକାଲ୍ , ରିସର୍ଚ୍ଚ ଓ ରାଜନୈତିକ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ମାହୋଲ୍ ଭଲ ରହିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିପାରନ୍ତି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନୂଆ ଘର କିଣିବାର କରିବାର ସମ୍ଭାବନା ରହିଛି। ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ପିକ୍-ନିକ୍ ଯିବା ପାଇଁ ପ୍ଲାନ୍ କରିବେ। ହେଲେ, ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ସାମାନ୍ୟ କଥାକୁ ନେଇ ସମ୍ପର୍କ ଭାଙ୍ଗିପାରେ।
ଧନୁ: ନଭେମ୍ବର ନୂଆ ସପ୍ତାହରେ ଧନୁ ରାଶିର ଲୋକେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ମିଳିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। ନିଜ ବନ୍ଧୁଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲକ୍ଟ କରିବେ। ଧାର୍ମିକା କାର୍ଯ୍ୟକଳାପ ପ୍ରତି ମନବଳିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି । ସେମାନେ ନୂତନ ସାଥୀ ପାଇ ପାରନ୍ତି। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ।
ମକର: ମକର ରାଶିଙ୍କ ପାଇଁ ନୂଆ ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ କାମରେ କୌଣସି ପ୍ରକାର ସହଯୋଗ କରିବେ ନାହିଁ। ଅଫିସ୍ ଟୁର୍ କାର୍ଯ୍ୟରେ ଦୂରଯାତ୍ରା କରିବେ। ଅର୍ଥହାନୀର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସପ୍ତାହଟି ଚ୍ୟାଲେଜିଂ ରହିବ। ବ୍ୟବସାୟୀକ ପ୍ରତିଦ୍ବନ୍ଦୀଙ୍କ ଠାରୁ କୌଣସି ପ୍ରକାର କ୍ଷତି ସହି ପାରନ୍ତି। କୌଣସି ପ୍ରକାର ବ୍ୟବସାୟିକ ଡିଲ୍ ଫାଇନାଲ୍ କରିବା ପୂର୍ବରୁ ସମସ୍ତ କାଗଜପତ୍ରକୁ ଯାଂଚ କରିବା ସହ ପଢନ୍ତୁ। ସପ୍ତାହ ମଧ୍ୟ ଭାଗରେ ବନ୍ଧୁଙ୍କ ଠାରୁ ସାହର୍ଯ୍ୟ ଲୋଡ଼ି ପାରନ୍ତି।
କୁମ୍ଭ: କୁମ୍ଭ ରାଶିର ଲୋକେ ନୂଆ ସପ୍ତାହରେ ସତର୍କତାର ସହ ଚଳିବାକୁ ପଡିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଘରୋଇ ବିବାଦ ଚିନ୍ତାର କାରଣ ହୋଇପାରେ। ଯାହାର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିବ। ଭାଇ -ଭଉଣୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ଦେଖାଦେଇପାରେ। ବ୍ୟବସାୟୀମାନେ ଲାଭାବାନ୍ ହେବା ସହିତ ଚାକିରିଆଙ୍କ ପାଇଁ ଆୟର ନୂତନ ଉତ୍ସ ଖୋଲିବ। ଜମି-ଜମା ବିବାଦରୁ ଦୂରେଇ ରହିବା ଭଲ। ନଚେତ୍ ଆଇନ୍ ର ଜାଲରେ ଫସି ପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀ ସହ ରୋମାଣ୍ଚିକ୍ ଡେଟ୍ ରେ ଯାଇପାରନ୍ତି। ସଂକ୍ରମଣ ଜନିତ ରୋଗ ଦେଖାଦେଇପାରେ।
ମୀନ: ମୀନ ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଶୁଭ ରହିବ। ଶତ୍ରୃମାନଙ୍କ ଉପରେ ବିଜୟ ଲାଭ କରିବେ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଜଡ଼ତ ଲୋକଙ୍କ ପାଇଁ ସମୟ ଭଲ ରହିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ସମ୍ପର୍କୀୟଙ୍କ ସହ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟ ଦୃଷ୍ଟି କୋଣରୁ ନିଜର ଦୌନନ୍ଦିନ କାର୍ଯ୍ୟ ଓ ଖାଦ୍ୟପେୟକୁ ଠିକ୍ ରଖନ୍ତୁ। ନଚେତ୍ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)