Surya Shani Shadashtak Yog: ୫୦ ବର୍ଷ ପରେ ସୂର୍ଯ୍ୟ-ଶନିଙ୍କ ଅପୂର୍ବ ମିଳିନ, ୫ ରାଶିଙ୍କ ଆଣିବ ପାଇଁ ବଡ଼ ବିପଦ!

Surya Shani Shadashtak Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରୁ ଶନି ଓ ସୂର୍ଯ୍ୟଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କୁ ପ୍ରାଣ ଓ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଉଥିବା ବେଳେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ୨ଟି ଗ୍ରହ ପରପ୍ପରର ଶତ୍ରୃ ଅଟନ୍ତି। ଯଦି ଶନି ଓ ସୂର୍ଯ୍ୟ ଗୋଟିଏ ଯୋଗ ସୃଷ୍ଟି କରନ୍ତି । ତେବେ, ଏହାର ପ୍ରଭାର ସମସ୍ତ ୧୨ଟି ରାଶି ଉପରେ ପଡି଼ବ। ଗତକାଲି (ଜୁଲାଇ ୧୬) ସୂର୍ଯ୍ୟ କର୍କଟ ରାଶିକୁ ଚଳନ କରିଛନ୍ତି। ଏବଂ ଶନି କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଫଳରେ ଶନି ସୂର୍ଯ୍ୟଙ୍କ ଅଷ୍ଟମ ଘରେ ଓ ସୂର୍ଯ୍ୟ ଶନିଙ୍କ ଅଷ୍ଟମ ଘରେ ବିରାଜିଛନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟ-ଶନିଙ୍କ ଏହି ସଂଯୋଗ ସୂର୍ଯ୍ୟ-ଶନି ସଦାସ୍ତକ ଯୋଗ (Surya Shani Shadashtak Yog) ସୃଷ୍ଟି କରିଛି। ଏହି ଯୋଗ ଦିର୍ଘ ୫୦ ବର୍ଷ ପରେ ସୃଷ୍ଟି ହୋଇଛି। ଏହି ସୂର୍ଯ୍ୟ-ଶନି ଶଦାସ୍ତକ ଯୋଗ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।...

Narmada Behera Jul 17, 2024, 10:02 AM IST
1/5

କର୍କଟ:  ସୂର୍ଯ୍ୟ-ଶନି ଶଦାସ୍ତକ ଯୋଗ ଏହି ରାଶି ପାଇଁ ବିପଦ ଡାକି ଆଣିବ। ଏହି ଅବଧି ମଧ୍ୟରେ ହେବାକୁ ଥିବା କାମ ମଧ୍ୟ ବି ବିଗିଡି଼ ଯିବ। ଫଳରେ କାମରେ ଅନେକ ସମସ୍ୟା ସୃଷ୍ଟି ହେବ । କେବେଳ ସେତିକି ନୁହେଁ, ପରିଶ୍ରମର ଉପଯୁକ୍ତ ଫଳ ମିଳିବ ନାହିଁ । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବିବାଦ ଦେଖାଦେଇପାରେ। ଟଙ୍କା ବିନିଯୋଗ ପାଇଁ ଏହା ଏକ ଶୁଭ ସମୟ ନୁହେଁ ।  ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।  ଏଥିସହିତ ନିଜ ଜୀବନସାଥିଙ୍କ ସହ ମତାନ୍ତର ମନାନ୍ତର ଦେଖାଦେବ।

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ!

2/5

ସିଂହ: ସୂର୍ଯ୍ୟ-ଶନି ସଦାସ୍ତକ ଯୋଗ ଏହି ରାଶି ପାଇଁ  ଅଶୁଭ ଫଳ ପ୍ରଦାନ କରିବ। ଅର୍ଥିକ ସମସ୍ୟା ଉପୁଜିବ। ଧାର-କରଣ କରିପାରନ୍ତି। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ଟଙ୍କା ବିନିଯୋଗ କରିବା ପୂର୍ବରୁ ଆପଣଙ୍କ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ, ନଚେତ୍ କ୍ଷତି ସହିବେ। ଧନ ହାନୀର ମଧ୍ୟ ଯୋଗ ରହିଛି । ସେହିପରି ଆୟ କମ୍ ହେବା ସହ ଖର୍ଚ୍ଚ ବଢିବାର ମଧ୍ୟ ସମ୍ଭାବନା ରହିଛି। ପରିବାରରେ ଅଶାନ୍ତି ଲାଗି ରହିବ । ବୈବାହିତ ଜୀବନରେ ଝଡ଼ ଉପୁଜିବ। ନିଜ ଜୀବନସାଥୀଙ୍କ ସହ ଝଗଡା ହୋଇପାରେ। କ୍ୟାରିୟରରେ ବିଫଳତାର ସାମ୍ନା କରିବେ।

 

3/5

କନ୍ୟା :  ଏହି ରାଶିର ବ୍ୟକ୍ତିଙ୍କୁ ଆଜିଠୁ ସାବଧାନ ଓ ସତର୍କତାର ସହିତ ଚଳିବାକୁ ପଡିବ। ଅଯଥା ଖର୍ଚ୍ଚ ବଢିବ। ଏଥି ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।  ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଆପଣଙ୍କୁ ଏକ ପ୍ରକାର ବଡ଼ ବିବାଦର ସାମ୍ନା କରିବାକୁ ପଡିପାରେ। ଏହା ବ୍ୟତୀତ ଅର୍ଥ କାରବାରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ।

 

4/5

ଧନୁ : ବିଶେଷ କରି  କ୍ରୋଧ ଏବଂ ବିତର୍କରୁ ଆପଣ ଦୂରେଇ ରୁହନ୍ତୁ। ଯେଉଁମାନେ ଚାକିରିରେ କରୁଛନ୍ତି ସେମାନେ ଏହି ସମୟରେ ଦେଖିଚାହିଁ କାର୍ଯ୍ୟାଳୟରେ କାମ କରିବାକୁ ପଡିବ।  ଚାକିରିରେ ହେବାକୁ ଥିବା ପଦୋନ୍ନତି ଆପଣଙ୍କୁ ମିଳି ନ ପାରେ। କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଏହି ଅବଧି ମଧ୍ୟରେ ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନରେ ମଧ୍ଯ ସମସ୍ୟା ଦେଖାଦେବ ।  ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । 

 

5/5

କୁମ୍ଭ : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ଦିନ ଚ୍ୟାଲେଂଜି ରହିବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନକରାତ୍ମକ ଚିନ୍ତାଧାରାରେ ବୁଡି ରହିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଏଥିପାଇଁ ଆପଣ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାବଣା ହୋଇପାରେ।  ଏହାକୁ ଧୌର୍ଯ୍ୟର ସହକାରେ କଥାବାର୍ତ୍ତା କରି ସମାଧାନ୍ କରନ୍ତୁ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link