ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

Benefits of Garlic: ରସୁଣ (Garlic) ରେ ଆଲିସିନ୍ (Allicin) ନାମକ ଏକ ଔଷଧୀୟ ଉପାଦାନ ମିଳିଥାଏ । ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ମିଳିଥାଏ ।

ଜୀ ଓଡ଼ିଶା ଡେସ୍କ Fri, 18 Feb 2022-6:18 pm,
1/13

Benefits of Garlic: ଯଦି ଆପଣ ଶାରୀରିକ ଦୁର୍ବଳତାର ଶିକାର ତେବେ ଏହି ଖବର ଆପଣଙ୍କ ପାଇଁ କାମ ଆସିପାରେ । ରସୁଣ (Garlic) ଏପରି ଏକ ଜିନିଷ ଯାହା କେବଳ ଖାଦ୍ୟର ସ୍ୱାଦକୁ ବଢାଇବ ନାହିଁ, ବରଂ ଆମକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ । ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଯେଉଁମାନେ ଶାରୀରିକ ଦୁର୍ବଳତାର ଶିକାର ହେଉଛନ୍ତି, ସେମାନଙ୍କ ଖାଦ୍ୟରେ ରସୁଣ ସାମିଲ କରିବା ଉଚିତ୍ ।

2/13

ରସୁଣ (Garlic) ରେ ଆଲିସିନ୍ (Allicin) ନାମକ ଏକ ଔଷଧୀୟ ଉପାଦାନ ମିଳିଥାଏ । ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ମିଳିଥାଏ । 

3/13

ଯଦି ଆପଣ ରସୁଣ (Garlic) ରେ ମିଳୁଥିବା ଉପାଦାନଗୁଡ଼ିକୁ ଦେଖନ୍ତି, ତେବେ ଏଥିରେ ମୁଖ୍ୟତଃ ମିଳୁଥିବା ମିନେରାଲ୍ସ ଭିଟାମିନ୍-ସି, ଭିଟାମିନ୍-ବି 6, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ, କ୍ୟାଲସିୟମ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରସୁଣରେ ଅଳ୍ପ ପରିମାଣର ପ୍ରୋଟିନ୍ ଓ ଥିଏମାଇନ୍ ଏବଂ ପ୍ୟାଣ୍ଟୋଥେନିକ୍ ଏସିଡ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

4/13

ସ୍ୱାସ୍ଥ୍ୟ ପାଇଁ ରସୁଣର ବ୍ୟବହାର କାହିଁକି ସ୍ୱତନ୍ତ୍ର?

ବାସ୍ତବରେ, ରସୁଣ (Garlic) କୁ ଅଧିକ ବ୍ୟବହାର ବର୍ଷା ସମୟରେ କରାଯାଏ । ଏହା ଗଳା ଓ ପେଟ ସମ୍ବନ୍ଧୀୟ ରୋଗରେ ବ୍ୟବହୃତ ହୁଏ । ରସୁଣରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ପେଟ ପୋକ ହେଲେ କଞ୍ଚା ରସୁଣ ଖାଇବା ଦ୍ୱାରା ଆରାମ ମିଳିଥାଏ । ରସୁଣ ଥଣ୍ଡା, କାଶ, କଫ୍ ଇତ୍ୟାଦି ସମସ୍ୟାରୁ ଶୀଘ୍ର ଆରାମ ଦେଇଥାଏ ।

5/13

ଖାଲି ପେଟରେ ଖାଆନ୍ତୁ ରସୁଣ (eating garlic)

ସକାଳେ ଖାଲି ପେଟରେ ପାଣି ସହିତ କଞ୍ଚା ରସୁଣ (Raw Garlic) ଖାଇବା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ, ଯାହା ରକ୍ତଚାପର ସମସ୍ୟାକୁ ରୋକିପାରେ । ଏହା ପ୍ରାକୃତିକ ଭାବରେ ରକ୍ତକୁ ପତଳା କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ, ଯାହାଫଳରେ ଶରୀରରେ ରକ୍ତ ସଠିକ୍ ଭାବରେ ପ୍ରବାହିତ ହୁଏ । ପ୍ରତିଦିନ ଏକ କିମ୍ବା ଦୁଇ କୋଲା କଞ୍ଚା ରସୁଣକୁ ପାଣି ସହ ଖାଆନ୍ତୁ ।

6/13

ପୁରୁଷମାନଙ୍କ ପାଇଁ ରସୁଣର ଉପକାର (benefits of garlic for men)

ଆୟୁର୍ବେଦିକ ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଓ ସେଲେନିୟମ୍ ମଧ୍ୟ ମିଳିଥାଏ, ଯାହା ଶୁକ୍ରାଣୁର ଗୁଣ ବଢାଇଥାଏ ।  ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ଥାଏ, ଯାହା ପୁରୁଷଙ୍କ ମେଲ୍ ହରମୋନକୁ ଠିକ୍ ରଖେ । ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ (Erectile Dysfunction) ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ । 

7/13

ରସୁଣରେ ଆପ୍ରୋଡାଇସିଆକ୍ (Aphrodisiac) ମଧ୍ୟ ମିଳିଥାଏ, ଯାହା ଯୌନ ଇଚ୍ଛାକୁ ବଢ଼ାଇଥାଏ । ଯଦି ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳେ ଖାଲି ପେଟରେ ୧ କୋଲା ରସୁଣ (Raw Garlic) ଖାଆନ୍ତି, ତେବେ ଧୀରେ ଧୀରେ ଯୌନ ସ୍ୱାସ୍ଥ୍ୟ ସୁସ୍ଥ ହେବାକୁ ଲାଗେ ।

8/13

ଗୋଟିଏ ଦିନରେ କେତେ ରସୁଣ ଖାଇବା ଉଚିତ୍?

ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ଦିନରେ ଆମକୁ କେବଳ ୪ ଗ୍ରାମ ବା ୧ରୁ ୨ଟି କଞ୍ଚା ରସୁଣ (Raw Garlic) ଖାଇବା ଉଚିତ । ସେହିପରି ପନିପରିବାରେ କେବଳ ୫-୭ କୋଲା ପକାଇବା ଉଚିତ୍ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଏହା ବି ପଢ଼ନ୍ତୁ:-ବିଗିଡ଼ିବାରେ ଲାଗିଛି ସ୍ଥିତି; ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ସାମ୍ନାସାମ୍ନି ରାଜ୍ୟପାଳ ଧନଖର ଓ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କେଉଁଠି କେଉଁଠି ରହିଛି ଫାର୍ମ ହାଉସ୍

ଏହା ବି ପଢ଼ନ୍ତୁ:-ଏହି ୫ଟି ୱେବ୍ ସିରିଜରେ ଭରି ଭରି ବୋଲ୍ଡ ସିନ୍ ଦେଇଛନ୍ତି 'ଲଳିତା ଭାବି', ଗୋଟିଏରେ ତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି

ଏହା ବି ପଢ଼ନ୍ତୁ:-ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

9/13

ରସୁଣର ଅନ୍ୟାନ୍ୟ ଉପକାରିତା (benefits of garlic)

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ ସ୍ତର କମିଯାଏ, ଏହା ଦ୍ୱାରା ସୁଗାର ଲେଭଲ ନିୟନ୍ତ୍ରଣ ହୋଇଥାଏ ଏବଂ ଏହିପରି ମଧୁମେହ ହେବାର ଆଶଙ୍କା କମିଯାଏ ।

10/13

ରସୁଣ ସହିତ ପାଣି ପିଇବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଯଥା ଥଣ୍ଡା ଓ ଶ୍ୱାସରୋଗକୁ ରୋକିଥାଏ । ଏହି ସମସ୍ୟାର ଚିକିତ୍ସା ପାଇଁ ରସୁଣ ଏକ ସାଧାରଣ ପ୍ରତିକାର ହୋଇଥାଏ ।

11/13

ରସୁଣ ଖାଇବା ଦ୍ୱାରା ବେଡ୍ କୋଲେଷ୍ଟ୍ରଲ କମିଯାଏ ଓ ହୃଦୟକୁ ହୃଦ୍ ରୋଗରୁ ରକ୍ଷା କରିଥାଏ ।

12/13

ରସୁଣ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକର କାର୍ଯ୍ୟରେ ମଧ୍ୟ ସୁଧାର  ଆଣିଥାଏ ଓ ଏହିପରି ବ୍ୟକ୍ତିର ଆୟୁ ବଢାଇଥାଏ ।

13/13

ରସୁଣ ନିୟମିତ ଖାଇବା ଦ୍ୱାରା ହଜମ ସମସ୍ୟା ପ୍ରକ୍ରିୟା ମଧ୍ୟ ଦୂରେଇ ରହିଥାଏ ।  ଆହୁରି ମଧ୍ୟ ଏହି ପଦ୍ଧତି ଓଜନ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link