Budh Gochar 2024: ୨୦୨୫ ଜାନୁଆରୀରୁ ବୁଧ ଚମକାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଏହି କ୍ରମରେ ବୁଧ ବର୍ତ୍ତମାନ ବିଛା ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ (୨୦୨୫) ଜାନୁଆରୀ ୪ ତାରିଖ ଦିନ ସକାଳ ୭ଟା ୪୦ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବର୍ଷ ଆରମ୍ଭରୁ ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଜାତକ ବା ରାଶି ରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜଣକ ବ୍ୟବସାୟରେ ସଫଳତା ପାଇବା ସହିତ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ଆର୍ଥିକ ସ୍ଥିତି ବି ବଦଳିଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ସବୁ ରାଶିକୁ ମାଲାମାଲ୍ କରୁଛି।...

Narmada Behera Dec 25, 2024, 08:15 AM IST
1/5

ମିଥୁନ: ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପଦୋନ୍ନତି ସହ ଦରମା ବଢିବ। ଆୟରେ ବୃଦ୍ଧି ଘଟିବା ସହିତ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।  ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ କଲେ ଭଲ ଲାଭ ପାଇବେ। ବାଣିଜ୍ୟ-ବ୍ୟବସାୟରେ ଲାଭ ଆଶା ଠାରୁ ଅଧିକ ମିଳିବ। ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଆଶା ରଖିଛନ୍ତି, ସେମାନଙ୍କ ଆଶା ପୂରଣ ହେବ। ପିତାମାତଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳିବ। 

ALSO READ: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ; ଫିଟିବ ବିବାହ ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Weather Update: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

2/5

କନ୍ୟା:  ନୂଆବର୍ଷ ଆରମ୍ଭରୁ ବୁଧଙ୍କ ବିଶେଷ ଆର୍ଶିବାଦ ଏହି ରାଶିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ବା ଫୋନ୍ କଲ୍ ଆସିବ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବେ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ଫଳବତୀ ହେବ। ବିଦେଶରେ ଚାଲିଥିବା ବ୍ୟବସାୟରୁ ଏହି ସମୟରେ ଦ୍ବି-ଗୁଣିତ ଲାଭ ପାଇବେ। ବ୍ୟବସାୟରେ ଗ୍ରାହକଙ୍କ ସଂଖ୍ୟା ବଢିବ। ପୁଞ୍ଜି ନିବେଶ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।

3/5

ତୁଳା: ବୁଧଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ପୁରୁଣା ବିନିଯୋଗ ଓ ଲଟେରୀରୁ ଲାଭବାନ୍ ହେବେ। ପାର୍ଟନର-ସିପ୍-ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭବାନ୍ ହେବେ। ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବା  ଭଲ କାର୍ଯ୍ୟ ପାଇଁ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସମ୍ମାନୀତ ହେବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟରେ ଲାଗି ଥିବା ମାନ୍ଦାବସ୍ଥା ଦୂର ହେବା ସହ କାରବାର ବୃଦ୍ଧି ପାଇବ। ବିଶେଷକରି, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ପରିବାର ସହ ଦୂରଯାତ୍ରା କରିବେ।

 

4/5

ଧନୁ: ଧନୁ ରାଶିରେ ବୁଧଙ୍କ ଚଳନ ଏହି ରାଶିର ଭାଗ୍ୟ ଚମକାଇବ। ବିଶେଷକରି, ବ୍ୟବସାୟୀଙ୍କ ଲାଗି ସମୟ ଲାଭଦାୟୀ ରହିବ। କ୍ୟାରିୟର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।  କର୍ମକ୍ଷେତ୍ରରେ ଦାୟିତ୍ବ ବଢିବା ସହିତ ପଦୋନ୍ନତି ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡ଼ିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ। ବାକି ପଡିଥିବା ଟଙ୍କା ପାଇବେ। ଘର କିମ୍ବା ନୂଆ ଫ୍ଲାଟ୍  କିଣିବାରେ ସ୍ବପ୍ନ ସାକାର ହେବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

 

5/5

ବିଛା:  ବୁଧଙ୍କ ବିଶେଷ ଆର୍ଶିବାଦ ଏହି ରାଶିର ଭାଗ୍ୟ ଉଦୟ କରିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହିତ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ସହକର୍ମୀଙ୍କ ସମର୍ଥନ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବିଶେଷକରି, ଯେଉଁମାନେ ସମ୍ପତ୍ତି ବିକ୍ରି କାରବାରରେ ଜଡିତ ଅଛନ୍ତି। ସେମାନଙ୍କ ଆୟ ବଢିବ। ବ୍ୟବସାୟୀମାନଙ୍କର କାରବାର ଭଲ ହେବା ସହିତ ଦୈନିକ ଆୟରେ ବୃଦ୍ଧି ହେବ। ରିଏଲି-ଇ-ଷ୍ଟେଟ୍-ରେ ଜଡିତ ବ୍ୟବସାୟୀମାନେ ଭଲ ପ୍ରୋଜେକ୍ଟ ପାଇବେ।ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମ ଜୀବନରେ ମଧୁରତା ଭରିବ। ସାଥୀଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link