Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ୫ରାଶିଙ୍କୁ ଦେବ ଶୁଭଫଳ, କିଣିବେ ନୂଆ ଗାଡି, ବ୍ୟବସାୟରେ ହେବ ଉନ୍ନତି!

Budh Nakshatra Parivartan 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଗତକାଲି ରାତି ୧୦ଟା ବାଜି ୧୦ ମିନିଟ୍ ସମୟରେ ହସ୍ତା ନକ୍ଷେତ୍ରରୁ ବାହାରି ଚିତ୍ରା ନକ୍ଷେତ୍ରକୁ ଚଳନ କରିଛନ୍ତି। ବୁଧଙ୍କୁ ଅର୍ଥ, ବ୍ୟବସାୟ, ବକ୍ତବ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ବୁଧ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି....

Narmada Behera Tue, 08 Oct 2024-7:32 am,
1/5

ମିଥୁନ: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷ କରି, ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ସେୟାର ମାର୍କେଟ୍  ଓ ଲଟେରୀରୁ ଲାଭବାନ୍ ହେବେ।  ଦୂରଯାତ୍ରା କଲେ ଶୁଭଫଳ ମିଳିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ଯାହା ଆପଣଙ୍କ ମାନସିକ ସ୍ଥିତିକୁ ଖରାପ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ନିଜ ପରିବାର ସହ ଦୂରଯାତ୍ରା କରିବେ। ପରିବାରରରେ ହସ ଓ ଖୁସିର ମାହୋଲ ଦେଖିବାକୁ ମିଳିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଏକ ଖୁସି ଖବର ମିଳିପାରେ। ବିଦେଶରେ ପାଠପଢିବାକୁ ଇଚ୍ଛାଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହୋଇହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।  

ALSO READ: Today Horoscope: ମେଷ- ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର?

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

2/5

କନ୍ୟା : ବୁଧଙ୍କ ନକ୍ଷେତ୍ର ପରିପର୍ତ୍ତନ ଏହି ରାଶିର ଭାଗ୍ୟ ଚମକାଇବ।  ଆମଦାନୀ ଓ ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟୀର ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଯେଉଁଥିରୁ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ।  ସହକର୍ମୀଙ୍କ ମାନଙ୍କ ଦ୍ବାରା ରଚାଯାଇଥିବା ଷଡଯନ୍ତ୍ରକୁ ପଣ୍ତ କରିବାରେ ସଫଳ ହେବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ଚାକିରି ମିଳିବ। ଆୟରେ ବୃଦ୍ଧି ହେବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। 

 

3/5

ତୁଳା: ବୁଧଙ୍କ କୃପାରୁ ଏହି ରାଶିର ଭଲ ସମୟ ଆଜିଠାରୁ ଆରମ୍ଭ ହେଉଛି। ବ୍ୟବସାୟୀମାଙ୍କ ଆର୍ଥିକ କାରବାରରେ ଉନ୍ନତି ଆସିବ । ଚାକିରି କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ବିଦେଶ ଗସ୍ତର ସୁଯୋଗ ଖୋଲିପାରେ । ମୋଟମୋଟି ଭାବେ ଦେଖିବାକୁ ଗଲେ ଆଜି ଠାରୁ ମାସେ ଯାଏଁ ମାଲାମାଲ ହେବେ ଏହି ରାଶିର ବ୍ୟକ୍ତି ବିଶେଷ । ବିବାହ ଯୋଗ ଖୋଲିବ । ନୂଆ ଗାଡି ମଧ୍ୟ କିଣିବେ। 

 

4/5

ବିଛା: ବୁଧ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିକୁ ଧନବାନ୍ କରିବ। ବିଶେଷକରି, ଯେଉଁମାନେ କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଅଛନ୍ତି । ସେମାନେ ଏହି ସମୟରେ କ୍ୟାରିୟରରେ ଅଗ୍ରଗତି କରିବେ।  ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଚାକିରିଆଙ୍କ ପାଇଁ ମଧ୍ୟ ଶୁଭ ସମୟ ରହିବ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା  କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ । କିନ୍ତୁ ପାରିବାରିକ ଜୀବନ ସେତେଟା ଭଲ ରହିବ ନାହିଁ। ପ୍ରେମୀ ଜୀବନରେ ଝଡ଼ ଆସିପାରେ। ପୁରୁଣାରୋଗରୁ ଆରୋଗ୍ୟ ଲାଭ କରିବେ। 

 

5/5

କୁମ୍ଭ: ବୁଧଙ୍କ ଆର୍ଶିବାଦରୁ ଏହିରାଶିର ଲୋକଙ୍କ ଭାଗ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିବ। ବିଶେଷକରି, ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ସମୟ ପୂର୍ବରୁ କାର୍ଯ୍ୟ ପୁରା ହେବ । କ୍ୟାରିୟରରେ ଆଗକୁ ବଢିବା ପାଇଁ ବଡ଼ ମୌକା ମିଳିବ । କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ଦ୍ବାରା ସମ୍ମାନିତ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭବାନ ହେବେ । ପରିବାରରେ ସାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ଏଥିରୁ ମୁକ୍ତି ମିଳିବ। ମାନସିକ ଶାନ୍ତି ଅନୁଭବ କରିବା ସହ ପ୍ରେମ ଜୀବନ ମଧ୍ୟ ଖୁବ୍ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link