Advertisement
Photo Details/zeeodisha/odisha2463568
photoDetails0hindi

Today Horoscope: ମେଷ- ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର?

Horoscope Today 8 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୮ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ:  ଆଜି ଦିନ ଆରମ୍ଭରୁ ଅସୁସ୍ଥ ଅନୁଭବ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ।  ଖର୍ଚ୍ଚ ଅଧିକ ହେଲେ ମଧ୍ୟ ଆୟ ବୃଦ୍ଧି ପାଇବ। ବ୍ୟାପରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରନ୍ତୁ । ପୂର୍ବ ଯୋଜନକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଲାଭ ପାଇବେ। କୌଣସି ଅସହାୟ ବ୍ୟକ୍ତିର ସହଯୋଗ କରି ଖୁସି ଅନୁଭବ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ଦୁର୍ଘଟଣାର ଭୟ ରହିବ । ତେଣୁ ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ।  ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରେମୀମାନଙ୍କ ଲାଗି ଦିନଟି ଖୁବ୍ ଖାସ୍ ରହିବ।

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

ALSO READ: Weekly Career Horoscope: ନୂଆ ସପ୍ତାହରେ ମେଷ-ମୀନ ସହ ଶୁଭଫଳ ପାଇବେ ଏହି ୫ ରାଶି, ଚାକିରିରେ ମିଳିବ ପଦୋନ୍ନତି ସହ...

2/12

ବୃଷ: ଆଜିର ଦିନଟି ଏହି ରାଶି ପାଇଁ ବେଶ୍ ମଙ୍ଗଳମୟ ରହିବ।  ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ତରବରିଆ ଭାବେ ଆଜି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସାମାନ୍ୟ ଦୁର୍ବଳ ରହିବ । ଭୌତିକ ସୁଖ ସୁବିଧାରେ ଉନ୍ନତି ଆସିବ । କୌଣସି ଦ୍ରୁଷ୍ଟି ଶକ୍ତି ଦ୍ଵାରା ହାନି ପହଞ୍ଚି ପାରେ ।  ନିଜର କାର୍ଯ୍ୟକୁଶଳତାକୁ ବଢାଇବା ପାଇଁ ନୂତନ ଟେକନିକର ସାହାରା ନିଅନ୍ତୁ । ପରିବାର ସହଯୋଗ ପ୍ରାପ୍ତ ହେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । 

 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଦାୟିତ୍ଵ ବଢିପାରେ । ବିଶେଷକରି, ପୁରୁଣା ନିବେଶ କ୍ଷତି ଦେଇପାରେ । ପରିବାରରେ ପ୍ରେମ ବଢିବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । ଦୁଷ୍ଟ ପ୍ରକୃତିର ବ୍ୟକ୍ତିମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ତାଙ୍କ ଠାରୁ ସାବଧାନ ରୁହନ୍ତୁ । କୌଣସି ଦୁଖଦ ସମାଚାର ମିଳିପାରେ । ଆୟ ଠାରୁ ବ୍ୟୟ ଅଧିକ ରହିବ। କୌଣସି ବି ପ୍ରକାରର ବିବାଦର ଅଂଶ ହୁଅନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ବହୁତ ପରିଶ୍ରମ କରନ୍ତୁ । ଭଲ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।  

4/12

କର୍କଟ: ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କେଉଁଠି ଅଟକିଥିବା ଧନ ମିଳିବ। ନୂଆ ବସ୍ତୁ କ୍ରୟ କରିବେ। ଖାଦ୍ୟପାନରେ ରୁଚି ରଖିବେ । କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଆସିପାରେ । ମନ ପ୍ରସନ୍ନ ରହିବ । ବୁଦ୍ଧିର ପ୍ରୟୋଗ କରନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ଖାସ ଦିନ ରହିବ ନାହିଁ । କର୍ମକ୍ଷେତ୍ରରେ ବିରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। 

 

5/12

ସିଂହ:  ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ନିଜ ସନ୍ତାନଙ୍କ କୌଣସି ପ୍ରକାର ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ଆଜି ଆପଣଙ୍କ ଚେହେରାରେ ସୁଖ ରହିବ । ସନ୍ଧ୍ୟା ସମୟରେ ନିଜର ସମସ୍ୟା ବିଷୟରେ ନିଜ ପରିବାର ବ୍ୟକ୍ତିଙ୍କ କଥାବାର୍ତ୍ତା କରି ପାରନ୍ତି । କୌଣସି କଥାର ଭୟ ରହିବ । ସ୍ୱାସ୍ଥ୍ୟ କମଜୋର ରହିବ । ରୋଜଗାର ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟିକ ଯାତ୍ରା କ୍ୟାନସେଲ ହୋଇଯିବ । ନିଜର ବନ୍ଧୁ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ ।

 

6/12

କନ୍ୟା: ଆଜି କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ପାରନ୍ତି । ନିଜର ଯୋଜନାକୁ ସାର୍ବଜନିନ କରନ୍ତୁ ନାହିଁ । ସନ୍ତାନ ତରଫରୁ କିଛି ବିଷୟରେ ଉପଦେଶ ମିଳିପାରେ । କ୍ଳାନ୍ତ ହୋଇ ପାରନ୍ତି । ସଠିକ ଜାଗାରେ ବୁଦ୍ଧିର ସଠିକ ଉପଯୋଗ କରନ୍ତୁ । ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟିକ ଯାତ୍ରା ସଫଳ ରହିବ ନାହିଁ । ନୂଆ କାମ ମିଳିବାର ଆଶଙ୍କା ବହୁତ କମ ଅଛି । ପରିଜନଙ୍କ ସହିତତ ମହତ୍ଵପୂର୍ଣ ସମୟ ବ୍ୟତୀତ କରିବେ ।

 

7/12

ତୁଳା: ଆଜି ଶୁଭଗ୍ରହ ସ୍ଥିତି କାରଣରୁ ଦିନଟି ବେଶ୍ ଭଲ ରହିବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ।ଖୁସି-ମିଜାଜ ବ୍ୟକ୍ତିତ୍ୱ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ । ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ । ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ ।

8/12

ବିଛା : ଆଜିର ଦିନ ଆପଣଙ୍କ ବେଶ୍ ପାଇଁ ଶୁଭ ଫଳଦାୟୀ । ଆପଣ ଅନ୍ୟମାନଙ୍କର ହୃଦୟଭରି ସେବା ମଧ୍ୟ କରିବେ । ଆଜି ନୂଆ କାର୍ଯ୍ୟଗୁଡ଼ିକ ଯଦି କରିବାକୁ ପଡ଼େ ତେବେ ଶୁଭ ରହିବ । ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ । ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ ।

 

9/12

ଧନୁ : ଆଜି ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ ଓ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । ଯାତ୍ରାରେ ସଫଳତା ପ୍ରାପ୍ତି ହେବ । 

 

10/12

ମକର: ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା ବିଶେଷକରି, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ ।  ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ପ୍ରତିକୂଳ ରହିବ।  କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦବିବାଦ, ମାଲିମୋକଦ୍ଦମାରେ ମାନସିକ ସ୍ଥିରତା ଦେଖାଦେବ । ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଠିକ୍ ରହିବ।

11/12

କୁମ୍ଭ : ଆଜି ସକାଳ ପହରୁ ଆପଣଙ୍କ ମନ ଅଶାନ୍ତ ରହିବ । ଯଦି କୌଣସି ବାଦ ବିବାଦ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି । ତନ-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ । ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ । ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ । ଆର୍ଥିକ ଲାଭ ହେବ ।

12/12

ମୀନ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି । ଶାରୀରିକ କଷ୍ଟର ସାମ୍ନା କରିବେ । କୌଣସି ବ୍ୟକ୍ତି ସହ ବିବାଦ ହୋଇପାରେ । ସମ୍ପତ୍ତି ମାମଲାରେ ବିବାଦ ସମାଧାନ ହେବ । ସାମାଜିକ ମହତ୍ଵରେ କାର୍ଯ୍ୟ ବ୍ୟବସ୍ଥା ରହିବ । ଆଜି ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । କୌଣସି ପୁରୁଣା ବସ୍ତୁ ଠାରୁ ଲାଭ ମିଳିବ । ବ୍ୟବସାୟିକ ସମ୍ବନ୍ଧ ଲାଭ ଦେବ ।