ରାତିରେ ନିଦ ହେଉନି କି? କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ

ଅନେକ ଲୋକଙ୍କୁ ଅଧିକ କାମ ଚାପ କାରଣରୁ ରାତିରେ ଭଲଭାବେ ନିଦ ହୁଏ ନାହିଁ। ଏହି ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଏକ ଉପାୟ କହୁଛୁ ।

1/10

କ୍ଷୀର ସହ ଲବଙ୍ଗ 

କ୍ଷୀରରେ ଥିବା ପ୍ରୋଟିନ ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଏଥିରେ ଲବଙ୍ଗ ମିଶାଇ ପିଇବେ, ତେବେ ଏହାର ଶକ୍ତି ଅଧିକ ବଢ଼ିଯାଏ।

2/10

ନିଦ ପାଇଁ ଲବଙ୍ଗର ଲାଭ 

ଲବଙ୍ଗରେ ମ୍ୟାଗ୍ନେସିୟମ୍, ଆଣ୍ଟି-ଅକ୍ସିଡାଣ୍ଟ  ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିଥାଏ। ଯେଉଁ କାରଣରୁ ଶୀଘ୍ର ନିଦ ଆସିଥାଏ।

3/10

କିଭଳି ପ୍ରସ୍ତୁତ କରିବେ ଲବଙ୍ଗ କ୍ଷୀର 

ଲବଙ୍ଗ କ୍ଷୀର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଲାସ୍ ଗରମ କ୍ଷୀରରେ ୨ ରୁ ୩ଟି ଲବଙ୍ଗ ଗୁଣ୍ଡ କରି ପକାନ୍ତୁ । ଆଉ ରାତିରେ ଶୋଇବା ପୂର୍ବରୁ ଏହାକୁ ପିଅନ୍ତୁ।

4/10

କ୍ଷୀର ଏବଂ ଲବଙ୍ଗର ଅନ୍ୟାନ୍ୟ ଲାଭ

କ୍ଷୀରରେ ଲବଙ୍ଗ ମିଶାଇ ପିଇବା ଦ୍ଵାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଜବୁତ୍ ହୋଇଥାଏ। ହଜମ ପ୍ରକ୍ରିୟାକୁ ସଠିକ୍ କରିବା ସହ ଆଣ୍ଠୁଗଣ୍ଠି ବ୍ୟଥା ଦୂର କରେ।

5/10

କ୍ଷୀର ଏବଂ ଲବଙ୍ଗ ମିଶାଇ ପିଇବା ସମୟରେ ରୁହନ୍ତୁ ସାବଧାନ 

ସବୁବେଳେ ଧ୍ୟାନ ରଖିବେ କି ୨ରୁ ୩ ଲବଙ୍ଗରୁ ଅଧିକ ମିଶାଇବେ ନାହିଁ । ଏପରି କଲେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। 

6/10

ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ 

ଯଦି ଆପଣଙ୍କୁ କ୍ଷୀର ଓ ଲବଙ୍ଗ ପିଇବା ଦ୍ଵାରା କୌଣସି ଆଲର୍ଜି ହେଉଛି, ତେବେ ଏଭଳି ସ୍ଥିତିରେ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ। 

7/10

ଦାନ୍ତ

ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଦାନ୍ତ ଏବଂ ମାଢ଼ିକୁ ଶକ୍ତ କରିଥାଏ। 

8/10

ଥଣ୍ଡା-କାଶ

ଶୀତ ଋତୁରେ ଥଣ୍ଡା ଓ କାଶର ସମସ୍ୟା ଅଧିକ ଦେଖାଯାଏ । କ୍ଷୀର ଆଉ ଲବଙ୍ଗର ମିଶ୍ରଣ ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇପାରେ ।

9/10

ତାପମାତ୍ରା

ରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ଲବଙ୍ଗ ସହିତ କ୍ଷୀର ପିଇ ପାରିବେ । ଏହାର ବ୍ୟବହାର ଶୀତ ଋତୁରେ ଅତ୍ୟନ୍ତ ଲାଭଦାୟକ ।

10/10

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link