ପ୍ରାକୃତିକ ଉପାୟରେ ନିଜ ଫୁସଫୁସକୁ ରଖନ୍ତୁ ଫିଟ୍, ଆପଣାନ୍ତୁ ଏହି ଉପାୟ...

Lungs Care: ଚର୍ମ, ଯକୃତ ଏବଂ କିଡନୀ ପରି ଆମ ଶରୀରରେ ଫୁସଫୁସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜି ଆପଣଙ୍କୁ ଜଣାଇବୁ ଆପଣଙ୍କ ଫୁସଫୁସର ଉପଯୁକ୍ତ ଯତ୍ନ ନେବାର କିଛି ପ୍ରାକୃତିକ ଉପାୟ ।

1/6

ଆଲର୍ଜି କାରଣରୁ ଫୁସଫୁସର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଫୁସଫୁସର ଯତ୍ନ ପାଇଁ ମହଙ୍ଗା ଚିକିତ୍ସା ଗ୍ରହଣ କରିବା ସାଧାରଣ କଥା କିନ୍ତୁ ଲୋକମାନେ ହୋମିଓପାଥିକ ଔଷଧ ସେବନ କରି ଫୁସଫୁସର ସ୍ୱାସ୍ଥ୍ୟ ସଠିକ ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି କିଛି ପ୍ରାକୃତିକ ପଦ୍ଧତି ଗ୍ରହଣ କରି ଆପଣ ଫୁସଫୁସକୁ ସୁସ୍ଥ ରଖିପାରିବେ ।

2/6

ବାଷ୍ପ

କୋଭିଡ ମହାମରୀ ସମୟରେ ଲୋକମାନେ କେବଳ ହର୍ବାଲ୍ ଡିକୋକ୍ସନ୍ ପିଇ ନଥିଲେ ବରଂ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହାର ବାଷ୍ପ ମଧ୍ୟ ନେଇଥିଲେ । ଏହାକୁ ଷ୍ଟିମିଂ ଇନହେଲ ମଧ୍ୟ କୁହାଯାଇଥାଏ ଯାହା ଆମ ଫୁସଫୁସରେ ଥିବା ମଇଳାକୁ ସଫାକରେ । ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ମେଡିସିନ୍ ତଥ୍ୟ ଅନୁଯାୟୀ, ଷ୍ଟିମିଂ କରିବା ଦ୍ୱାରା ଆଜମା ସମେତ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଆମ ନାକ ଏବଂ ଗଳାରେ ଥିବା ସମସ୍ୟା ପାଇଁ ଆପଣ ବାଷ୍ପ ନେଇପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ସିଧାସଳଖ ଗରମ ପାଣିର ବାଷ୍ପ ନେଇପାରିବେ ନଚେତ୍ ଏଥିରେ ନିମ୍ୱ ପତ୍ର ପରି ପ୍ରାକୃତିକ ଜିନିଷ ସାମିଲ କରି ବାଷ୍ପ ନେଇପାରିବେ ।

3/6

ପ୍ରାଣାୟାମ

ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଫୁସଫୁସକୁ ସୁସ୍ଥ ରଖିହେବ ବୋଲି ଅନେକ ଯୋଗ ଗୁରୁ ମତ ଦିଅନ୍ତି । ଭାରତରେ ଦୀର୍ଘ ବର୍ଷ ଧରି ଧରି ଯୋଗ ଏବଂ ପ୍ରାଣାୟାମ ଚାଲିଛି । ଆଜି ସମଗ୍ର ବିଶ୍ୱରେ ଲୋକମାନେ ଏହାର ଗୁରୁତ୍ୱ ବୁଝିବା ଆରମ୍ଭ କଲେଣି । ପ୍ରାଣାୟାମ ପରି ଶାରୀରିକ ଅଭ୍ୟାସ ଫୁସଫୁସ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଆମ ଫୁସଫୁସକୁ ଡିଟକ୍ସାଇଫ କରିଥାଏ ଏବଂ ନିଶ୍ୱାସ ନେବା କ୍ଷମତା ବଢାଇଥାଏ । ଫୁସଫୁସ ସମେତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ଏହାର ଲାଭ ପାଇଥାଏ । ଏହା ଶରୀରର ଅମ୍ଳଜାନର ସ୍ତରକୁ ବଢାଇଥାଏ । ଆମେ ପ୍ରତିଦିନ ଅତି କମରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଯୋଗ କିମ୍ୱା ପ୍ରାଣାୟାମ ଅଭ୍ୟାସ କରିବା ଉଚିତ୍ ।

4/6

ହର୍ବାଲ୍ ଚା

ଏପରି ଅନେକ ଔଷଧୀୟ ଗଛ ରହିଛି ଯେଉଁଥିରେ ଡିଟକ୍ସଫିକେସନ୍ ଗୁଣ ରହିଛି । ସେମଧ୍ୟରୁ ଅଦା, ହଳଦୀ ଏବଂ ପୁଦିନା ଅନ୍ତର୍ଭୁକ୍ତ । ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହାର ପାଣି ଶରୀର ପାଇଁ ଖୁବ ଉପକାରୀ । ଏହି ଔଷଧୀୟ ଗଛରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆମ ଫୁସଫୁସରୁ ମଇଳା ବାହାର କରିବାରେ ଉପଯୋଗୀ ହୋଇପାରେ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ହର୍ବାଲ୍ ଟି ପିଇବା ଆବଶ୍ୟକ ।

5/6

ସବୁଜ ପରିବେଶ

ବର୍ତ୍ତମାନର ପ୍ରଦୂଷଣ ସହରରୁ କିଛି ସମୟ ବାହାର କରି ପ୍ରାକୃତିକ ତଥା ଉଦ୍ଭିଦ ତଥା ଗଛ ଲତା ଥିବା ସ୍ଥାନରେ ସମୟ ବିତାନ୍ତୁ । ଯାହା ଆମର ଶ୍ୱାସକ୍ରିୟାରେ ଉନ୍ନତି ଆଣିଥାଏ । ପରିବର୍ତ୍ତିତ ଦୁନିଆରେ ଯେଉଁଭଳି ମାତ୍ରାରେ ଗଛ କଟାଯାଉଛି ତାହା ଆମ ଶ୍ୱାସକ୍ରିୟା ପାଇଁ ସମସ୍ୟା ସୃଷ୍ଟି କରୁଛି । ସବୁଜ ଅଞ୍ଚଳରେ କିଛି ସମୟ ବିତାଇବା ଦ୍ୱରା ଫୁସଫୁସର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ଦୈନିକ ମାତ୍ର ୧୫ ମିନିଟ୍ ପାଇଁ ଏହା କରି ଆପଣ ଫୁସଫୁସ ଡିଟକ୍ସଫିକେସନ୍ କରିପାରିବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link