Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

Dhanteras 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବର୍ତ୍ତମାନ ମଙ୍ଗଳ କର୍କଟ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ କେତୁ ଚଳିତ ମାସ ୨୯ ତାରିଖ ଅର୍ଥାତ୍ ଧନତେରାସ୍ ଦିନ ସକାଳ ୬ଟା ୧୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ମଙ୍ଗଳ-କେତୁଙ୍କ ଅପୂର୍ବ ମିଳନ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି। ଏହି ଶୁଭଯୋଗ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ମଙ୍ଗଳ ଓ କେତୁଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସାହାସୀ ଓ ସୁଖି ହୋଇଥାଏ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଧନତେରସ୍ ଦିନ ଠାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....

Narmada Behera Thu, 24 Oct 2024-8:00 am,
1/5

ବୃଷ: ଧନତେରାସ୍ ଦିନ ଠାରୁ ଏହି ରାଶିର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ।  ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ କିଛି ଭଲ ଖବର ନିଜ ବ୍ୟବସାୟିକ ପାର୍ଟନର ଠାରୁ ପାଇପାରନ୍ତି। ଯେଉଁମାନେ ବିଦେଶରେ ପାଠପଢିବା ଲାଗି ଚିନ୍ତା କରୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ।  ଯଦି ବୈବାହିକ ଜୀବନରେ କିଛି ସମସ୍ୟା ଚାଲିଥାଏ । ତେବେ, ତାହା ମଧ୍ୟ ସମାଧାନ ହୋଇଯିବ। ପ୍ରେମ ଜୀବନ ପାଇଁ ମଧ୍ୟ ସମୟ ଭଲ ରହିବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଖର୍ଚ୍ଚ ବୃଦ୍ଧି ଉପରେ ନିୟନ୍ତ୍ରଣ ରଖନ୍ତୁ।

ALSO READ: Cyclone Dana: ସ୍ଥଳ ଭାଗ ଛୁଇଁଲା ଦାନାର ବାହ୍ୟ ବଳୟ, ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

ALSO READ: Dhanteras 2024: ନିଜ ରାଶି ଅନୁସାରେ ଧନତେରାସ୍-ରେ କିଣନ୍ତୁ ଏହିସବୁ ଜିନିଷ, ବର୍ଷସାରା ହେବନି ଧନର ଅଭାବ!

2/5

ମିଥୁନ: ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନେ ଭଲ ନିଯୁକ୍ତି ଅଫର କୌଣସି ସଂସ୍ଥା ବା କମ୍ପାନୀରୁ ପାଇବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କର ପ୍ରଂଶସାର ପାତ୍ର ହେବେ। ଆପଣଙ୍କ କାର୍ଯ୍ୟ ପାଇଁ କାର୍ଯ୍ୟାଳୟରେ ସମ୍ମାନୀତ ହୋଇପାରନ୍ତି। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ। ରିୟଲି -ଇଷ୍ଟେଟ୍ ଓ ଜମି କିଣାବିକା କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। ଦାମୀ ଉପହାର ପାଇବେ। 

 

3/5

କର୍କଟ:   ଧନତେରାସ୍  ଦିନ ଠାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ।  ବିଶେଷକରି ବ୍ୟବସାୟୀଙ୍କ ଲାଗି ସମୟ ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହୋଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ପ୍ରେମ ଜୀବନରେ ଯଦି କିଛି ସମସ୍ୟା ଚାଲିଛି । ତେବେ, ତାହା ସମାଧାନ ହୋଇଯିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିଛି । ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ହଠାତ୍ କିଛି ଭଲ ଖବର ପାଇପାରନ୍ତି। ଯାହା ଆପଣଙ୍କ ମନକୁ ଖୁସି କରିଦେବ। ଧାର୍-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। 

4/5

ବିଛା:  ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିଙ୍କ ଲାଗି ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରିବାରେ ସହାୟକ ହେବ। ବ୍ୟବସାୟୀମାନେ ନୂତନ କାରବାର ଆରମ୍ଭ କରିବାରେ ସଫଳ ହେବେ। ବ୍ୟବସାୟରେ ବୃଦ୍ଧି ଘଟିବ। ବ୍ୟବସାୟରେ ପୁରୁଣା ଯୋଜନାକୁ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଲଟେରି ଓ ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ।

5/5

ମୀନ:  ଲକ୍ଷ୍ମୀନାରାୟଣ ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ଏହି ସମୟ ମଧ୍ୟରେ ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ।  କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଲାଗି ସମୟ ଶୁଭ ରହିବ। ସେମାନେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଜମି କିଣିବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link