Career Horoscope: ଅକ୍ଟୋବର ୨୬ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ଲାଭରେ ରହିବେ ବ୍ୟବସାୟୀ!

Career Horoscope: ଅକ୍ଟୋବର ୨୬ ଶନିବାର । ଶଶରାଜ ଯୋଗର ଶୁଭ ସମକକ୍ଷ ଓ ଶନିଙ୍କ କୃପାରୁ ତୁଳା, ମକର ସମେତ ୫ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କ୍ୟାରିୟରରେ ଅଗ୍ରଗତି କରିବେ। ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ ରହିବାକୁ ଥିବା ବେଳେ ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ମିଳିବା ସହ ବେପାର ବାଣିଜ୍ୟରେ ଅଧିକ ଲାଭ ହେବ। ତେବେ, ଆସନ୍ତୁ ଜାଣିବା ଶନିବାର ଦିନଟି କର୍ମକ୍ଷେତ୍ରରେ କିଭଳି ରହିବ ୧୨ଟି ରାଶିଙ୍କ ପାଇଁ ଦିନ?

Narmada Behera Fri, 25 Oct 2024-8:32 am,
1/12

ମେଷ: ମେଷ ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ।  ବିଶେଷକରି, କ୍ୟାରିୟର ଦୃଷ୍ଟିରୁ ଉପକୃତ ହେବେ । କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟ ପାଇ ମନ ଉତ୍ସାହିତ ରହିବ। ସହକର୍ମୀଙ୍କ ସାହାର୍ଯ୍ୟ ପାଇବେ। କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ଖୁସି ଅନୁଭବ କରିବେ। ବ୍ୟବସାୟୀମାନଙ୍କର ଆର୍ଥିକ ଦେଣନେଣ ଲାଗି ସମୟ ଭଲ ରହିବ।  ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଦିନର ଶେଷ ଭାଗରେ ଅର୍ଥାତ୍ ରାତିରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

ALSO READ: Flight Service: ଭୁବନେଶ୍ୱରରୁ ବିମାନ ଉଡ଼ାଣ ସ୍ୱଭାବିକ ହେଲା, ଗତ ସନ୍ଧ୍ୟାରୁ ବନ୍ଦ ଥିଲା

ALSO READ: Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

2/12

  ବୃଷ: ବୃଷ ରାଶିର ଲୋକେ ଦିନଟିରେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। କୌଣସି ଛୋଟମୋଟ କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ  ସହ ଯୁକ୍ତିତର୍କ ହୋଇପାରେ। ବ୍ୟବସାୟୀମାନେ କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ ହେବାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ।  କୌଣସି ଦାମୀ ଜିନିଷ କ୍ରୟ କରିବାର ସମ୍ଭାବନା ରହିଛି। ସନ୍ଧ୍ୟାରେ, ଆପଣ ନିଜ ପରିବାର ସହିତ କୌଣସି ଶୁଭ କାର୍ଯ୍ୟରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ । ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

3/12

ମିଥୁନ:  ଏହି ରାଶିର ଲୋକଙ୍କର ଦିନଟି ବ୍ୟସ୍ତତା ଭିତରେ କଟିବ।  କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଭଲ ମାହୋଲ୍ ରହିବ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଟୁର୍ ଯିବାକୁ ପଡିପାରେ। ବ୍ୟବସାୟୀ ମାନେ ନିଜ ପାର୍ଟନରଙ୍କ ସହ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ଆଲୋଚନା କରିବେ।  ବ୍ୟବସାୟରେ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇବେ।  ନୂତନ କାର୍ଯ୍ୟ ଆରମ୍ଭ କରିବା ଲାଗି ଦିନଟି ଅନୁକୂଳ ରହିବ।  ରାତିରେ ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ସୁସ୍ବାଦୁ ଭୋଜନ କରିପାରନ୍ତି। 

4/12

କର୍କଟ:  ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ବ୍ୟବସାୟରେ ଅଗ୍ରଗତି କରିବା ସହ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅନୁକୂଳ ରହିବ। କିନ୍ତୁ ପାର୍ଟନରସିପ୍ -ରେ ଚାଲିଥିବା ବ୍ୟବସାୟୀମାନେ ବିଶେଷ ଭାବରେ ଲାଭବାନ୍ ହେବେ। ଆର୍ଥିକ ଦେଣନେଣ ଭଲ ହେବ। କୌଣସି ବିବାଦୀୟ ପରିସ୍ଥିତିରେ ହସ୍ତକ୍ଷେପ କରନ୍ତୁ ନାହିଁ। କର୍ପୋରେଟ୍ -ସେକ୍ଟରରେ କାର୍ଯ୍ୟରତ ଲୋକେ ନିଜ ସହକର୍ମୀଙ୍କ ସହ ରାତିରେ କୌଣିସି ପ୍ରକାର ପାର୍ଟି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ। ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଆତ୍ମବିଶ୍ୱାସ ସହିତ କାମ କରନ୍ତୁ। ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। 

5/12

ସିଂହ: ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ବିଜନେସ୍ ମିଟିଂ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭ ଅଧିକ ରହିବ।  ନୂତନ ଯୋଜନା ମଧ୍ୟ ଆପଣଙ୍କ ମନକୁ ଆସିବ। ଯଦି ଆପଣ ବୟସ୍କମାନଙ୍କ ଠାରୁ ସମର୍ଥନ ପାଇବାକୁ ଚେଷ୍ଟା କରନ୍ତି, ତେବେ ଆପଣ ଉପକୃତ ହେବେ। କିନ୍ତୁ ପରିବାରରେ କୌଣସି କଥାକୁ ନେଇ ନିଜ ପତ୍ନୀଙ୍କ ସହ ଝଗଡା ହୋଇପାରେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। 

6/12

କନ୍ୟା:  ଏହି ରାଶିଙ୍କ ପାଇଁ ଦିନଟି ବେଶ୍ ମଉଜମଜଲିସ୍ ରେ କଟିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଉଥିବାରୁ କର୍ମକ୍ଷେତ୍ରରେ କ୍ଲାନ୍ତ ଓ ଅସୁସ୍ଥ ଅନୁଭବ କରିବେ।  ବ୍ୟବସାୟୀମାନେ ନିଜ ପାର୍ଟନରଙ୍କ ସହ କୌଣସି ଏକ ବିଜନେସ୍ ମିଟିଂରେ ଯୋଗ ଦେବେ। ଆୟ-ବ୍ୟୟ ସମାନ ରହିବ। କିନ୍ତୁ ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନର ଉପରେ ଆଖିବୁଝି ଭରସା କରନ୍ତୁ ନାହିଁ। ନଚେତ୍  ସମସ୍ୟାରେ ପଡିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପରିବାରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ନିଜ ସାଥୀଙ୍କ ପାଇଁ ଏକ ଦାମୀ ଉପହାର କିଣିବେ। 

7/12

  ତୁଳା: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥା  ରୁ ଚାକିରି ଅଫର ଆସିପାରେ।  ବ୍ୟବସାୟରେ ବାକି ପଡିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ।  ବ୍ୟବସାୟୀମାନେ ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବେ।  ପୁରୁଣା ବିନିଯୋଗରୁ ଲାଭ ପାଇବେ।  ଜୀବନ ସାଥୀଙ୍କ ସହ ସପିଂରେ ଯିବେ।  ଖର୍ଚ୍ଚ ବୃଦ୍ଧି ହେଲେ ମଧ୍ୟ ମନ ଖୁସି ରହିବ। 

8/12

ବିଛା: ଏହି ରାଶିର ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଖବର ମିଳିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବାରୁ ବିଚଳିତ ଅନୁଭବ କରିବେ। ବ୍ୟବସାୟୀମାନେ ଦୂର ଯାତ୍ରା କରିବେ। ଆର୍ଥିକ ଦେଣନେଣ କରିବା ପାଇଁ ଦିନଟି ଭଲ। କୌଣସି ଲୋକଙ୍କୁ ଟଙ୍କା ଧାର-ରେ ଦିଅନ୍ତୁ ନାହିଁ। ନଚେତ୍ ପସ୍ତେଇବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

9/12

  ଧନୁ: ଦିନଟି ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପ୍ରଦାନ କରିବ।  ଦିନ ଆରମ୍ଭରୁ କୌଣସି ପ୍ରକାର ଖୁସି ଖବର ନିଜ ପରିବାର ଲୋକଙ୍କ ଠାରୁ ମିଳିପାରେ । କର୍ମକ୍ଷେତ୍ରରେ ଅଟକି ଥିବା ପଦୋନ୍ନତି ଆପଣଙ୍କୁ ମିଳିବ। ଆୟରେ ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ବ୍ୟବସାୟୀମାନେ ମଧ୍ୟ ଲାଭବାନ୍ ହେବେ। ଅସହାୟ ଓ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବେ।  ପିତାମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ।  

10/12

ମକର : ମକର ରାଶିର ଲୋକଙ୍କ ପାଇଁ ଦିନଟି ଖାସ୍ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଖବର ପାଇ ମନ ଖୁସି ରହିବ।  ଆପଣଙ୍କ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀ ଆପଣଙ୍କୁ ସମ୍ମାନୀତ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆମଦାମୀ-ରପ୍ତାନୀ ଓ ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକଙ୍କ ଆୟ ବଢିବ। ନିଜ ପୁରୁଣା ବନ୍ଧୁଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ମିଳିବ। ନିଜ ପରିବାର ଲୋକଙ୍କ ସହ ଘରେ କୌଣସି ପ୍ରକାର ପାର୍ଟି କରିପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବ। 

11/12

କୁମ୍ଭ: ଦିନଟି ଆପଣଙ୍କ ସପକ୍ଷରେ ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୌଣସି ସ୍ଥାନରୁ ବାକି ପଡିଥିବା ଟଙ୍କା ମିଳିବ। ସେୟାର ମାର୍କେଟ୍ ରୁ ବିପୁଳ ଲାଭ ପାଇବେ। କର୍ମକ୍ଷେତ୍ରରେ ଚାକିରିଆମାନେ ବୋନସ୍ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଛନ୍ତି। ସେମାନଙ୍କ ଆଶା ପୂରଣ ହେବ। 

12/12

ମୀନ :  ଦିନଟିରେ ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶୀକାର ହୋଇପାରନ୍ତି। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଧୌର୍ଯ୍ୟର ସହକାରେ ସମସ୍ତ ପରିସ୍ଥିତିର ସାମ୍ନା କରିବା ସହିତ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ଅପେକ୍ଷା ଦୁଇ ଗୁଣା କ୍ଷତି ସହିପାରନ୍ତି। ଶରିର ଓ ମନ ଆଦୌ ଭଲ ରହିବ ନାହିଁ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link