Weekly Health Horoscope: ଏହିସବୁ ରାଶିର ଲୋକ ନିଜ ସ୍ବାସ୍ଥ୍ୟକୁ ନେଇ ରୁହନ୍ତୁ ସଚେତନ, ଜାଣନ୍ତୁ କେମିତି ରହିବ ନୂଆ ସପ୍ତାହରେ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା?

Weekly Health Horoscope 16th to 22nd September 2024: ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆଗାମୀ ସପ୍ତାହରେ କିଭଳି ରହିବ ଆପଙ୍କ ସ୍ବାସ୍ଥ୍ୟବସ୍ଥା। କିଛି ରାଶିର ଲୋକଙ୍କୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ସଚେତନ ରହିବାକୁ ପଡିବ। ଆଉ କିଛି ରାଶିର ଲୋକଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ କିଭଳି ଆଗାମୀ ସପ୍ତାହ ସ୍ୱାସ୍ଥ୍ୟ ଦୃଷ୍ଟିରୁ କେମିତି ରହିବ। ଏନେଇ ଲେଖା ମାଧ୍ୟମରେ ଅଧିକ ସୂଚନା ଦେଇଛନ୍ତି ଜ୍ୟୋତିର୍ବିଦ୍ (Chirag Daruwalla )ଚିରାଗ ଦରୁୱାଲା....

Narmada Behera Sat, 14 Sep 2024-12:18 pm,
1/12

ମେଷ: ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ନିଜ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବା ଅତ୍ୟନ୍ତ ଜରୁରୀ। କର୍ମକ୍ଷେତ୍ରରେ ଅଧିକ ଚାପ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ସେଥିପାଇଁ ଯୋଗ ଓ ବ୍ୟାୟାମ୍ ପ୍ରତିଦିନ କରନ୍ତୁ। ଯାହା ଫଳରେ ଆପଣ ଫିଟ୍ ରହିବା ସହ ମାନସିକ ଶାନ୍ତି ଅନୁଭବ କରିବେ। ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ମନୋ ନିବେଷ କରିବା ସହିତ ଦୂରସ୍ଥାନକୁ ଯାତ୍ରା କରିବେ । 

ALSO READ: Weekly Career Horoscope: କ୍ୟାରିୟରକୁ ନେଇ ଖୁସି ଖବର ପାଇବେ ଏହିସବୁ ରାଶି, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ...

ALSO READ: Shani Gochar 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ୨୦୨୫-ମାର୍ଚ୍ଚ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

2/12

ବୃଷ:  ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସେତେଟା ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଆଳସ୍ୟ ଅନୁଭବ କରିବା ସହିତ ଆଣ୍ଠ-ଗଣ୍ଠି ଜନିତ  ସମସ୍ୟାର ସମ୍ମିଖିନ ହୋଇପାରନ୍ତି। ତେଣୁ ପ୍ରାତଃ ସମୟରେ ମର୍ଣ୍ଣିଂ ଓ୍ବାର୍କ କରିବା ଉଚିତ୍।  

 

3/12

ମିଥୁନ: ଏହି ରାଶିର ଲୋକେ ଶାରୀରିକ ସୁସ୍ଥତା ବୋଧ କଲେ ମଧ୍ୟ ମାନସିକ ଅଶାନ୍ତି ଭୋଗିବେ। ତେଣୁ କୌଣସି ଦୂରଯାତ୍ରା କଲେ ମନ ଖୁସି ରହିବା ସହିତ ପ୍ରଫୁଲ୍ଲିତ ରହିବ। ପ୍ରତିଦିନ ଯୋଗ- ବ୍ୟାୟାମ୍ ଆପଣଙ୍କୁ ଫିଟ୍ ରଖିବ। ସପ୍ତାହ ଶେଷ ବେଳକୁ କୌଣସି ପ୍ରକାର ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇପାରନ୍ତି। 

4/12

କର୍କଟ:  ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ନିଜର ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ। ପୁରୁଣା ରୋଗକୁ ନେଇ ଶରୀର ପୀଡା ଅନୁଭବ କରିବେ। ବର୍ଷା ଜନିତ ରୋଗ ଯେପରିକି ଜ୍ବାର, ଥଣ୍ତା, କାଶ ଓ ସଂକ୍ରମଣ ରୋଗର ଶୀକାର ହୋଇପାରନ୍ତି। ଖାଦ୍ୟ-ପେୟକୁ ଜଗିବା ଉଚିତ୍ । ଖାସ୍ କରି ବାହାର ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ୍।

 

5/12

ସିଂହ: ଜ୍ୟୋତିର୍ବିଦ୍ ଚିରାଗ ଦରୁୱାଲା ମତରେ ଏହି ରାଶିର ଆଗାମୀ ସପ୍ତାହ ସ୍ବାସ୍ଥ୍ୟକୁ ନେଇ କୌଣସି ବଡ଼ ସମସ୍ୟା ଦେଖାଦେଇପାରେ। କେବଳ ସ୍ବାସ୍ଥ୍ୟ- ନୁହେଁ ମାନସିକ ଅଶାନ୍ତି ଦେଇ ମଧ୍ୟ ଦିନ ଅତିବାହିତ କରିବେ। ତେଣୁ ଲାଗି ରହିଥିବା ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବା ସହ ଯୋଗ କରନ୍ତୁ। ଯାହା ମାନସିକ ଶାନ୍ତି ପାଇଁ ବେଶ୍ ଜରୁରୀ।

 

6/12

କନ୍ୟା:  ଆସନ୍ତା ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ଦୃଷ୍ଟି କୋଣରି ସେତେଟା ଖାସ୍ ରହିବ ନାହିଁ। ଆଣ୍ଠୁ-ଗଣ୍ଠି ଜନିତ ସମସ୍ୟା ଦେଖାଦେଇପାରେ। 

 

7/12

ତୁଳା:  ସପ୍ତାହ ଆରମ୍ଭରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ।  ଯାହା କି ଆପଣଙ୍କ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଏବଂ ମେଡିକାଲ୍ ଖର୍ଚ୍ଚ ମଧ୍ୟ ବୃଦ୍ଧି ହୋଇପାରେ। ଅର୍ଥିକ ଦେଣନେଣ କଲାବେଳେ ଭାବି ଚିନ୍ତି କରନ୍ତୁ । ନଚେତ ଅସୁବିଧାରେ ପଡିବେ 

 

8/12

ବିଛା: ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟ ବସ୍ଥା ଭଲ ରହିଲେ ମଧ୍ୟ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବ। ଅଧିକ ଫିଟ୍ ରହିବା ପାଇଁ ଖାଦ୍ୟପେୟ ସହ ଅଧିକ ସମୟ ଶୋଇବା  ସ୍ବାସ୍ଥ୍ୟ ପାଇଁ ଭଲ। 

9/12

ଧନୁ:  ଡାଇବେଟିସ୍ ଓ ବ୍ଲଡ୍ ପ୍ରେସର ରୋଗରେ ପୀଡିତ ଥିବା ଲୋକେ ନିଜ ଶରୀରର ଅଧିକ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରତି ମାସରେ ସ୍ବାସ୍ଥ୍ୟ ପରୀକ୍ଷା ସହ ସନ୍ତୁଳିତ ଖାଦ୍ୟ ନିଜ ଡାଏଟ୍ ରେ ସାମିଲ୍ କରନ୍ତୁ।

 

10/12

ମକର: ଆଗାମୀ ସପ୍ତାହରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସପ୍ତାହ ଶେଷ ବେଳକୁ କୌଣସି ପ୍ରକାର ଶୁଭ ଖବର ପାଇ ପାରନ୍ତି। 

11/12

କୁମ୍ଭ : ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ରୋଗ ଆରମ୍ଭରୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏବଂ  ନିଜର ଡାଏଟ୍ ରେ ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ ସୁସ୍ଥ ରହିବେ। 

 

12/12

ମୀନ : ସ୍ବାସ୍ଥ୍ୟବସ୍ଥାକୁ ନେଇ ସାମାନ୍ୟ ଚିନ୍ତାରେ ରହିବ। ସୁଖ-ସୌଭାଗ୍ୟ ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link