Advertisement
Photo Details/zeeodisha/odisha2427842
photoDetails0hindi

Shani Gochar 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ୨୦୨୫-ମାର୍ଚ୍ଚ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

Shani Gochar Shash Rajyog 2024-25: ନବଗ୍ରହଙ୍କ ମଧ୍ୟରୁ ଶନିଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶନି ମହାରାଜଙ୍କୁ ସବୁଠୁ ନିଷ୍ଠୁର ଗ୍ରହ ବୋଲି କୁହାଯାଏ। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ଚଳିତ ମାସ ୨୫ ତାରିଖ ସକାଳ ୧୦ ଟା ୧୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ଶଶ ରାଜଯୋଗ ସୃଷ୍ଟି କରୁଛି। ଏହି ଶଶ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜଣକ ଜୀବନରେ ସୁଖୀ ଏବଂ ଧନୀ ହୋଇଥାଏ ବୋଲି ବିଶ୍ବାସ ରହିଛି। କେବଳ ସେତିକି ନୁହେଁ, କୌଣସି ଦୁର୍ଘଟଣାର ମଧ୍ୟ ସମ୍ମ୍ୁଖିନ ହେବାକୁ ପଡି ନଥାଏ। ତେବେ, ଆସନ୍ତୁ ଜାଣିବା ଶନି କେଉଁ ସବୁ ରାଶିଙ୍କ ଉପରେ ଧନବର୍ଷା କରିବାକୁ ଯାଉଛନ୍ତି...

 

1/5
  ବୃଷ: ଶଶ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ଅବଧି ମଧ୍ୟରେ,ଅପ୍ରତ୍ୟାଶିତ ଧନଲାଭର ଯୋଗ ରହିଛି। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସକ୍ଷମ ହେବେ। ଦିର୍ଘ ଦିନର ଆଶା ପୂରଣ ହେବ। ନୂତନ ଗାଡି କିଣିବେ।  କ୍ୟାରିୟରକୁ ନେଇ କୌଣସି ବଡ଼ ନିସ୍ପତ୍ତି ନେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟ ବଢିବ। ଗୁପ୍ତ ଶତ୍ରୃମାନଙ୍କ ଯୋଜନା ବିଫଳ କରିବାରେ ସକ୍ଷମ ହେବେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି।  ALSO READ: Budh Asta 2024: ବୁଧଙ୍କ ଅସ୍ତ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସାଙ୍ଗକୁ...   ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ କନ୍ୟାକୁ ଚଳନ କରିବେ ସୂର୍ଯ୍ୟ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/5
ତୁଳା: ଶଶ ରାଜଯୋଗ ଏହି ରାଶିଙ୍କୁ ଲାଭବାନ୍ କରାଇବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଏହି ଅବଧି ମଧ୍ୟରେ ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ଚେଷ୍ଟା ଜାରି ରଖନ୍ତୁ , ସଫଳତା ନିଶ୍ଚୟ ପାଇବେ। ଖାସ୍ କରି ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

3/5
ବିଛା: ଶନିଙ୍କ ଆର୍ଶିବାଦରୁ ଚମକିବ ଏହି ରାଶିର ଭାଗ୍ୟ। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ।  କୌଣସି କାର୍ଯ୍ୟ ପାଇଁ ଅଫିସ୍ ରେ ସମ୍ମାନୀତ ହୋଇପାରନ୍ତି। ବ୍ୟକ୍ତିଗତ ଜୀବନରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।  ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ସେୟାର ମାର୍କେଟ୍ ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି।   

4/5

ମକର: ଦିର୍ଘ ଦିନ ଧରି ଲାଗି ରହିଥିବା ଦୁଃଖ କଷ୍ଟରୁ ମୁକ୍ତି ଦେବେ ଶନିଦେବ। କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଅଟିକି ଥିବା ପଦୋନ୍ନତି ମିଳିବ। ଆୟରେ ବୃଦ୍ଧି ଘଟିବ। ସାହିତ୍ୟ, କଳା, ସାମ୍ବାଦିକତା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପିତା-ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବ। 

5/5
  କୁମ୍ଭ: ଶନି ମହାରାଜ୍ ଏହି ରାଶିରେ ଓଲଟା ଚଳନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏପରିକି ୨୦୨୫, ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଶନି ଏହି ରାଶିରେ ବିରାଜମାନ ରହିବେ।  ୨୦୨୫, ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଟଙ୍କା-ପଇସାର ଅଭାବ ରହିବନି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀମାନେ ସେୟାର ମାର୍କେଟ୍ ଓ ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଚାକିରିଆମାନଙ୍କୁ କାର୍ଯ୍ୟାଳୟରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।   (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)