Shani Gochar 2024: ଶନିଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ଶେଷ ଯାଏଁ ରହିବନି ଧନର ଅଭାବ!

Shani Gochar 2024: ନବଗ୍ରହଙ୍କ ମଧ୍ୟରୁ ଶନିଙ୍କୁ ସବୁଠୁ ମନ୍ଥର ଗ୍ରହ ବୋଲି ବିବେଚନା କରାଯାଏ। ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ଏହି କ୍ରମରେ, ନ୍ୟାୟର ଦେବତା ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ନଭେମ୍ବର ୧୫ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନିଙ୍କ ଓଲଟା ଫଳରେ ଶଶ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ଓ ସୁଖି ହୋଇଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଶନି କେଉଁସବୁ ରାଶୁକୁ ଧନବାନ୍ କରିବାକୁ ଯାଉଛନ୍ତି।...

Narmada Behera Fri, 27 Sep 2024-10:31 am,
1/5

ମେଷ: ଶଶ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଆୟ ବଢିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା । ଯେଉଁମାନେ ବହୁ ଦିନ ଧରି ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ସେୟାର ବଜାରରୁ ଲାଭ ପାଇବେ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦିର୍ଘ ଦିନଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ବିବାହ ପ୍ରସ୍ତାବ ପାଇବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଆଗମୀ ସପ୍ତାହ ରହିବ ଅତ୍ୟନ୍ତ ଶୁଭ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ବ୍ୟବସାୟରୁ ମିଳିବ ଲାଭ!

ALSO READ: Career Horoscope Today: ସେପ୍ଟେମ୍ବର ୨୭ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ ଆର୍ଶିବାଦରୁ ପାଇବେ ଅପାର ଲାଭ!

2/5

  କର୍କଟ:  ଶଶ-ରାଜଯୋଗର ବଡ଼ ପ୍ରଭାବ ଏହି ରାଶି ଉପରେ ଦେଖିବାକୁ ମିଳିବ। ଶନିଙ୍କ କୃପାରୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ସ୍ଥିରତା ଆସିବ। ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହୋଇପାରେ।  ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ପରିବାର ସହ ଏକ ଦୂର ସ୍ଥାନକୁ ଯାତ୍ରା କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଦିର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିବା। ମାନସିକ ଶାନ୍ତି ପାଇବେ।  ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ଠାରୁ ଉପହାର ପାଇବେ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନବଳିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

3/5

ତୁଳା: ଶନିଙ୍କ କୃପାରୁ ବଦଳିବ ଏହି ରାଶିର ଭାଗ୍ୟ। ବିଶେଷ କରି ବ୍ୟବସାୟୀମାନେ ଶୁଭଫଳ ପାଇବେ। ବ୍ୟବସାୟ ବୃଦ୍ଧି ହେବା ସହ ଆୟ ବଢିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମର୍ଥ ହେବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ଲାଭ ମିଳିବ। ଭାଇ-ଭଉଣୀଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇ ପାରନ୍ତି। ପୁରୁଣା ରୋଗରୁ ମୁକ୍ତି ମିଳିବ।  ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି଼ ଓ ଜମି କିଣି ପାରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବର୍ଷ ଶେଷ ଯାଏଁ ଆର୍ଥିକ ସମସ୍ୟା ରହିବ ନାହିଁ। 

4/5

ମକର: ଶନିଙ୍କ କୃପାରୁ ଏହି ରାଶିର ଲୋକେ ଧନବାନ୍ ହେବେ। ବୈବାହିକ ଜୀବନ ସୁଖମୟ ହେବ। ଭାଙ୍ଗି ଯାଇଥିବା ସମ୍ପର୍କ ଯୋଡି଼ ହେବାର ବି ସମ୍ଭାବନା ରହିଛି। ପ୍ରେମ ବ୍ୟାପାରରେ ଶୁଭଫଳ ପାଇବେ। ସରକାରୀ ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ସହ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। କିନ୍ତୁ ପୁରୁଣା ରୋଗରୁ କଷ୍ଟ ଅନୁଭବ କରିବେ। 

5/5

ମୀନ :  ମୀନ ରାଶିର ଲୋକମାନେ ପ୍ରତ୍ୟକ କାର୍ଯ୍ୟରୁ ସଫଳତା ପାଇବେ।  ଶୁଭକାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୂକୁଳ ରହିଛି। ବିଦେଶରୁ ଚାକିରି ଅଫର ଆପଣଙ୍କୁ ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ତେବେ, ଏହାକୁ ଏବେ କାର୍ଯ୍ୟକାରି କରନ୍ତୁ। ଆର୍ଥିକ ଅବସ୍ଥା ଭଲ ରହିବ। ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗକୁ ମୁକ୍ତି ମିଳିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link