Shani Margi 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, ବର୍ଷ ସାରା ହେବ ଧନବର୍ଷା!

Shani Margi 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରେ ଶନି ମହାଗ୍ରହଙ୍କର ସ୍ଥାନ ସପ୍ତମ। ବିଶ୍ବାସ ରହିଛି ଯେ, ଶନିବାର ଦିନ ଶନି ମହାରାଜଙ୍କୁ ପୂଜା କଲେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଆସନ୍ତା ନଭେମ୍ବରରେ ୧୫ ତାରିଖରେ ଦେବଗୁରୁ ବୃହସ୍ପତି ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୃହସ୍ପତିଙ୍କ ମିଳନ ଶଶ ରାଜଯୋଗ ସୃଷ୍ଟି କରିବ। ଏହି ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Thu, 01 Aug 2024-8:33 am,
1/3

ବୃଷ: ଶଶ ରାଜଯୋଗ ବୃଷ ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଏହି ଅବଧି ମଧ୍ୟରେ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । ନୂଆ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ମିଳିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରେ ଅଗ୍ରଗତି କରିବେ। ଚାକିରିଆମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମାରେ ବୃଦ୍ଧି ଘଟିବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାକୁ ସମର୍ଥ ହେବେ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। 

ALSO READ: Shani Surya Yuti 2024: ଶନି-ସୂର୍ଯ୍ୟଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

ALSO READ: Today Horoscope: ସତର୍କ ରୁହନ୍ତୁ ଏହି ରାଶିର ଲୋକେ, କର୍ମକ୍ଷେତ୍ରରେ ଦେଖାଦେଇପାରେ ବିବାଦ

2/3

କନ୍ୟା:  ଏହି ରାଶିର ଭାଗ୍ୟ ବଦଳାଇବ ଶଶ ରାଜଯୋଗ । କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବା ନେଇ ଖୁସି ଖବର ପାଇବେ। ଘରେ କୌଣସି ପ୍ରକାର ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟ ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ବ୍ୟବସାୟୀରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ମିଳିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସମ୍ପର୍କ ଅଧିକ ମଜବୁତ୍ ହେବ। ପ୍ରେମୀମାନଙ୍କ ପାଇଁ ବି ସମୟ ଖାସ୍ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣାରୋଗରୁ ଆରୋଗ୍ୟ ଲାଭ କରିବେ।

3/3

କୁମ୍ଭ: ଶଶ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। କଠିନ ପରିଶ୍ରମର ଫଳ ପାଇବେ। ବେକାରିଙ୍କୁ ଭଲ ଚାକିରି ସୁଯୋଗ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କେଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ ପାଇଁ ସମୟ ଭଲ ରହିବ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକେ ଶୁଭଫଳ ପାଇବେ। ଗାଡି ଚାଳନା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link