Advertisement
Photo Details/zeeodisha/odisha2362464
photoDetails0hindi

Today Horoscope: ସତର୍କ ରୁହନ୍ତୁ ଏହି ରାଶିର ଲୋକେ, କର୍ମକ୍ଷେତ୍ରରେ ଦେଖାଦେଇପାରେ ବିବାଦ


Horoscope Today 1 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

 

1/12

ମେଷ: ଆଜି ସମସ୍ତ କାମ ପାଇଁ ଶରୀରରେ ତେଜ ରହିବ। ଶତ୍ରୁ ବିଜୟୀ ହୋଇପାରନ୍ତି। ବ୍ୟବସାୟରେ ପୁଞ୍ଜିନିବେଶ ଲାଭ ଦେଇପାରେ । କାର୍ଯ୍ୟାଳୟରେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ALSO READ: Shani Surya Yuti 2024: ଶନି-ସୂର୍ଯ୍ୟଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

ALSO READ: Malavya Rajyog 2024: ଆସନ୍ତାମାସରେ ମାଲଭ୍ୟ ରାଜଯୋଗ! ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

2/12

ବୃଷ: ପରୋପକାର ପାଇଁ ମନ ବଳାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ଦୟାଳୁ ସ୍ବଭାବର ହେବେ । ବହୁ ଦିନର ଆଶା ଫଳବତୀ ହେବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ ଯୋଗ ରହୁଛି ।

3/12

ମିଥୁନ: ସାମାନ୍ୟ ଶାରୀରିକ ପୀଡ଼ା ରହିବ । ଦୂର ଯାତ୍ରା କରନ୍ତୁ ନାହିଁ । ବାକ୍ ସଂଯମତା ରକ୍ଷା କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ଦେବୀ ଦର୍ଶନ କରନ୍ତୁ।

 

4/12

କର୍କଟ: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ର ଆନନ୍ଦଦାୟକ ରହିବ । ସୁଶୀଳ ଓ ଧନବାନ୍‌ ହୋଇପାରନ୍ତି । ଛାତ୍ରଛାତ୍ରୀପାଠପଡାରେ ମନ ଦେବେ । ଗୁରୁଭକ୍ତି ବହୁ ସମସ୍ୟାର ସମାଧାନର ପନ୍ଥା ହେବ ।

 

5/12

ସିଂହ: ପଡୋଶୀଙ୍କ ସହ ସମ୍ପର୍କ ଭଲ ହେବ । ବ୍ୟବସାୟ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ଉତ୍ସାହ ଦେଖାଦେବ । ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ ।

6/12

କନ୍ୟା: ଶାରୀରିକ ପୀଡ଼ାରୁ ମୁକ୍ତି ମିଳିବ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ସାବଧାନ ରୁହନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଶିବ ପାର୍ବତୀଙ୍କ ପୂଜା କରନ୍ତୁ ।

7/12

ତୁଳା: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କରନ୍ତୁ । ଖେଳାଳୀ ମାନେ ସଫଳତା ଦିଗରେ ଆଗେଇବେ । ସେବା ପୂଜା ପାଇଁ ମନ ବଳିବ । ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡିବେ ।

 

8/12

ବିଛା: ପରୋପକାରୀ ଓ ମିଷ୍ଟଭାଷୀ ହେବେ । ସତେଜ ଓ ପ୍ରଫୁଲ୍ଲ ଚିତ୍ତ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଦୂରଯାତ୍ରା କରନ୍ତୁ ନାହିଁ ।

 

9/12

ଧନୁ: କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିବ । ଶାରୀରିକ ସୁସ୍ଥତା ଲାଭ କରିବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିପାରନ୍ତି । ସେବା ପୂଜା ପ୍ରତି ମନ ବଳିବ ।

 

10/12

ମକର: ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ପଡିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇପାରେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ । ବାକ୍ ସଂଯମତା ରକ୍ଷା କରନ୍ତୁ ।

11/12

କୁମ୍ଭ: ଦିନଟି ବ୍ୟସ୍ତଭରା ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିବ । ସନ୍ତାନଙ୍କ କାର୍ଯ୍ୟକଳାପ ଯୋଗୁ ଖୁସି ହେବେ ।

12/12

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ । ବ୍ୟବସାୟ ସନ୍ତୋଷଜନକ ହେବ ନାହିଁ । କାର୍ଯ୍ୟାଳୟରେ ସହକର୍ମୀଙ୍କ ଅସହଯୋଗ ବଢିବ । ପଡ଼ୋଶୀଙ୍କ ସହ ଶତ୍ରୁତା ବଢିପାରେ ।