Shani Nakshatra Parivartan: ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହିସବୁ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ !

Shani Nakshatra Parivartan: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ନବରାତ୍ରୀର ପ୍ରଥମ ଦିନରେ ଶନି ଶତାବିଷ ନକ୍ଷେତ୍ରକୁ ଚଳନ କରିଛନ୍ତି। ୨୦୨୪, ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ବିରାଜମାନ ରହିବେ। ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ଓ ସୁଖି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଶୁଭ ଦୃଷ୍ଟି କେଉଁସବୁ ରାଶି ଉପରେ ରହୁଛି।...

Narmada Behera Sat, 05 Oct 2024-10:17 am,
1/3

ବୃଷ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏ-ହି ଅବଧି ମଧ୍ୟରେ ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କଠିନ ପରିଶ୍ରମର ଫଳ ପାଇବେ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନ ବଳିବ। କ୍ୟାରିୟର ପାଇଁ ସମୟ ଭଲ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବେ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

ALSO READ: Today Horoscope: ବୃଷ-କନ୍ୟା ସହ ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/3

ତୁଳା: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ । ସଫଳତା ପାଇବେ। କିନ୍ତୁ ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ବାକି ପଡିଥିବା ଟଙ୍କା ପାଇବେ। ଏହି ସମୟ ମଧ୍ୟରେ ନୂତନ ଘର କିଣିବେ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। 

 

3/3

ଧନୁ: ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଙ୍କୁ ଧନବାନ୍ କରାଇବ।  ବିଶେଷକରି, ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଏବଂ ଦାମୀ ଉପହାର ସାଥୀଙ୍କ ଠାରୁ ପାଇବେ। ନିଜ ବନ୍ଧୁଙ୍କ ଠାରୁ କୌଣସି ପ୍ରକାର ବଡ଼ ସାହାର୍ଯ୍ୟ ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link