Weekly Career Horoscope: ନୂଆ ସପ୍ତାହରେ ୭ ରାଶିର ଲୋକେ ପାଇବେ ଶୁଭଫଳ, ବ୍ୟବସାୟରେ ହେବ ଉନ୍ନତି, ଚାକିରିଆ ପାଇବେ ଖୁସି ଖବର

Weekly Career Horoscope 14 to 20 October 2024: ଅକ୍ଟୋବର ତୃତୀୟ ସପ୍ତାହ କ୍ୟାରିୟର ଦୃଷ୍ଟି କୋଣରୁ କିପରି ରହିବ। ବ୍ୟବସାୟରରେ ଲାଭ ହେବ ନା କ୍ଷତି ଚାକିଆରଙ୍କ କର୍ମକ୍ଷେତ୍ରରେ କିଭଳି ରହିବ ଦିନ। ସପ୍ତାହ ଆରମ୍ଭରୁ ବୁଦ୍ଧାଦିତ୍ୟ ରାଜଯୋଗ ଗଠନ ହେଉଥିବାରୁ କିଛି ରାଶିର ଲୋକେ କର୍ମକ୍ଷେତ୍ରରେ ଶୁଭଫଳ ପାଇବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ଅଶୁଭ ଫଳ ମିଳିପାରେ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ବିଷୟରେ...

Narmada Behera Sat, 12 Oct 2024-10:21 am,
1/12

ମେଷ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍  ମଙ୍ଗଳମୟ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଖବର ମିଳିବା । ଆମାଦାନୀ ଓ ରପ୍ତାନୀ କ୍ଷେତ୍ରରେ ଥିବା ବ୍ୟବସାୟୀମାନେ ଅପ୍ରତ୍ୟାଶିତ ଲାଭ ପାଇବେ। ପରିବାର ସହ କୌଣସି ସ୍ଥାନକୁ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Budh Uday 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଉଦୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

2/12

ବୃଷ: ନୂଆ ସପ୍ତାହ  ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ସପ୍ତାହ ଆରମ୍ଭରୁ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ନିଜ ପରିବାର ସହ ଦୂରଯାତ୍ରା କରିବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

3/12

ମିଥୁନ: ନୂଆ ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଧୋକା ମିଳିପାରେ।  ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ବା ଡିଲ୍ ଫାଇନାଲ୍ ବେଳେ  ସମସ୍ତ କଥାକୁ ଗୁରୁତ୍ବ ଦେବା ଜରୁରୀ। ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। ଆର୍ଥିକବସ୍ଥାରେ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଅଯଥା ବିବାଦ ଦେଖାଦେବା ସହ କାର୍ଯ୍ୟଭାର ବଢିବ। ଯାହାକୁ ନେଇ ଟେନସନ୍ ରେ ରହିବେ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ।  ଫଳରେ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇବ। 

4/12

କର୍କଟ: ଆଗାମୀ ସପ୍ତାହ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ଛୋଟୋମୋଟ କଥାକୁ ନେଇ ବିବାଦ ଦେଖାଦେଇପାରେ। ଅଯଥା ବିବାଦରେ ଫସି ପାରନ୍ତି। ସହକର୍ମୀଙ୍କ ସହ କଥା ବାର୍ତ୍ତା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ସମସ୍ୟାରେ ପଡିବେ।  ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ପଡିପାରେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନରେ ରହିବେ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରହିବା ସହ ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

5/12

ସିଂହ : ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ ରହିବ।  ବେସରକାରୀ ଚାକିରି କରୁଥିବା ଲୋକେ ଅନ୍ୟ କେଉଁ ସ୍ଥାନରୁ ନିଯୁକ୍ତି ଅଫର ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ଟେକ୍ସଟାଇଲ୍ ବ୍ୟବସାୟୀମାନେ ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଯେଉଁଥିରୁ ଅଧିକ ଲାଭ ପାଇବେ। ସେହିପରି, ବ୍ୟାଙ୍କିଂ ଓ ଏଲଆଇସି କ୍ଷେତ୍ରରେ ଜଡିତ ଥିବା ଲୋକେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ସପ୍ତାହ ଶେଷବେଳକୁ ଦୂରଯାତ୍ରା କରନ୍ତୁ ନାହିଁ। କୌଣସି ଦୁର୍ଘଟଣାର ସାମ୍ନା କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।

6/12

କନ୍ୟା: ଏହି ରାଶିଙ୍କ ଆଗାମୀ ସପ୍ତାହ ବେଶ୍ ମଉଜ ମଜଲିସ୍ ରେ କଟିବ। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା। ଆୟରେ ବୃଦ୍ଧି ଘଟିବ। ନୂତନ ପ୍ରୋଜେକ୍ଟ ପାଇ ମନ ଖୁସି ରହିବ। ସପ୍ତାହ ଆରମ୍ଭରୁ ଅଧିକ ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ମଜବୁତ୍ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସପ୍ତାହ ଶେଷ ବେଳକୁ ନୂତନ ଗାଡି଼ କ୍ରୟ କରିପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳବ। ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ। 

7/12

  ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅଶୁଭ ରହିବ। ଅସୁସ୍ଥତା ଯୋଗୁଁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନୂଆ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଦିର୍ଘ ଦିନଧରି ଚାକିରି ଅପେକ୍ଷାରେ ଥିବା ଲୋକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିବ। ଚାକିରି ଖୋଜି ଖୋଜି ନିରାଶ ଅନୁଭବ କରିବେ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବ୍ୟବସାୟୀମାନଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।  ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ସଂକ୍ରମଣ ଜନିତ ରୋଗରେ ପୀଡିତ ହେବେ। 

8/12

ବିଛା: ପୂରା ସପ୍ତାହଟି ବ୍ୟସ୍ତତା ଭିତରେ ରହିବେ। କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟକୁ ନେଇ ଉତ୍ସାହ ଦଖାଦେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସପ୍ତାହ ଶେଷ ବେଳକୁ ଆକସ୍ମିକ ଧନଲାଭର ଯୋଗ ରହିଛି।  ସାହିତ୍ୟ, କଳା, ମନୋରଂଜନ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। କୌଣସି ସଭାସମିତିରେ ସମ୍ମାନୀତ ହୋଇପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। 

9/12

ଧନୁ:   ଏହି ରାଶିଙ୍କୁ ସତର୍କତାର ସହ ଆଗାମୀ ସପ୍ତାହରେ ଚଳିବାକୁ ପଡିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମତାନ୍ତର ହେବ। ପୁରୁଣା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇପାରେ।  ନିଜ ସନ୍ତାନ ମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ।

10/12

ମକର:  ନୂଆ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ। ସଫଳତା ପାଇବେ। କୌଣିସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ପିତା-ମାତାଙ୍କର ପରାମର୍ଶ ନିଅନ୍ତୁ। ମଧ୍ୟମ ଧରଣର ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

11/12

କୁମ୍ଭ: ବ୍ୟବସାୟୀ ମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ।  କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହେବେ। ତେଣୁ ସତର୍କତାର ସହ ନିଜ ସହକର୍ମୀଙ୍କ ସହ କାର୍ଯ୍ୟ କରନ୍ତୁ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। 

12/12

ମୀନ: ଆଗାମୀ ସପ୍ତାହ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟୀମାନେ କୌଣସି ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିପାରନ୍ତି। ଯେଉଁଥିରୁ ଦ୍ବି-ଗୁଣିତ ଲାଭ ପାଇବେ। ବ୍ୟବସାୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବେ। ବିଦେଶ ଯାତ୍ରାର ଯୋଗ ରହିଛି। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ  ଦୂର ସ୍ଥାନକୁ ଡେଟ୍ ରେ ଯାଇପାରନ୍ତି। କୌଣସି ପ୍ରକାର ଦାମୀ ଉପହାର ପାଇ ପାରନ୍ତି।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link