Shukra Gochar 2023: ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର ବା ଚଳନ କରନ୍ତି।  ଏହି କ୍ରମରେ ଶୁକ୍ର (Shukra) ଚଳିତ ମାସ ୩୦ (ନଭେମ୍ବର ୩୦) ରେ ଅପରାହ୍ନ ୧ଟା ୪୦ରେ କନ୍ୟା ରାଶି ଛାଡି ତୁଳା ରାଶିରେ ପ୍ରବେଶ କରିବେ। ଏହା ପରେ ୨୫ ଡିସେମ୍ବରରେ ବିଛାକୁ ଚଳନ କରିବେ। ଶୁକ୍ର (venus)ଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023)ଅବସ୍ଥା ଖରାପ ହୁଏ,ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ, ଶୁକ୍ରଙ୍କ ଏହି ଚଳନ ୪ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Kartik Purnima 2023: ବିଛାରେ ମଙ୍ଗଳ-ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!


ଧନୁ:  ତୁଳାରେ ଶୁକ୍ରଙ୍କ ଚଳନ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ।  ଆୟ ବୃଦ୍ଧି ପାଇବ । ଦରମା ବଢିବାର ସମ୍ଭାବନା ରହିଛି। ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟୀ ମାନଙ୍କ ପାଇଁ ଶୁଭ ସମୟ ରହିଛି । ମୋଟ୍ ଉପରେ କହିବାକୁ ଗଲେ ଆସନ୍ତାମାସ ଠାରୁ ଧନୁ ରାଶିର ଭାଗ୍ୟରେ ହାତୀ ସୁନା କଳସ ଢାଳିବ।


ମକର:  ଶୁକ୍ରଙ୍କ କୃପାରୁ ଏହି ରାଶି ଉପରେ ଧନ ବର୍ଷା ହେବ। ବିଶେଷ କରି, କ୍ୟାରିୟର ସଫଳତା ପାଇବା ସହ ବ୍ୟବସାୟରେ ଅଗ୍ରହତି ହେବ। ଦିର୍ଘ ଦିନର ଆଶା ପୂରଣ ହେବ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। ଏହି ସମୟରେ ଆପଣ ନୂତନ ଗାଡି଼ କ୍ରୟ କରିପାରନ୍ତି। 


କୁମ୍ଭ:  ବର୍ତ୍ତମାନ କୁମ୍ଭରେ ଶନିଙ୍କ କୋପଦୃଷ୍ଟି ଥିବାରୁ ଏହି ରାଶିରେ ଶନି ସାଢେ ସତୀର ପ୍ରଭାବ ରହିଛି । ତଥାପି ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ। 


କନ୍ୟା: ଶୁକ୍ରଙ୍କ ଆର୍ଶିବାଦ ଏହି ରାଶି ଉପରେ ଥିବାରୁ ଏହି ରାଶିର ଜୀବନ ଧନଧାନ୍ୟରେ ଭରିଯିବ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ ।  ଆୟର ଉତ୍ସ ବୃଦ୍ଧି ପାଇବ। ବ୍ୟବସାୟ ସହିତ ଜଡିତ ଲାଭ ମଧ୍ୟ ହୋଇପାରେ। ପୈତୃକ ସମ୍ପତ୍ତିରୁ ମଧ୍ଯ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ । 


​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)