Advertisement
Article Detail0/zeeodisha/odisha1979271
Zee OdishaOdisha LifeStyle and OthersKartik Purnima 2023: ବିଛାରେ ମଙ୍ଗଳ-ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Kartik Purnima 2023: ବିଛାରେ ମଙ୍ଗଳ-ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Kartik Purnima 2023: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା (Kartika purnima 2023)।  କିନ୍ତୁ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି। କାରଣ ଏହି ଦିନ ସୂର୍ଯ୍ୟ ଓ ମଙ୍ଗଳ ବିଛା ରାଶିରେ ରହୁଥିବାରୁ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ଏହି ଦୁର୍ଲଭ ସଂଯୋଗ ହେତୁ କିଛି ରାଶିର(zodiac sign) ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବେ ମଙ୍ଗଳ ଓ ସୂର୍ଯ୍ୟ। 

Kartik Purnima 2023: ବିଛାରେ ମଙ୍ଗଳ-ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Kartik Purnima 2023: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା (Kartika purnima 2023)। କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ଓ ଦାନର ମହତ୍ବ ବେଶ୍ ଅଧିକ ରହିଛି । ବିଶେଷ କରି ଏହି ଦିନ ମାଆ ଲକ୍ଷ୍ମୀ(laxmi) ଓ ଚନ୍ଦ୍ରଙ୍କୁ ପୂଜା କରିବାର ବିଧି ରହିଛି । ପଞ୍ଚଙ୍ଗ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ସମୟ ୨୬ ନଭେମ୍ବର ପ୍ରାତଃ  ୩ଟା ୫୩ ମିନିଟରୁ ଆରମ୍ଭ ହୋଇ ସେହି ଦିନ ୨ଟା ୪୫ ପର୍ଯ୍ୟନ୍ତ ରହିଛି। କିନ୍ତୁ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି। କାରଣ ଏହି ଦିନ ସୂର୍ଯ୍ୟ ଓ ମଙ୍ଗଳ ବିଛା ରାଶିରେ ରହୁଥିବାରୁ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ଏହି ଦୁର୍ଲଭ ସଂଯୋଗ ହେତୁ କିଛି ରାଶିର(zodiac sign) ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବେ ମଙ୍ଗଳ ଓ ସୂର୍ଯ୍ୟ। ସେହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Mohammed Shami: ପୁଣି ହିରୋ ସାଜିଲେ ସାମି, ଦେବଦୂତ ସାଜି ବଞ୍ଚାଇଲେ ଜୀବନ

କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ :

Add Zee News as a Preferred Source

ବୃଷ: ମଙ୍ଗଳ ଓ ସୂର୍ଯ୍ୟଙ୍କ ଏହି ଦୁର୍ଲଭ ସଂଯୋଗ ବୃଷ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ପୂରା ହେବ। ଶତ୍ରୃମାନଙ୍କ ଉପରେ ବିଜୟ ଲାଭ କରିବେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। 

କନ୍ୟା: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ନିଯୁକ୍ତି ଅଫର ମିଳିବ। କର୍ମକ୍ଷେତ୍ରରେ ଆପଣ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିପାରେ। ଆପଣ ନିଜ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ । ସମ୍ମାନ ବୃଦ୍ଧି ହେବା ସହ ଅଟକି ରହିଥିବା ଟଙ୍କା ଫେରି ପାଇବେ। 

ମିଥୁନ:  ଏହି ରାଶିର ଲୋକେ ମଧ୍ୟ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କ୍ୟାରିୟରରେ ସଫଳତା ପାଇବେ। କାର୍ଯ୍ୟାଳୟରେ 
ପଦୋନ୍ନତି ହେବାର ସମ୍ଭାବନା ରହିଛି । ଏହି ଅବଧି ମଧ୍ୟରେ ନୂଆ ନିଯୁକ୍ତି ଅଫର ମଧ୍ୟ ଆପଣ ବିଦେଶରୁ ପାଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା। ନିଜ ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣ କିଛି ବଡ କାମରେ ସଫଳତା ପାଇପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ବେଶ୍ ଅନୁକୂଳ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

About the Author