ମାଟ୍ରିକ୍ ପାସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ। ଷ୍ଟାଫ୍ ସିଲେକସନ କମିଶନ (SSC) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ବିଭାଗରେ ଖାଲିପଡିଥିବା ସାଢେ ତିନି ହଜାରରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୨ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା SSCର ଏହି ବିଜ୍ଞପ୍ତି ବିଷୟରେ ଅଧିକ ତଥ୍ୟ..


COMMERCIAL BREAK
SCROLL TO CONTINUE READING

ଷ୍ଟାଫ୍ ସିଲେକସନ କମିଶନ (ଏସଏସସି) ସରକାରଙ୍କ ବିଭିନ୍ନ ବିଭାଗରେ ମଲ୍ଟି ଟାସ୍କିଂ (ନନ୍ ଟେକ୍) ଷ୍ଟାଫ୍ ଏବଂ ହାବିଲଦାର ନିଯୁକ୍ତି ପାଇଁ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା କରିବେ


ଖାଲି ପଦବୀ ସଂଖ୍ୟା
----------------------------------------------
CBIC ଏବଂ CBNରେ ହାବିଲଦାର: ୩,୬୦୩
MTS: ପରେ ସୂଚନା ଦିଆଯିବ


ଆବେଦନ ତାରିଖ
----------------------------------------
ଅନଲାଇନ୍ ଆବେଦନପତ୍ର ଦାଖଲ ଆରମ୍ଭ: ୨୨ ମାର୍ଚ୍ଚ ୨୦୨୨
ଅନଲାଇନ୍ ଆବେଦନପତ୍ର ଦାଖଲ ଶେଷ ତାରିଖ : ୩୦ ଏପ୍ରିଲ୍ ୨୦୨୨


Also Read: ମଣିଷ ରକ୍ତରେ ପ୍ରଥମ ଥର ପାଇଁ ମିଳିଲା ପ୍ଲାଷ୍ଟିକ୍ କଣିକା, ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ


ଶିକ୍ଷାଗତ ଯୋଗ୍ୟତା
----------------------------------------------
ଆବେଦନକାରୀ ମାଟ୍ରିକ୍ ପରୀକ୍ଷା ପାସ୍ କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସମାନ ପରୀକ୍ଷା ପାସ୍ କରିଥିବା ଉଚିତ


ବୟସ ସୀମା
-----------------------------------------
CBN (ରାଜସ୍ୱ ବିଭାଗ)ରେ MTS ଏବଂ ହାବିଲଦାର ପଦବୀ ପାଇଁ:
ଜାନୁଆରୀ ୧, ୨୦୨୨ ସୁଦ୍ଧା ଆବେଦନକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ବର୍ଷ ମଧ୍ୟରେ ହେବା ଆବଶ୍ୟକ
ପ୍ରାର୍ଥୀମାନେ ୦୨-୦୧-୧୯୯୭ ପୂର୍ବରୁ ଜନ୍ମ ହୋଇନଥିବେ ଏବଂ ୦୧-୦୧-୨୦୦୪ ପରେ ଜନ୍ମ ହୋଇନଥିବେ)


CBIC (ରାଜସ୍ୱ ବିଭାଗ) ରେ MTS ଏବଂ ହାବିଲଦାରର କିଛି ପଦବୀ ପାଇଁ:  
ଜାନୁଆରୀ ୧, ୨୦୨୨ ସୁଦ୍ଧା ଆବେଦନକାରୀଙ୍କ ବୟସ ୧୮ ରୁ ୨୭ ବର୍ଷ ବର୍ଷ ମଧ୍ୟରେ ହେବା ଆବଶ୍ୟକ
(ପ୍ରାର୍ଥୀମାନେ ୦୨-୦୧-୧୯୯୫ ପୂର୍ବରୁ ଜନ୍ମ ହୋଇନଥିବେ ଏବଂ ୦୧-୦୧-୨୦୦୪ ପରେ ଜନ୍ମ ହୋଇନଥିବେ)


ଆବେଦନ ଠିକଣା
-------------------------------------------
ଆବେଦନଗୁଡିକ ଅନଲାଇନ୍ ମୋଡରେ ଆୟୋଗର ୱେବସାଇଟ୍ https://ssc.nic.in ରେ ଦାଖଲ ହେବ


Also Read: ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ


ଆବେଦନ ଶୁଳ୍କ
-------------------------------------------
ସାଧାରଣ/OBC ବର୍ଗ: ୧୦୦ ଟଙ୍କା
ମହିଳା ପ୍ରାର୍ଥୀ  (SC/ST/ PwD ବର୍ଗ): ମାଗଣା
ଅବସରପ୍ରାପ୍ତ ସୈନିକ (ESM): ମାଗଣା


ଚୟନ ପ୍ରକ୍ରିୟା
------------------------------------------
କେବଳ ହାବିଲଦାର ପଦ ପାଇଁ CBT, ଶାରୀରିକ ଦକ୍ଷତା ପରୀକ୍ଷା (PET) / ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ (PST) ହେବ  
ଜୁଲାଇ ୨୦୨୨ରେ ପେପର-୧ ପରୀକ୍ଷା ଅନୁଷ୍ଠିତ ହେବ
ପେପର-୨ (Descriptive) ମଧ୍ୟ ରହିବ