ମଣିଷ ରକ୍ତରେ ପ୍ରଥମ ଥର ପାଇଁ ମିଳିଲା ପ୍ଲାଷ୍ଟିକ୍ କଣିକା, ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1134216

ମଣିଷ ରକ୍ତରେ ପ୍ରଥମ ଥର ପାଇଁ ମିଳିଲା ପ୍ଲାଷ୍ଟିକ୍ କଣିକା, ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ

ଏହାପୂର୍ବରୁ, ଅନେକ ଗବେଷଣାରୁ ଜଣାପଡିଛି ଯେ ଲୋକଙ୍କ ମସ୍ତିଷ୍କ, ପେଟ ଏବଂ ପ୍ଲେସେଣ୍ଟାରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଜମାଟ ବାନ୍ଧି ଥାଏ, କିନ୍ତୁ ମାଇକ୍ରୋପ୍ଲାଷ୍ଟିକ୍ ପ୍ରଥମ ଥର ପାଇଁ ରକ୍ତରେ ମିଳିଛି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡରେ କରାଯାଇଥିବା ଏକ ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ୍ ମଣିଷ ରକ୍ତରେ ଦେଖାଦେଇଛି । ଯାଞ୍ଚ ପରେ କୁହାଯାଇଥିଲା ଯେ ରକ୍ତରେ ପ୍ଲାଷ୍ଟିକର ଅତି ସୂକ୍ଷ୍ମ କଣିକା ମିଳିଛି । ଏହି ଗବେଷଣା ପରେ ବବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଯେ ଏହା କିପରି ସମ୍ଭବ ହୋଇପାରେ । ଏହି ଗବେଷଣା ବର୍ତ୍ତମାନ ଏକ ନୂତନ ଆଲୋଚନାର କାରଣ ହୋଇଛି । ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଆରମ୍ଭ ହୋଇଛି ।

ବାସ୍ତବରେ, ଦି ଗାର୍ଡିଆନ୍ ଏହାର ଏକ ରିପୋର୍ଟରେ କହିଛି ଯେ ଏହା ପ୍ରଥମ ଥର ପାଇଁ ଘଟିଛି ଏବଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଗବେଷଣା ବିଷୟରେ ବୈଜ୍ଞାନିକମାନେ କହିଛନ୍ତି ଯେ 22 ଜଣ ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ନମୁନା ନିଆଯାଇଥିଲା । ସେଥିମଧ୍ୟରୁ ମାଇକ୍ରୋପ୍ଲାଷ୍ଟିକ୍ 17 ଜଣକ ରକ୍ତରେ ମିଳିଛି । ଗବେଷଣାରେ ଅନ୍ତର୍ଭୁକ୍ତ ସମସ୍ତ 22 ଜଣ ସଂପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ସେମାନଙ୍କର କୌଣସି ପ୍ରକାରର ରୋଗ ନଥିଲା । ଏହା ପରେ ମଧ୍ୟ ଯେତେବେଳେ ପରୀକ୍ଷା ନମୁନାରେ ପ୍ଲାଷ୍ଟିକ୍ କଣିକା ବାହାରିଲା, ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ରିପୋର୍ଟରେ ନେଦରଲ୍ୟାଣ୍ଡର ଜଣେ ପ୍ରଫେସରଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ଏହା ଅତ୍ୟନ୍ତ ଚକିତକର କାରଣ ପ୍ରଦୂଷଣ ଯୋଗୁଁ ଏହା ଘଟିଛି ଯେ ନିଶ୍ୱାସ ପ୍ରଶ୍ୱାସ ନେବା ସହିତ ପ୍ଲାଷ୍ଟିକ ମାନବ ଶରୀର ଭିତରକୁ ଯିବା ଆରମ୍ଭ କରିଛି । ସେମାନେ ଧୂଳି କଣିକା ପରି ଶରୀର ଭିତରକୁ ଯାଆନ୍ତି ଏବଂ ଏହା ପରେ ସେମାନେ ଶରୀରର ଅଙ୍ଗଗୁଡ଼ିକରେ ଜାମ ହେବା ଆରମ୍ଭ କରନ୍ତି । ପ୍ଲାଷ୍ଟିକର ଏହି ଛୋଟ କଣିକା ଶରୀର ଭିତରକୁ ଯାଇ ଅଙ୍ଗଗୁଡ଼ିକରେ ଲାଗିଥାଏ ଏବଂ ଏହାକୁ ଅବରୋଧ କରିଥାଏ । ପରେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ଏହାପୂର୍ବରୁ, ଅନେକ ଗବେଷଣାରୁ ଜଣାପଡିଛି ଯେ ଲୋକଙ୍କ ମସ୍ତିଷ୍କ, ପେଟ ଏବଂ ପ୍ଲେସେଣ୍ଟାରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଜମାଟ ବାନ୍ଧି ଥାଏ, କିନ୍ତୁ ମାଇକ୍ରୋପ୍ଲାଷ୍ଟିକ୍ ପ୍ରଥମ ଥର ପାଇଁ ରକ୍ତରେ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ହିଁ ବୈଜ୍ଞାନିକମାନେ ପରବର୍ତ୍ତୀ ପ୍ରକ୍ରିୟା ବିଷୟରେ ଗବେଷଣା କରୁଛନ୍ତି । ଏହା ସତ୍ୟ ଯେ ଦୀର୍ଘ ସମୟ ଧରି ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ କୁହାଯାଉଛି । ଯଦିଓ, ପ୍ଲାଷ୍ଟିକର ବ୍ୟବହାର ଜାରି ରହିଛି ।

ଏହା ବି ପଢ଼ନ୍ତୁ: ଅଜୟ ବିଷ୍ଟରୁ ଯୋଗୀ ଆଦିତ୍ୟନାଥ; MSC ଛାତ୍ରରୁ ମୁଖ୍ୟମନ୍ତ୍ରୀ ଯାଏଁ କିଛି ଏପରି ରହିଛି ଜୀବନଯାତ୍ରା

ଏହା ବି ପଢ଼ନ୍ତୁ: ଗୁଜୁରାଟ ନିର୍ବାଚନରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ​​ପ୍ରଶାନ୍ତ କିଶୋର!