Healthy Breakfast News In Odia: ସକାଳ ଜଳଖିଆ ବା ବ୍ରେକଫାଷ୍ଟ(Breakfast) । ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି ? କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ (Breakfast) କରିପରାନ୍ତି ନାହିଁ  । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ଡାଏଟ ଏବଂ ବିଭିନ୍ନ ପ୍ରକାରର ଫାଷ୍ଟିଂରେ ବ୍ରେକଫାଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ଜାଣିବା କିଛି ହେଲଦି ବ୍ରେକଫାଷ୍ଟ ବିଷୟରେ । ଯାହା ଆପଣଙ୍କ ପାଇଁ ବେଶ ଜରୁରୀ (start your day with these breakfast)। 


COMMERCIAL BREAK
SCROLL TO CONTINUE READING

ହେଲଦି ବ୍ରେକଫାଷ୍ଟ ବିଷୟରେ ଆସନ୍ତୁ ଜାଣିବା:


ମୁଗ୍ ଡାଲ୍ ଚିଲ୍ଲା:


ମୁଗ୍ ଡାଲ୍ ଚିଲ୍ଲାରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ମୁଗ ଡାଲିରୁ ଆପଣ ନିଜ ପାଇଁ ସକାଳେ ଏଥିରୁ ଚିଲ୍ଲା ପ୍ରସ୍ତୁତ କରିପାରିବେ ବ୍ରେକଫାଷ୍ଟ ବା ଜଳଖିଆରେ ଗ୍ରହଣ କରିପାରିବେ । ଏଥିରେ ଭରପୁର ପ୍ରୋଟିନ୍ ଓ ଫାଇବର ମଧ୍ୟ ରହିଛି । ଯାହା ଆପଣଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇବା ସହ ସୁସ୍ଥ ଓ ଫିଟ୍ ମଧ୍ୟ ରଖିଥାଏ । 


Also Read: Fake Certificate: ବଲାଙ୍ଗୀରରୁ ଗଞ୍ଜାମକୁ ଲମ୍ବିଛି ଜାଲ୍ ସାଟିପିକେଟର ଚେର, ୪ ଗିରଫ


Also Read: Bargarh News: ଖେଳ ବିଗାଡ଼ିଦେଲା ପ୍ରେମିକା, ବାଟ ବରଣୀ ବେଳେ ବରକୁ ଉଠାଇ ନେଲା ପୋଲିସ୍


ପାନିର୍ ଭୁର୍ଜି :
ପନିର୍ ହେଉଛି ପ୍ରୋଟିନ୍ ଏକ ଭଣ୍ଡାର । ଯଦିଓ ଏହାକୁ କଞ୍ଚା ଖାଇବା ଅତ୍ୟନ୍ତ ଲାଭଦାୟକ,କିନ୍ତୁ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ଆପଣ ପନିର ଭର୍ଜୀ ତିଆରି କରି ଏହାକୁ ଖାଇପାରିବେ । ଆପଣ ପାନିର୍, ପିଆଜ, ଟମାଟୋ ଏବଂ ମସଲାରେ ତିଆରି ଭୁର୍ଜି ପ୍ରସ୍ତୁତ କରି ଖାଇପାରିବେ । ଏହାକୁ ଆପଣ ରୁଟି କିମ୍ବା ପରାଟା ସହ ନିଜ ସକାଳ ଜଳଖିଆରେ ଗ୍ରହଣ କରିପାରିବେ । 


ପୋହା:
ପୋହା କେବଳ  ଏକ ହେଲଦି ବ୍ରେକଫାଷ୍ଟ ନୁହେଁ, ତାହା ଅଧିକାଂଶ ଲୋକଙ୍କର ପ୍ରିୟ ଜଳଖିଆ ଅଟେ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ । ଏହାକୁ ଆପଣ ବ୍ରେକଫାଷ୍ଟରେ ନେଲେ ଆପଣ ସୁସ୍ଥ ସହ ଆପଣଙ୍କୁ କାମ କରିବା ପାଇଁ ଶକ୍ତି ମଧ୍ୟ  ମିଳିବ । 


ଉଥପମ୍:
ଉଥପମ୍ ଦକ୍ଷିଣ ଭାରତର ମୁଖ୍ୟ ଖାଦ୍ୟ । ଏହା ସାଧାରଣତଃ ଅଉଳ ଚାଉଳର ଆଣରୁ ପ୍ରସ୍ତୁତ ଏକ ପିଠା । କିନ୍ତୁ ବର୍ତ୍ତମାନ ଏହା ଉତ୍ତର ଭାରତରେ ମଧ୍ୟ ଅତି ଉତ୍ସାହର ସହିତ ଲୋକେ ଖାଇଥାଆନ୍ତି । ପ୍ରୋଟିନ୍ ଯୁକ୍ତ ଉଥପମରେ ପ୍ରୋଟିନ୍ ଭରପୁର ପରିମାଣରେ ରହିଛି । 


ଡାଲି ଓ ପରାଠା:
 ସେହିପରି ଏକ ହେଲଦି ବ୍ରେକଫାଷ୍ଟ ପାଇଁ ଆପଣ ଡାଲି ଓ ପରାଠା ମଧ୍ୟ ନେଇପାରିବେ । ଡାଲି ପ୍ରୋଟିନର ଏକ ଭଣ୍ଡାର। 


ଉପମା : ଉପମା ମଧ୍ୟ ଶରୀର ପାଇଁ ବେଶ ହତକର ଖାଦ୍ୟ । ଏହାକୁ ମଧ୍ୟ ଆପଣ ନିଜ ବ୍ରେକଫାଷ୍ଟରେ ଗ୍ରହଣ କରିପାରିବେ। ଏହି ଅତି କମ୍ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ । 


ଇଡଲି ସାମ୍ବର : ଇଡଲି ଓ ସାମ୍ବର ମଧ୍ୟ ଏକ ହେଲଦି ବ୍ରେକଫାଷ୍ଟ ତାଲିକାରେ ଆସୁଛି । 


ଦୋସା : ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ଦୋଷା । ଏହା ମଧ୍ୟ ଏକ ହେଲଦି ବ୍ରେକଫାଷ୍ଟ ତାଲିକାରେ ଆସୁଛି । 


ସ୍ରାଉରଟ୍ସ  : ସ୍ରାଉରଟ୍ସ ମଧ୍ୟ ଏକ ହେଲଦି ବ୍ରେକଫାଷ୍ଟ ତାଲିକାରେ ଆସୁଛି । 


ଦଲିଆ :  ଦଲିଆ ମଧ୍ୟ ଏକ ହେଲଦି ବ୍ରେକଫାଷ୍ଟ ତାଲିକାରେ ଆସୁଛି । ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ।