Fake Certificate: ବଲାଙ୍ଗୀରରୁ ଗଞ୍ଜାମକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟର ଚେର, ୪ ଗିରଫ
Advertisement
Article Detail0/zeeodisha/odisha1668008

Fake Certificate: ବଲାଙ୍ଗୀରରୁ ଗଞ୍ଜାମକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟର ଚେର, ୪ ଗିରଫ

Fake Certificate News In Odia: ଗଞ୍ଜାମରେ ଜାଲ ସାର୍ଟିଫିକେଟର (Fake Certificate)ରେକଟର ପର୍ଦ୍ଦାଫାସ୍ କରିଛି ପୋଲିସ । ଏକ ବଡ ଧରଣ ଜାଲ ସାର୍ଟିଫିକେଟ କାରବାରରେ ଜଡିତ ଜଣେ ସରକାରୀ ଶିକ୍ଷକଙ୍କ ସମେତ ଚାରିଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ (Berhampur Police) ।

Fake Certificate: ବଲାଙ୍ଗୀରରୁ ଗଞ୍ଜାମକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟର ଚେର, ୪ ଗିରଫ

Fake Certificate News In Odia: ଗଞ୍ଜାମରେ ଜାଲ ସାର୍ଟିଫିକେଟର (Fake Certificate)ରେକଟର ପର୍ଦ୍ଦାଫାସ୍ କରିଛି ପୋଲିସ । ଏକ ବଡ ଧରଣ ଜାଲ ସାର୍ଟିଫିକେଟ କାରବାରରେ ଜଡିତ ଜଣେ ସରକାରୀ ଶିକ୍ଷକଙ୍କ ସମେତ ଚାରିଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ (Berhampur Police) । ରାକେଟ ଚାଳାଉଥିବା ମୁଖ୍ୟ ଗଞ୍ଜାମ ଖଲିକୋଟ ବ୍ଲକ ଲଙ୍ଗଳେଶ୍ବର ଗାଁର ଦଇତାରି ବେହେରା  । ଗିରଫ ହୋଇଥିବା ଦଇତାରୀକୁ ସହାୟତା କରୁଥିବା ତାର ଡାକ୍ତରୀ ପାଠ ପଢୁଆ ପୁଅ, ଅମୃତ ପ୍ରସାଦ ଦୌତାରୀ ଓ ଦୁଇ ସହଯୋଗୀ ଢେଙ୍କାନାଳର ପ୍ରଶାନ୍ତ କୁମାର ସାହୁ, କଟକର କିଶୋର ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।  

ବିଶେଷ କରି ବିଇଡି ଠାରୁ ଆରମ୍ଭ କରି ଦଶମ,ଦ୍ବାଦଶ ,ଇଞ୍ଜିନିୟର ଡିଗ୍ରୀ ସାର୍ଟି ଫିକୋଟ ସହ ମାଇଗ୍ରେସନ , ସ୍କୁଲ ଓ କଲେଜ ଲିଭିଙ୍ଗ ସାର୍ଟିଫିକେଟ ମଧ୍ୟ ଯୋଗାଇଆସିବାରେ ଧୁରନ୍ଧର କାମ କରିଆସୁଥିଲେ ଏହି ୪ ଅଭିଯୁକ୍ତ । କେବଳ ଓଡିଶା ନୁହଁ ଆନ୍ଧ୍ର ଓ ଛତିଶଗଡର ବିଭିନ୍ନ ସ୍କୁଲ ଓ କଲେଜର ନକଲି ପ୍ରମାଣପତ୍ର ଦେବାରେ ଏମାନେ କାମ କରୁଥିଲେ । ଡିଗ୍ରୀ ପ୍ରମାଣପତ୍ର ପାଇଁ ଆବଶ୍ୟକ କାଗଜ ଢେଙ୍କାନାଳ ଯାଉଥିଲା । ସେଠାରେ ସିଲ ଓ ଲୋଗୋ ଲାଗିବା ସହ ବିଦ୍ୟାର୍ଥିଙ୍କ ନାମ ଓ ବିଭିନ୍ନ ବିଷୟରେ ରଖିଥିବା ଅଙ୍କ ଛପା ହେଉଥିଲା । ସେହି ପ୍ରମାଣପତ୍ର ଗୁଡିକୁ ଗଞ୍ଜାମ ସହ ବିଭିନ୍ନ ଜିଲ୍ଲାର ବିଦ୍ୟାର୍ଥିଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ।  ସୋମବାର ବ୍ରହ୍ମପୁର ଗୋସାଇଁ ନୂଆଁଗାଁ ଥାନା ପୋଲିସ ଏଭଳି ଏକ ଆନ୍ତଃ ଜିଲ୍ଲା ଜାଲି ସାର୍ଟିଫିକେଟ ରାକେଟ ଚଳାଇଥିବା ଦଳକୁ ଠାବ କରିବାରେ ସଫଳତା ହାସଲ କରିଛି ।

Also Read: Bargarh News: ଖେଳ ବିଗାଡ଼ିଦେଲା ପ୍ରେମିକା, ବାଟ ବରଣୀ ବେଳେ ବରକୁ ଉଠାଇ ନେଲା ପୋଲିସ୍

Also Read: Balangir News: ୧୩ ଯୁବତୀଙ୍କ ସହ ଖେଳ କରୁଥିଲେ ଖେଳ ସାର, ବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ

ଗଞ୍ଜାମ ଜିଲ୍ଲା ଖୋଲ୍ଲିକୋଟ ବ୍ଲକ ଦେବୀଝର ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦଇତାରୀ ବେହେରା ଦୀର୍ଘ ବର୍ଷ ବର୍ଷ ଧରି ଅନେକ ବିଦ୍ୟାର୍ଥିଙ୍କୁ ଆନ୍ଧ୍ର ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାଁ ଲେଖା କାମ ସହ ପାସ୍  କରିବା କାମ ମଧ୍ୟ କରି ଆସୁଥିଲେ। ଏନେଇ ଗୋସାଇଁ ନୁଆଗାଁ ଥାନା ଅଞ୍ଚଳରେ ରହୁଥିବା ମନୋରଞ୍ଜନ ଗୌଡ ତାଙ୍କ ସ୍ତ୍ରୀ କୁ ବିଇଡି ପଡିବା ପାଇଁ ୨୦୧୯ ମସିହାରେ ଦଇତାରୀଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ । ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଇଡି ପାଠ୍ୟକ୍ରମରେ ସୁବିଧାରେ ପାସ କରା ଦେବାକୁ ମନୋରଞ୍ଜନ ଠାରୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଦଇତାରୀ । ମନରଞ୍ଜନଙ୍କ ସ୍ତ୍ରୀଙ୍କ ପ୍ରଥମ ସେମିଷ୍ଟାର ସରିବା ପରେ ପ୍ରୋଭିଜିନାଲ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେବାରୁ ଅଭିଯୁକ୍ତ ଶିକ୍ଷକ ଦଇତାରୁଙ୍କୁ ବାରମ୍ବାର ପଚାରିବା ପରେ କିଛି ଦିନ ମଧ୍ୟରେ ସେମିଷ୍ଟାର ଓ ପ୍ରୋଭିଜିନାଲ ସାର୍ଟିଫିକେଟ ଦେଇଥିଲେ ।

Also Read: Rayagada News: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର

Also Read: Health benefits of watermelon seeds: ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା, ଖାଇଲେ ମିଳିଥାଏ ଏହିସବୁ ଲାଭ!

ମିଳିଥିବା ସାର୍ଟିଫିକେଟରେ ସନ୍ଦେହ ଆସିବାରୁ ମନୋରଞ୍ଜନ ଆନ୍ଧ୍ରପ୍ରଦେଶ ସେହି ବିଶ୍ବବିଦ୍ୟାଳୟକୁ ଯାଇ ଯାଞ୍ଚ କରିଥିଲେ । ସେଠାରେ ଜାଣିବାକୁ ପାଇଥିଲେ ଯେ,ତାଙ୍କ ସ୍ତ୍ରୀ ପରୀକ୍ଷାରେ ଫେଲ୍ ହୋଇଯାଇଛନ୍ତି । କିନ୍ତୁ ସାର୍ଟିପିକେଟରେ ପାସ ବୋଲି ଦର୍ଶା ଯାଇଛି । ତେବେ, ତାଙ୍କ ସ୍ତ୍ରୀ ପାଇଥିବା ସାଟିପିକେଟ୍ ନକଲି ବୋଲି ଜାଣିବା ପରେ,  ମନୋରଞ୍ଜନ ଦଇତାରିଙ୍କୁ ଏସଂକ୍ରାନ୍ତରେ ପଚାରିଥିଲେ। ଏନେଇ ଦଇତାରୀ ମନୋରଞ୍ଜନଙ୍କୁ ଧମକଚମକ ଦେଇଥିଲେ। ଯାହା ଫଳରେ ଦଇତାରିଙ୍କ ବିରୁଦ୍ଧରେ ମନୋରଞ୍ଜନ ଗୋସାଇଁ ନୁଆଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ କାବୁ କରିବା ପରେ ଜାଣିବାକୁ ପାଇଥିଲେ ଏହା ବଡ ଧରଣର ରାକେଟ । 

ନକଲି ପ୍ରମାଣପତ୍ର ପ୍ରସ୍ତୁତି ପାଇଁ କଟକର ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣିହାଟ ମାଳିସାହିର କିଶୋର କୁମାର ବେହେରା ଆବଶ୍ୟକ କାଗଜ ଯୋଗାଉଦେଉଥିବା ବେଳେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମଙ୍ଗଳପୁର ବନମାଳୀ ପ୍ରସାଦର ପ୍ରଶାନ୍ତ କୁମାର ସାହୁ ନିଜ ଜେରେକ୍ସ ଦୋକାନ ତଥା ପ୍ରିଣ୍ଟିଂ ପ୍ରେସରେ ପ୍ରମାଣପତ୍ର ଗୁଡିକ ଛପାଉଥିଲେ ବୋଲି ପୋଲିସକୁ ଦଇତାରି ସୁଚନା ଦେଇଥିଲା । ଅପରପକ୍ଷରେ ଦଇତାରୀଙ୍କ ଡାକ୍ତରୀପଢୁଆ ପୁଅ ଅମୃତ ପ୍ରସାଦ ବେହେରା ମଧ୍ୟ ଏହି ରାକେଟରେ ସମୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ।

କଟକ ଓ ଢେଙ୍କାନାଳରେ ଚଳାଇଥିବା ବେଆଇନ କାର୍ଯ୍ୟକଳାପ ଆଧାରରେ ଚଡାଉ କରି ବ୍ୟବହୃତ ସାମଗ୍ରୀ ମଧ୍ୟରେ ନକଲି ପ୍ରମାଣପତ୍ର, ସହ କମ୍ପୁଟର , ପ୍ରିଣ୍ଟର, ଏକାଧିକ ସିଲ , ଲୋଗୋକୁ ଜବତ କରିଛି  ପୋଲିସ୍ । ଓଡିଶା ମାଧ୍ୟମିକ ପରିଷଦ ନାମରେ ୨୦୦ ଟି ନକଲି ପ୍ରମାଣପତ୍ର ,ଉଚ୍ଚ ମାଧ୍ୟମିକ ପରିଷଦ ନାମରେ ପ୍ରସ୍ତୁତ ଥିବା ୧୭୦ଟି ନକଲି ପ୍ରମାଣପତ୍ର, ୪୫ଟି ଲିଭିଙ୍ଗ ସାର୍ଟିଫିକେଟ , ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୁଳକ ତାଲିମ ପରିଷଦ ନାମରେ ଥିବା ୮୦ଟି , ବିପିୟୁଟି ନାମରେ ୧୧ଟି ନକଲି ସାର୍ଟିଫିକେଟ ସମେତ ବହୁ ଆନ୍ତଃରାଜ୍ୟର ଖ୍ୟାତିନାମା ବୋର୍ଡର ମାଇଗ୍ରେସନ ସାର୍ଟିଫିକେଟ ଓ ଅନ୍ୟାନ୍ୟ ପ୍ରସ୍ତୁତ ନକଲି ପ୍ରମାଣ ପତ୍ର କୁ ଜବତ କରିଛି ପୋଲିସ । ସୋମବାର ଡାକ୍ତରୀ ପୁଅ ସହ ସରକାରୀ ଶିକ୍ଷକ ଓ ଦୁଇ ଜଣଙ୍କୁ ମିଶାଇ ଚାରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରୀ ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ । ଦଇତାରିଙ୍କ ଠାରୁ ଅନେକ ଯୁବକ ଯୁବତୀ ସାର୍ଟିଫିକେଟ ହାତେଇ ଅନେକ ଏବେ ସରକାରୀ ଚାକିରି କରୁଥିବା ଜଣାପଡିଛି । 

ନିକଟରେ ଏଭଳି ଏକ ଘଟଣା ମଧ୍ୟ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ସମ୍ପତ୍ତି ଜବତ ହୋଇଛି । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି କ୍ରାଇମବ୍ରାଞ୍ଚ । ଚାରୋଟି ମୂଲ୍ୟବାନ୍ ଜମି, ୧୭ ଲକ୍ଷ ଟଙ୍କା ସମେତ ମନୋଜ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଛି । ଆଉ କେଉଁଠି କଳା ଟଙ୍କା ଲାଗାଇଛି ମନୋଜ ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ।