Bargarh News: ଖେଳ ବିଗାଡ଼ିଦେଲା ପ୍ରେମିକା, ବାଟ ବରଣୀ ବେଳେ ବରକୁ ଉଠାଇ ନେଲା ପୋଲିସ୍
Advertisement
Article Detail0/zeeodisha/odisha1667918

Bargarh News: ଖେଳ ବିଗାଡ଼ିଦେଲା ପ୍ରେମିକା, ବାଟ ବରଣୀ ବେଳେ ବରକୁ ଉଠାଇ ନେଲା ପୋଲିସ୍

Bargarh News In Odia: ପ୍ରେମିକାକୁ (Lover) ଧୋକା ଦେଇ ଅନ୍ୟତ୍ର ବିବାହ (Marriage)କରୁଥିଲା ପ୍ରେମିକ। ହେଲେ ଖେଳ ବିଗାଡି ଦେଲା ପ୍ରେମିକା । ପ୍ରେମିକା ପାଇଁ ଅଧାରେ ଅଟକିଲା ପ୍ରେମିକର ବାହାଘର। ବାହାଘର ପାଇଁ ସଜେଇ ହୋଇଥିଲା ବାହା ବେଦି ,ସବୁ କିଛି ପ୍ରସ୍ତୁତି ବି ଶେଷ ହୋଇଥିବା । ବର ଓ ବରଯାତ୍ରୀ ବି ପହଞ୍ଚି ସାରିଥିଲେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bargarh News In Odia:  ପ୍ରେମିକାକୁ (Lover) ଧୋକା ଦେଇ ଅନ୍ୟତ୍ର ବିବାହ (Marriage)କରୁଥିଲା ପ୍ରେମିକ। ହେଲେ ଖେଳ ବିଗାଡି ଦେଲା ପ୍ରେମିକା । ପ୍ରେମିକା ପାଇଁ ଅଧାରେ ଅଟକିଲା ପ୍ରେମିକର ବାହାଘର।  ବାହାଘର ପାଇଁ ସଜେଇ ହୋଇଥିଲା ବାହା ବେଦି ,ସବୁ କିଛି ପ୍ରସ୍ତୁତି ବି ଶେଷ ହୋଇଥିବା । ବର ଓ ବରଯାତ୍ରୀ ବି ପହଞ୍ଚି ସାରିଥିଲେ । କିଛି ସମୟ ପରେ ରୀତି ନୀତି ଭିତରେ ବର କନ୍ୟାଙ୍କ ହାତଗଣ୍ଠି ବି ପଡ଼ିଥାନ୍ତା ଓ ବିବାହ ସମ୍ପନ୍ନ ହୋଇଥାନ୍ତା । ହେଲେ ହଠାତ୍ ପହଞ୍ଚିଲା ପୋଲିସ୍ ଟିମ୍ ଓ ଆଉ ବରକୁ ଉଠାଇ ନେଇଗଲା (Groom Picked Up From Baraat)। ବାଟବରଣି ପରେ ବରକୁ ପୋଲିସ ଉଠାଇ ନେବାରୁ ଅଧାରେ ବନ୍ଦ ହେଲା ବାହାଘର । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଭଟଲି ଅଞ୍ଚଳର ବେହେରା ପାଲି ଗାଁରୁ । ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।  ଅଭିଯୁକ୍ତ ବର ଜଣକ ହେଉଛି ଅଜିତ କୁମାର ଭୋଇ । 

ସୂଚନା ଅନୁସାରେ, ଜାକ ଜମକରେ ଆରମ୍ଭ ହୋଇଥିଲା ବିବାହ ଉତ୍ସବ । ଠିକ୍ ବାଟବରଣି ସରିଛି କି ନାହିଁ,ପହଞ୍ଚିଥିଲା କମିଶନରେଟ୍ ପୋଲିସ । କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ କମ୍ପି ଉଠୁଥିବା ଗାଆଁ ପୂରା ସ୍ତବ୍ଧ ହୋଇଯାଇଥିଲା । ଅଜିତ କୁମାର ଭୋଇ ଭୁବନେଶ୍ଵର ଓଏସଆରଟିସି (OSRTC)ରେ ଜେଇ ଅଛନ୍ତି । ଗତ ଦୁଇ ବର୍ଷ ହେଲା ଭୁବନେଶ୍ଵରରେ ଜଣେ ଯୁବତୀଙ୍କୁ ଦିର୍ଘ ବର୍ଷ ହେବ ଭଲ ପାଉଥିଲେ । ତାଙ୍କୁ ବାହା ହେବେ ବୋଲି କହିଥିଲେ। ବାହା ହେବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ବି ରଖିଥିଲେ। କିନ୍ତୁ ବିବାହ କରିନଥିଲେ ।  

Also Read: Balangir News: ୧୩ ଯୁବତୀଙ୍କ ସହ ଖେଳ କରୁଥିଲେ ଖେଳ ସାର, ବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ

Also Read: Rayagada News: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର

ପ୍ରେମିକର ଅନ୍ୟତ୍ର ବିବାହ ଠିକ୍ ହୋଇଥିବା ଖବର ପାଇଥିଲେ ଯୁବତୀ ଜଣକ।  ଏନେଇ ସେ ଭୁବନେଶ୍ବର ମହିଳା ଥାନାରେ ଯୁବତୀ ଜଣକ ନିଜ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। କମିଶନରେଟ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  କମିଶନରେଟ ପୋଲିସ୍ ଟିମ ବିବାହ ହେଉଥିବା ସ୍ଥାନରେ ପହଞ୍ଚି ଥିଲା । ଏବଂ ସେଠାରୁ ବିବାହ ପୂର୍ବରୁ ବରକୁ ଉଠାଇ ନେଇଥିଲା (Groom Picked Up From Baraat)। ଫଳରେ ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ଅଜିତକୁ ବରଗଡ଼ରୁ ଭୁବନେଶ୍ଵର ନେବା ପରେ ଡାକ୍ତରୀ ମାଇନା କରି ପୋଲିସ କୋର୍ଟ ଚାଲାଣ କରିଛି । ତେବେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

Also Read: National News in Odia: ବାଥରୁମରେ ଶିଶୁକୁ ଜନ୍ମ ଦେଇ ଝରକା ପଟେ ଫିଙ୍ଗିଦେଲା ମାଆ

Also Read: VSSUT Student Death Case: ଭିସୁଟ ଛାତ୍ରୀ ମୃତ୍ୟୁ ମାମଲାରେ ଆସିଲା ଭିସେରା ରିପୋର୍ଟ, ମୃତ୍ୟୁ ଆଗରୁ ମଦ ପିଇଥିଲେ ଚିନ୍ମୟୀ

Also Read: Archana Nag: CFSL ଗଲା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଫୋନ୍, ନିର୍ବାଚନ ପୂର୍ବରୁ ଫସିବେ କି ବଡ଼ବଡ଼ିଆ !

Also Read: Free Liquor Service: ଏଣିକି ମାଗଣା ମିଳିବ ମଦ, ସରକାର ଆଣିଲେ ନୂଆ ନିୟମ

Also Read: Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ