ନୂଆଦିଲ୍ଲୀ: ଭାରତରେ ବଢ଼ିଚାଲିଛି ମଧୁମେହ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନ ବୃଦ୍ଧ ବ୍ୟକ୍ତିଙ୍କ ସହ ଯୁବପିଢି ମଧ୍ୟ ମଧୁମେହ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଧୁନିକ ଜୀବନଶୈଳୀ ମଧୁମେହ ରୋଗର ମୁଖ୍ୟ କାରଣ ହୋଇଥିବାବେଳେ ସଚେତନ ଭାବେ ଜୀବନ ଶୈଳୀରେ ପରବର୍ତ୍ତନ କରିପାରିଲେ ମାତ୍ର କିଛି ମାସ ମଧ୍ୟରେ ଏହି ରୋଗକୁ ଆରୋଗ୍ୟ ହୋଇପାରିବେ ରୋଗୀ । ମିଠା ଖାଇବା ଲୋଭ ସମ୍ବରଣ କରିନପାରି ଅନେକ ସଂଖ୍ୟାରେ ମଧୁମେହ ରୋଗୀ  ସୁଗାର ଫ୍ରି ଟାବଲେଟ ବ୍ୟବହାର କରିଥାନ୍ତି ।


COMMERCIAL BREAK
SCROLL TO CONTINUE READING

ସୁଗାର ଫ୍ରି ଟାବଲେଟ(Sugar-free tablets) ବା କିଛି କୃତ୍ରିମ ଚିନି ଜାତୀୟ ଉପାଦାନ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ । ଚିନି ବଦଳରେ ବ୍ୟବହାର କରୁଥିବା ସୁଗାର ଫ୍ରି ଟାବଲେଟ ଶରୀରରେ କର୍କଟ ରୋଗ ଆସଙ୍କା ବଢ଼ାଇଥାଏ । ଫ୍ରେଞ୍ଚ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ରିସର୍ଚ୍ଚ ଓ ସରବନ ପ୍ୟାରିସ ନର୍ଡ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଅଧିକ ପରମାଣରେ ସୁଗାର ଫ୍ରି ଟାବଲେଟ ଶରୀରରେ ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗ ହେବାର ଆଶଙ୍କା ବଢ଼ାଇ ଦେଇଥାଏ ।


ଗବେଷଣାରେ ମୋଟ ୧ ଲକ୍ଷ ୨ ହଜାର ୮୬୫ ଜଣ ଫ୍ରାନ୍ସର ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହି ରିପୋର୍ଟ ପିଏଲଓଏସ (PLOS) ମେଡିସିନ ପତ୍ରିକାରେ ପ୍ରକାଶ ପାଇଛି । ଯେଉଁ ଲୋକମାନେ ଦିନକୁ ୭୯ ମିଲିଗ୍ରାମରୁ ଅଧିକ କୃତ୍ରିମ ଚିନି ଜାତୀୟ ଉପାଦାନ ବା ସୁଗାର ଫ୍ରି ଟାବଲେଟ ଖାଉଛନ୍ତି, ସେମାନଙ୍କ ଶରୀରରେ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ୧୩ ପ୍ରତିଶତ କ୍ୟାନସର ହେବା ଆଶଙ୍କା ବୃଦ୍ଧି ପାଉଛି ।  ଅଧିକ ପରିମାଣରେ ସୁଗାର ଫ୍ରି ଟ୍ୟାବଲେଟ ଖାଉଥିଲେ ଏହାର କୁପରିଣାମ ପ୍ରତି ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।


ଏହାସହିତ ମଧୁମେହ ରୋଗୀ ନିଜ ଡାଏଟରେ ଅଧିକ ପନିପରିବା ସାମିଲ କରିବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି । ଅନିୟମିତ ଖାଇବା ଅଭ୍ୟାସ ଏବଂ ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ପାଇଁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବଢି ଚାଲିଛି । ମଧୁମେହ ପ୍ରଭାବରେ ଆଖି, କିଡନୀ, ଯକୃତ, ହୃଦୟ ଏବଂ ପାଦରେ ମଧ୍ୟ ସମସ୍ୟା ଦେଖାଦିଏ ।


ମଧୁମେହ ରୋଗୀଙ୍କ ପାଇଁ ସର୍ବୋତ୍ତମ ପନିପରିବା
୧-ଭେଣ୍ଡି


ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଏକ ଭଲ ପରିବା। ଭେଣ୍ଡିରେ ଆଣ୍ଟିଅକ୍ସିଡାଣ୍ଟ ସହିତ ଭରପୁର ମାତ୍ରାରେ ଫାଇବର ଥାଏ। ଭେଣ୍ଡି ଖାଇବା ଦ୍ବାରା ଏହା ସହଜରେ ହଜମ ହୋଇଥାଏ। ଏହା ରକ୍ତର ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ଖାଇବା ଦ୍ବାରା ପୋଷକ ତତ୍ତ୍ୱ ଇନସୁଲିନ୍‌ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।


୨-ଗାଜର


ସେହିପରି ଗାଜର ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅନ୍ୟ ଏକ ଭଲ ପରିବା । ଏଥିରେ ଭିଟାମିନ୍-ଏ ସହିତ ପ୍ରଚୁର ଖଣିଜ ତତ୍ୱ ରହିଥାଏ। ଗାଜରରେ ଭରପୂର ମାତ୍ରାରେ ଫାଇବର ମଧ୍ୟ ରହିଥାଏ ।


୩-ବନ୍ଧା କୋବି


ମଧୁମେହ ରୋଗୀଙ୍କ ପାଇଁ କୋବି ମଧ୍ୟ ବହୁତ ଫଳପ୍ରଦ ହୋଇଥାଏ । କୋବିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଭରପୂର ପରିମାଣର ରହିଥାଏ । କୋବିକୁ ସାଲାଡ କିମ୍ବା ପନିପରିବା ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।


୪-କାକୁଡି


କାକୁଡି ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ରହିଥାଏ । ଏଥିରେ ପ୍ରଚୁର ପରିମାଣର ଫାଇବର ଥିବାସହ ଏହା ଓଜନ ହ୍ରାସ ପାଇଁ ମଧ୍ୟ ପ୍ରଭାବଶାଳୀ ପରିବା । ଶର୍କରା ନିୟନ୍ତ୍ରଣ ପାଇଁ କାକୁଡି ବହୁତ ସାହାଯ୍ୟ କରିଥାଏ ।


୫-ସବୁଜ ପନିପରିବା


ମଧୁମେହ ରୋଗୀ ନିୟମିତ ଖାଦ୍ୟରେ ସବୁଜ ପନିପରିବା ସାମିଲ୍‌ କରିବା ନିହାତି ଆବଶ୍ୟକ । ପାଳଙ୍ଗ, ଲେଉଟିଆ, କୋଶଳା, ଖଡ଼ା ସହିତ ଶାଗ ଜାତୀୟ ପନିପରିବା ଖାଇବା ଉଚିତ । କାରଣ ଏହି ପନିପରିବାରେ ଫାଇବର ଭରପୂର ରହିଥାଏ ।


Also Read:  ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'


Also Read: ଟ୍ରୋଲ ହେଲେ ମିସ୍ ୟୁନିଭର୍ସ ହରନାଜ୍ ସାନ୍ଧୁ