ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'
Advertisement
Article Detail0/zeeodisha/odisha1140167

ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'

Odisha Governor Prof Ganeshi Lal Sings Bande Utkal Janani: ଆଜି ଉତ୍କଳ ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ (Odisha Governor) ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।

ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: Odisha Governor Prof Ganeshi Lal Sings Bande Utkal Janani: ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ' (Bande Utkal Janani) । ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ (Odisha Governor Prof Ganeshi Lal) ଗାଇଛନ୍ତି । ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହାକୁ ଉନ୍ମୋଚନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି  ଲାଲ । କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଂଗୀତରେ କଣ୍ଠ ଦାନ କରିଛନ୍ତି ହୁମାନ ସାଗର, ଦୀପ୍ତି ରେଖା କଣ୍ଠ ଦାନ କରିଛନ୍ତି । ବିଜୟ ମଲ୍ଲ ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ପ୍ରେମାନନ୍ଦ । ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ବାଚସ୍ପତି ବିସୂର୍ୟ ନାରାୟଣ ପାତ୍ରଙ୍କ ସହ ବିଶିଷ୍ଟ  ବଂଶୀବଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସେପଟେ ଆଜି ଉତ୍କଳ ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ (Odisha Governor) ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ସାରା ରାଜ୍ୟ ପାଳୁଛି ୮୭ତମ ଉତ୍କଳ ଦିବସ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କୁ ହଟାଇବା ପଛରେ ରହିଛି ବାଇଡେନଙ୍କ ହାତ!

ଏହା ବି ପଢ଼ନ୍ତୁ:-ଭାରତକୁ କଡ଼ା ଚେତାବନୀ ଦେଲା ଆମେରିକା, କହିଲା-ଯଦି ଚୀନ ଆକ୍ରମଣ କରେ ତ ବଞ୍ଚାଇବାକୁ ଆସିବନି ଋଷ​