ଟ୍ରୋଲ ହେଲେ ମିସ୍ ୟୁନିଭର୍ସ ହରନାଜ୍ ସାନ୍ଧୁ
Advertisement

ଟ୍ରୋଲ ହେଲେ ମିସ୍ ୟୁନିଭର୍ସ ହରନାଜ୍ ସାନ୍ଧୁ

ୟୁଜର୍ସ ସୋସିଆଲ ମିଡିଆରେ ହରନାଜଙ୍କ ଗେଟଅପ୍ କୁ ନେଇ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ହରନାଜ କୌର ସାନ୍ଧୁଙ୍କ ଡ୍ରେସ ବିଲକୁଲ ଖରାପ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ୟେ କେତେ ମୋଟି ହୋଇଗଲେଣି ।

ଟ୍ରୋଲ ହେଲେ ମିସ୍ ୟୁନିଭର୍ସ ହରନାଜ୍ ସାନ୍ଧୁ

ନୂଆଦିଲ୍ଲୀ:  ଆଜିକାଲି ଦୁନିଆରେ ଫ୍ୟାଶନବେଲ ହେବା କାହାକୁ ବା ପସନ୍ଦ ନୁହେଁ। ହେଲେ ଯଦି ମଡେଲ ମାନଙ୍କୁ ତାଙ୍କ ନିଜ ଫ୍ୟାନ୍ସ ଫିଗର ଓ ଲୁକକୁ ନେଇ କମେଣ୍ଟ ମାରନ୍ତି ତେବେ କଥା ସରିଲା। ଏମିତି କିଛି ଘଟଣା ଘଟିଛି ଲାକମି ଫ୍ୟାସନ ୱିକ୍ ପ୍ରୋଗ୍ରାମରେ।ମାର୍ଚ୍ଚ ୨୬ରେ ଲାକମି ଫ୍ୟାସନ ୱିକ୍  (Lakme Fashion Week)ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ବଲିଉଡ  ( Bollywood )ଆଗଧାଡ଼ିର ଅଭିନେତ୍ରୀ ଆଉ ମଡେଲ ବି ସାମିଲ ହୋଇଥିଲେ ।  

ଅନନ୍ୟା ପାଣ୍ଡେ ( Ananya Pandey ) , ଜାହ୍ନବୀ କପୁର ( Jahnbi Kapoor ) ଆଉ ମୀରା ରାଜପୁତ ( Meera Rajput ) ରାମ୍ପ ୱକ୍ କରିଥିଲେ। ଏଥିସହ ମିସ୍ ୟୁନିଭର୍ସ ହରନାଜ କୌର ସାନ୍ଧୁ ( Harnaz Kaur Sandhu ) ବି ରାମ୍ପ ୱକ୍ ( Ramp Walk ) କରିଥିଲେ ।  ସେ ଫ୍ୟାସନ ଡିଜାଇନର ସିୱାନ (Shiwan)ଆଉ ନରେଶ ( Naresh )ଙ୍କ ଶୋ' ଷ୍ଟପର ଥିଲେ ।  ଆଉ ଯେତେବେଳେ ଏହି ଶୋ'ର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା , ସେତେବେଳେ ସୋସିଆଲ ମିଡିଆ ୟୁଜର୍ସ ମିସ୍ ୟୁନିଭର୍ସଙ୍କୁ ( Miss Universe )  ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । କାରଣ ଏହି ସୋ ପରେ ହରନାଜ କୌର ସାନ୍ଧୁ ବଡି ସେମିଂର ଶିକାର ହୋଇଛନ୍ତି ।

Also Read: ବୁର୍ଜ ଖଲିପା: ଜାଣନ୍ତୁ କଣ ଏହି ସୁଉଚ୍ଚ ଅଟ୍ଟାଳିକାର ରହସ୍ୟ

କିଛି ୟୁଜର୍ସ ସୋସିଆଲ ମିଡିଆରେ ହରନାଜଙ୍କ ଗେଟଅପ୍ କୁ ନେଇ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ହରନାଜ କୌର ସାନ୍ଧୁଙ୍କ ଡ୍ରେସ ବିଲକୁଲ ଖରାପ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ୟେ କେତେ ମୋଟି ହୋଇଗଲେଣି ।କେହିକେହି ଲେଖିଛନ୍ତି ମୋଟି ମିସ୍ ୟୁନିଭର୍ସ (Miss Universe) ତ କିଏ ଲେଖିଛନ୍ତି ପ୍ଲସ୍ ସାଇଜ୍ ମଡେଲ ।ଏପରିକି ହରନାଜଙ୍କ ମିମ୍ସବି ବନାଇଦେଇଛନ୍ତି କିଛି ୟୁଜର୍ସ । ଏହା ହରନାଜଙ୍କ ସହ ପ୍ରଥମ ଥର ହୋଇନାହିଁ । ଡିସେମ୍ବର ୨୦୨୧ରେ ଯେତେବେଳେ ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ବନିଥିଲେ , ସେତେବେଳେ ସେ ବଡି ସେମିଂକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ସେ ପତଳା ଥିବାରୁ ଲୋକେ ତାଙ୍କର ମଜାକ୍ ବନାଉଥିଲେ , ହେଲେ ତାଙ୍କ ମାଆ ତାଙ୍କୁ ସପୋର୍ଟ କରିଥିଲେ । ସେଥିପାଇଁ ତ ଲାକମୀ ଫ୍ୟାସନ ୱିକରେ ଟ୍ରୋଲ୍ ହେବା ପରେ ବି ହରନାଜ ପଜିଟିଭ ମୁଡ୍ ରେ ଅଛନ୍ତି । ନିଜ ଶରୀରକୁ ଭଲ ପାଇବା ପାଇଁ ସେ ଅନ୍ୟ ମହିଳାଙ୍କୁ ବି ଶିକ୍ଷା ଦେଇଛନ୍ତି ।