Kidney Damage Symptoms: କିଡନୀ ଖରାପ ହେବାର ଏହା ହେଉଛି ପ୍ରାରମ୍ଭିକ ଲକ୍ଷଣ, କେବେବି କରନ୍ତୁ ନାହିଁ ଅଣଦେଖା!
Kidney Damage Symptoms: ସାଧାରଣତଃ ଲୋକମାନେ କିଡନୀ ରୋଗକୁ କିଡନୀରେ ଷ୍ଟୋନ ହେବା ସହିତ ଯୋଡିଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ବିନା ଷ୍ଟୋନରେ ମଧ୍ୟ କିଡନୀ ଖରାପ ହୋଇପାରେ। ଅନେକ ଚିକିତ୍ସା କାରଣ ଅଛି ଯାହା କିଡନୀରେ କ୍ଷତି ଘଟାଇପାରେ। ଯଦି ଏହା ଠିକ ସମୟରେ ଚିହ୍ନଟ ନହୁଏ ତେବେ ପରିସ୍ଥିତି ଗୁରୁତର ହୋଇପାରେ।
Kidney Damage Symptoms: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ଠିକ୍ ରହିବା ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଲୋକମାନେ କିଡନୀ ରୋଗକୁ ଷ୍ଟୋନ ହେବା ସହିତ ଯୋଡିଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ବିନା ଷ୍ଟୋନରେ ମଧ୍ୟ କିଡନୀ କ୍ଷତି ହୋଇପାରେ। ଅନେକ ଚିକିତ୍ସା କାରଣ ଅଛି ଯାହା କିଡନୀରେ କ୍ଷତି ଘଟାଇପାରେ। ଯଦି ଏହା ଠିକ ସମୟରେ ଚିହ୍ନଟ ନହୁଏ ତେବେ ପରିସ୍ଥିତି ଗୁରୁତର ହୋଇପାରେ। ତେବେ ଜାଣନ୍ତୁ କିଡନୀ ନଷ୍ଟ ହେବାର କେତେକ କାରଣ, ସଂକେତ ଓ ପ୍ରତିରୋଧକ।
କିଡନୀ ନଷ୍ଟ ହେବାର ମୁଖ୍ୟ କାରଣ
୧. ଉଚ୍ଚ ରକ୍ତଚାପ- ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଥାଏ, ତେବେ ଏହା କିଡନୀ ନଷ୍ଟ ହେବାର ଏକ ସାଧାରଣ କାରଣ ଭାବରେ ମଧ୍ୟ ବିବେଚନା କରାଯାଏ। ଦୀର୍ଘ ସମୟ ଧରି ହାଇ ବିପି କାରଣରୁ କିଡନୀ ଫିଲ୍ଟର ଦୁର୍ବଳ ହୋଇଯାଏ, ଯାହା କିଡନୀ କାର୍ଯ୍ୟକୁ ପ୍ରଭାବିତ କରିଥାଏ।
୨. ଡାଇବେଟିସ୍- ଶରୀରରେ ଅଧିକ ସୁଗାର ଲେବଲ୍ କିଡନୀ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା କିଡନୀର ରକ୍ତବାହୀକୁ କ୍ଷତି ପହଞ୍ଚାଏ, ଯେଉଁ କାରଣରୁ କିଡନୀ କାମ କରିବା ମଧ୍ୟ ଧିର ହୋଇଯାଏ।
୩. ଶିରା ଫୁଲିଯିବା- ଯଦି ଜଣେ ବ୍ୟକ୍ତିର ଶିରାରେ ଫୁଲିବା ସମସ୍ୟା ରହିଥାଏ। ବିଶେଷକରି କିଡନୀ କୋଷଗୁଡ଼ିକ ଫୁଲିଥାଏ ତେବେ ଏହା ମଧ୍ୟ କିଡନୀ ଫେଲ୍ ର ସଙ୍କେତ ଅଟେ। ଏହା କିଡନୀ କାର୍ଯ୍ୟକୁ ପ୍ରଭାବିତ କରିଥାଏ।
୪. ପେନ୍ କିଲର୍ସର ସେବନ- ପେନ୍ କିଲର୍ସର ଅଧିକ ବ୍ୟବହାର କିଡନୀ ପାଇଁ କ୍ଷତିକାରକ ହୋଇପାରେ। କିଡନୀକୁ କ୍ଷତି ପହଞ୍ଚାଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
୫. କମ୍ ପାଣି ପିଇବା- ଶରୀରରେ ଡିହାଇଡ୍ରେସନ୍ ଯୋଗୁଁ କିଡନୀ କ୍ଷତି ମଧ୍ୟ ହୋଇପାରେ। ଏହାଦ୍ୱାରା ପଥର ଗଠନ ମଧ୍ୟ ହୋଇପାରେ।
କିଡନୀ ନଷ୍ଟ ହେବାର ପ୍ରାରମ୍ଭିକ ଲକ୍ଷଣ
କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବା
ହାତ, ପାଦ ଏବଂ ମୁହଁରେ ଫୁଲା ଦେଖାଯିବା। କାରଣ କିଡନୀ ଶରୀରରୁ ଅତିରିକ୍ତ ଜଳ ଏବଂ ଲୁଣ ବାହାର କରିବାରେ ସକ୍ଷମ ନୁହେଁ।
ପରିସ୍ରା କରିବାରେ ଅସୁବିଧା କିମ୍ବା ପରିସ୍ରାକୁ ଧୀରେ ଧୀରେ କରିବାରେ ଅସୁବିଧା ଅନୁଭବ କରିବା।
ଲୁଣିଆ ଖାଦ୍ୟ ଖାଇବାକୁ ନେଇ ଇଚ୍ଛା ବୃଦ୍ଧି ହେବା।
କିଡନୀ ଫେଲ୍ ଶରୀରରେ ରକ୍ତ ଅଭାବର କାରଣ ହୋଇପାରେ, ଯାହା ରକ୍ତହୀନତାର କାରଣ ହୋଇପାରେ
କିଡନୀ ନଷ୍ଟ ନ ହେବା ପାଇଁ ଏହି ଉପାୟ ଅବଲମ୍ୱନ କରନ୍ତୁ
ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା, ଫଳ ଏବଂ ରୁଟି, ଭାତ ଶସ୍ୟ ଅନ୍ତର୍ଭୂକ୍ତ କରନ୍ତୁ ।
ଦିନସାରା ଅତିକମରେ ୮ ରୁ-୧୦ ଗ୍ଲାସ୍ ପାଣି ପିଇବାର ଅଭ୍ୟାସ କରନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ।
ନିୟମିତ ଭାବରେ ରକ୍ତଚାପ ଏବଂ ସୁଗାର ଯାଞ୍ଚ କରନ୍ତୁ।
ଡାକ୍ତରୀ ପରାମର୍ଶ ବିନା କୌଣସି ଔଷଧ ସେବନ କରନ୍ତୁ ନାହିଁ।
(Disclaimer: ଉପରୋକ୍ତ ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ, ଦୟାକରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। Zee Odisha News ଦ୍ୱାରା ଏହି ସୂଚନାକୁ ନିଶ୍ଚିତ କରେନାହିଁ।)