ଏଣିକି ପୋଷ୍ଟ୍ ଅଫିସରେ PAN Card ଆବେଦନ
ବର୍ତ୍ତମାନ ସମୟରେ, ଆଧାର କାର୍ଡ ବ୍ୟତୀତ ପାନ୍ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ବିଶେଷ କରି ଆର୍ଥିକ କାରବାରରେ ପାନ୍ କାର୍ଡର ବହୁଳ ବ୍ୟବହାର ହୁଏ।
ନୂଆଦିଲ୍ଲୀ: ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନ୍ କାର୍ଡ ତିଆରି କରିନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଏଣିକି ଆପଣ ଡାକଘରକୁ ଯାଇ ନିଜର ପାନ୍ କାର୍ଡ ପାଇଁ ଆବେଦନ କରିପାରିବେ। ଇଣ୍ଡିଆ ପୋଷ୍ଟ ଗୁରୁବାର ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି।
ବର୍ତ୍ତମାନ ସମୟରେ, ଆଧାର କାର୍ଡ ବ୍ୟତୀତ ପାନ୍ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ବିଶେଷ କରି ଆର୍ଥିକ କାରବାରରେ ପାନ୍ କାର୍ଡର ବହୁଳ ବ୍ୟବହାର ହୁଏ। ସରକାରଙ୍କ ବିଭିନ୍ନ ଯୋଜନରେ ପାନ କାର୍ଡର ଆବଶ୍ୟକତା ପଡୁଥିବା ବେଳେ ଏହା ଏକ ପରିଚୟ ପତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ତେବେ ଆପଣ ଘରେ ବସି ମଧ୍ୟ ଅନଲାଇନରେ ପାନ୍ କାର୍ଡ ପାଇଁ ଆବେଦନ କରିପାରିବେ। କିନ୍ତୁ ଏହା ବ୍ୟତୀତ ପୋଷ୍ଟ ଅଫିସ ବା ଡାକଘରେ ଏହି ସୁବିଧା ଉପଲବ୍ଧ ହେଉଛି।
Also Read: Holi Special : ଭାଙ୍ଗ ପ୍ରସ୍ତୁତ କରିବାର ୩ଟି ସରଳ ପ୍ରଣାଳୀ
ଗୁରୁବାର ଭାରତୀୟ ଡାକ (Indian Post) ବିଭାଗ ଏକ ଟ୍ୱିଟ୍ କରି କହିଛି, "ପାନ୍ କାର୍ଡ (PAN card)ର ଅନେକ ସୁବିଧା ଅଛି ଏବଂ ଆପଣ ଏହା ପାଇଁ ନିକଟସ୍ଥ ଡାକଘରେ ଆବେଦନ କରିପାରିବେ।ଏହା ଅନେକ ଆର୍ଥିକ କାରବାର ପାଇଁ ସହାୟକ ହୋଇଥାଏ।" #AapkaDostIndiaPost
ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ୫୦ ହଜାର ଟଙ୍କାରୁ ଅଧିକ ଆର୍ଥିକ କାରବାର ଏବଂ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପାନ କାର୍ଡ ଆବଶ୍ୟକ। ଏହା ବ୍ୟତୀତ ସମ୍ପତ୍ତି କ୍ରୟରେ ମଧ୍ୟ ଏହା ଏତ ଜୁରୁରୀ ଦସ୍ତାବିଜ୍। ଆପଣ ଅନଲାଇନରେ ପାନ୍ କାର୍ଡ ଆବେଦନ ବେଳେ ଅପଡେଟ୍ ଆଧାର କାର୍ଡ, ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦେବାକୁ ପଡିବ।
Also Read: ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଅମିତ ଶାହା କଲେ ଏପରି ଦାବି
ଡାକଘର ବ୍ୟତୀତ ଆପଣ ଘରେ ଅନଲାଇନରେ ପାନ କାର୍ଡ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ https://www.onlineservices.nsdl.com/paam/endUserRegisterContact.html ଲଙ୍କକୁ ଯିବାକୁ ପଡିବ। ଏଠାରେ ଆପଣଙ୍କୁ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ପଡିବ। ଏହା ବ୍ୟତୀତ ଆପଣଙ୍କୁ ଅନଲାଇନରେ ପାନ୍ କାର୍ଡ ଫି ମଧ୍ୟ ଦାଖଲ କରିବାକୁ ପଡିବ। ସବୁ ପ୍ରକ୍ରିୟା ଶେଷ ହେବାର କିଛି ଦିନ ପରେ ପାନ୍ କାର୍ଡ ଆପଣଙ୍କ ଡାକ ଠିକଣାକୁ ଆସିଯିବ।