ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଅମିତ ଶାହା କଲେ ଏପରି ଦାବି
Advertisement
Article Detail0/zeeodisha/odisha874437

ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଅମିତ ଶାହା କଲେ ଏପରି ଦାବି

ଦେଶର ୫ଟି ରାଜ୍ୟରେ ଏକାସାଥିରେ ବିଧାନସଭା ନିର୍ବାଚନ ହେଉଛି। କିନ୍ତୁ ସମସ୍ତଙ୍କ ନଜର କେବଳ ପଶ୍ଚିମବଙ୍ଗ ଉପରେ ଅଛି। ସମସ୍ତେ ତୃଣମୂଳ ସ୍ତରରେ ସ୍ଥିତି ଜାଣିବାକୁ ଆତୁର। ଏପରିକି ପ୍ରଥମ ପର୍ଯ୍ୟାୟରେ କାହା ପକ୍ଷରେ କେତେ ମତଦାନ ହୋଇଛି ସେହି ସସ୍ପେନ୍ସ ମଧ୍ୟ ଲୋକଙ୍କ ଉତ୍କଣ୍ଠା ବଢାଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶନିବାରଠୁ ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ପଡିଥିବା ବେଳେ ଆସାମରେ ୭୨ ପ୍ରତିଶତ ମତଦାନ ହୋଇଛି। ତେବେ ଏହି ୨ ରାଜ୍ୟର ନିର୍ବାଚନକୁ ନେଇ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ଦଳର ବିଶାଳ ବିଜୟ ନେଇ ସନ୍ଦେସ ଦେଇଛନ୍ତି।

ଦେଶର ୫ଟି ରାଜ୍ୟରେ ଏକାସାଥିରେ ବିଧାନସଭା ନିର୍ବାଚନ ହେଉଛି। କିନ୍ତୁ ସମସ୍ତଙ୍କ ନଜର କେବଳ ପଶ୍ଚିମବଙ୍ଗ ଉପରେ ଅଛି। ସମସ୍ତେ ତୃଣମୂଳ ସ୍ତରରେ ସ୍ଥିତି ଜାଣିବାକୁ ଆତୁର। ଏପରିକି ପ୍ରଥମ ପର୍ଯ୍ୟାୟରେ କାହା ପକ୍ଷରେ କେତେ ମତଦାନ ହୋଇଛି ସେହି ସସ୍ପେନ୍ସ ମଧ୍ୟ ଲୋକଙ୍କ ଉତ୍କଣ୍ଠା ବଢାଇଛି। ଏତିକି ବେଳେ ଅମିତ ଶାହା ସମସ୍ତଙ୍କୁ ଆଚମ୍ବିତ କରିବା ଭଳି ଜ୍ୟାମିତି ସୁତ୍ର ବୁଝାଇଛନ୍ତି। ବଙ୍ଗରେ ମତଦାନ ହୋଇଥିବା ୩୦ ଆସନରୁ BJP ୨୬ଟି ଓ ଆସାମରେ ୩୭ଟି ସିଟରେ ବିଜୟ ହୋଇଥିବା ସେ ଦାବି କରିଛନ୍ତି।

Also Read: ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ୍': ଟୀକାକରଣ ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ

ଅମିତ ଶାହା (Amit Shah) କହିଛନ୍ତି ଯେ, ୨ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି। ପଶ୍ଚିମବଙ୍ଗ (West Bengal Election) ରେ ୩୦ଟି ଆସନରୁ ୨୬ଟି ଓ ଆସାମର ୪୭ଟିରୁ ୩୭ଟି ଆସନରେ BJP ବିଜୟ ହୋଇଛି। ଏହା ବଙ୍ଗରେ BJP ୨୦୦ ମିଶନ ପାର କରିବା ଲକ୍ଷ୍ୟର ଗୋଟିଏ ପାଦ। ଉଭୟ ରାଜ୍ୟରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଯାହା ମତଦାନକୁ ନେଇ ଜନତାଙ୍କ ଉତ୍ସାହକୁ ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ (Union Home Minister) କହିଛନ୍ତି। 

ଆସାମ (Assam Election) ରେ ଗତ ୫ ବର୍ଷ ହେଲା BJP ଶାସନ କରୁଛି। ଏହା ଉପରେ ଚର୍ଚ୍ଚା କରି ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ (PM Modi) ନେତୃତ୍ୱରେ ଆସାମରେ ବିକାଶ ହୋଇଛି। ସେଠାରେ ଆମ ସରକାର ଯେଉଁପ୍ରକାରର ଅଦ୍ଭୁତପୂର୍ବ ବିକାଶ କରିଛି, ଯେଉଁଥିପାଇଁ BJPକି ବିପୁଳ ଜନ ସମର୍ଥନ ମିଳୁଛି। ଆସାମବାସୀଙ୍କୁ ଡବଲ ଇଂଜିନର ସରକାରର କସ୍ପେପ୍ଟ ବୁଝା ପଡିଲାଣି।

Also Read: Pipili ByPoll 2021: ରୁଦ୍ରଙ୍କୁ ଟିକେଟ ମିଳିବା ପରେ ନବୀନଙ୍କୁ ଭେଟିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ

ସେପଟେ ପଶ୍ଚିମବଙ୍ଗର ଆଲୋଚନା ବେଳେ ଅମିତ ଶାହା ଖୁବ୍ ଆକ୍ରାମକ ହୋଇଥିଲେ। ସେ କହିଥିଲେ ଯେ, ପ୍ରଥମ ଥର ବିନା ରକ୍ତପାତରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟୟା ନିର୍ବାଚନ ହୋଇଛି। ରାଜ୍ୟରେ କମୁନିଷ୍ଟ ଦଳ ୨୭ ବର୍ଷ ଶାସନ କରିଥିଲେ। ପରେ ମମତା ଦିଦି (Mamat Banerjee) କ୍ଷମତାକୁ ଆସିଲେ। ଏଥିରେ କେବଳ ପାର୍ଟିର ନାଁ ଓ ଚିହ୍ନ ବଦଳିଛି। କିନ୍ତୁ ଏବେ ବି ବଙ୍ଗବାସୀଙ୍କ ଅବସ୍ଥା ସୁଧୁରି ନାହିଁ।