ନୂଆଦିଲ୍ଲୀ: ରାତି ପାହିଲେ ରଙ୍ଗ ଓ ସମ୍ପର୍କର ପର୍ବ ହୋଲି। ଏଭଳି ମାହୋଲରେ ବାହାରେ ମହାମାରୀ କରୋନା ଏବଂ ଆପଣ ଘରେ ଅଛନ୍ତି। କିନ୍ତୁ ଉତ୍ସବ ତ ପାଳନ ହେବ। ବିନା ଥଣ୍ଡା ପାନୀୟରେ ହୋଲି ପର୍ବ ଅସମ୍ପୂର୍ଣ୍ଣ। ହୋଲିରେ ଭାଙ୍ଗ ପିଇବାର ପରମ୍ପରା ଅଛି। କିନ୍ତୁ ଆପଣ ନିଜ ଇଚ୍ଛା ଏବଂ ସୁବିଧା ଅନୁଯାୟୀ ଏହାକୁ ବିନା ଭାଙ୍ଗରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ ଅନୁସରଣ କରିବାକୁ ପଡିବ। ତବେ ଆସନ୍ତୁ ଜାଣିବା ବିନା ଭାଙ୍ଗରେ କିଭଳି ମଜାଦାର ଥଣ୍ଡା ପାନୀୟ ପ୍ରସ୍ତୁତ ହୋଇପାରିବ...
ବିନା ଭାଙ୍ଗର ଗୋଲାପ ପାନୀୟ:
ଏହି ପାନୀୟ (Holi special drinks) ତିଆରି କରିବାରେ ପ୍ରାୟ ୬ ପ୍ରକାରର ସାମଗ୍ରୀ ବ୍ୟବହୃତ ହୁଏ। ଯାହା ଆପଣଙ୍କୁ ରୋଷେଇ ଘରେ ସହଜରେ ମିଳିଯିବ।
ଗୋଲାପ ପାଖୁଡା - ୨ ଟେବୁଲ୍ ଚାମଚ
ଖସଖସ - ୨ ଟେବୁଲ୍ ଚାମଚ
ଗୋଲ ମରିଚ - ୧ ଟେବୁଲ୍ ଚାମଚ
ଗୁଜୁରାତି - ୩ଟା
ପିସ୍ତା - ୭ଟା
ଲବଙ୍ଗ - ୨ଟି
ତରଭୁଜ ମଞ୍ଜି - ୧ ଟେବୁଲ୍ ଚାମଚ
ପାନମଧୂରୀ - ୧ ଟେବୁଲ୍ ଚାମଚ
କଟା ବାଦାମ - ୧ ଟେବୁଲ୍ ଚାମଚ
କେଶର - ୩ଟି
କ୍ଷୀର - ୨ କପ୍
ଚିନି - ୩ ଟେବୁଲ୍ ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ର ନେଇ ସେଥିରେ ଗୋଲାପ ପାଖୁଡା (Rose) , ଲବଙ୍ଗ, ଗୋଲମରିଚ ଗୁଣ୍ଡ, ତରଭୁଜ ମଞ୍ଜି, ଖସଖସ୍, ପାନମଧୂରୀ, କଟା ବାଦାମ, ପିସ୍ତା ଏବଂ ଗୁଜୁରାତିକୁ ଭଲ ଭାବେ ମିଶାନ୍ତୁ। ଏବେ ସେହି ମିଶ୍ରଣରେ ପାଣି ଦେଇ ଭଲ କରି ଫେଣ୍ଟନ୍ତୁ। ଏହି ସମସ୍ତ ସାମଗ୍ରୀକୁ ଅତି କମରେ ୨ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ। ତାପରେ ଏକ ମିକ୍ସରରେ ମଶୃଣ ହେବା ପର୍ଯ୍ୟନ୍ତ ଗ୍ରାଇଣ୍ଡ କରନ୍ତୁ।
ଗ୍ରାଇଣ୍ଡିଂ କରାଯାଇଥିବା ପେଷ୍ଟରେ ଏବେ ଚିନି ମିଶାଇ ପୁଣି ଗ୍ରାଇଣ୍ଡ୍ କରନ୍ତୁ। ତା’ପରେ ଏକ ସଫା ପାତ୍ର ନିଅନ୍ତୁ ଏବଂ ସେଥିରେ ଗୋଟିଏ ମସଲିନ୍ କପଡ଼ା ରଖି ପୁରା ପେଷ୍ଟ ବାହାର କରନ୍ତୁ। ତା’ପରେ ଏହାକୁ ଚିପୁଡି ପାଣି ନିଗାଡି ତାକୁ ଗୋଟିଏ ଜାରରେ ଭର୍ତ୍ତି କରନ୍ତୁ। ଏବେ ଗୋଟିଏ ଗ୍ଲାସରେ ୨ କପ ଥଣ୍ଡା କ୍ଷୀର ନେଇ ସେଥିରେ ୪ ଚାମୁଚ ପେଷ୍ଟ ମିଶାନ୍ତୁ। ତାପରେ ଉପରେ କେଶର ଓ ଗୋଲାପ ପାଖୁଡାରେ ସଜାଇ ସର୍ବ କରନ୍ତୁ।
ପାନପତ୍ର ଫ୍ଲେବରର ପାନୀୟ:
ପାନ ପତ୍ରର ବାସ୍ନା କାହାକୁ ବା ଭଲ ନଲାଗେ! ତେବେ ଆସନ୍ତୁ ଚଳିତବର୍ଷ ହୋଲି ଅବସରରେ ପାନପତ୍ର ଫ୍ଲେବର ଟ୍ରାଏ କରିବା। ଏହାକୁ ତିଆରି କରିବା ବହୁତ ସହଜ। ଏଥିପାଇଁ ଆମକୁ ଆବଶ୍ୟକ-
ପାନପତ୍ର - ୨ଟି
ଗୁଜୁରାତି - ୪ଟି
ପାନ ମଧୁରୀ - ଦେଢ ଟେବୁଲ ଚାମଚ
ପିସ୍ତା -୧/୪ କପ୍
କ୍ଷୀର - ୨ କପ୍
ଚିନି - ୨ ଚାମଚ
ପାନପତ୍ର ପାନୀୟ ତିଆରି କରିବା ପାଇଁ ଗୋଟିଏ ଗ୍ରାଇଣ୍ଡର ଜାରରେ ପାନପତ୍ର, ପାନ ମଧୁରୀ, ପିସ୍ତା, ଗୁଜୁରାତିକୁ ଅଧା କପ କ୍ଷୀରରେ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ। ଏବେ ଅବଶିଷ୍ଟ କ୍ଷୀର ମିଶାଇ ପୁଣି ଗ୍ରାଇଣ୍ଡ କରନ୍ତୁ। ଆପଣ ଏହି ମିଶ୍ରଣକୁ ପୂର୍ବରୁ ମଧ୍ୟ ପ୍ରସ୍ତୁତ କରି ରଖିପାରିବେ ଏବଂ ଯେତେବେଳେ ପାନୀୟ ତିଆରି କରିବାକୁ ଚାହିଁବେ, ସେତେବେଳେ ଏହାକୁ କ୍ଷୀରରେ ଫେଣ୍ଟି ସର୍ଭ କରନ୍ତୁ।
ଭାଙ୍ଗ:
ଉପରୋକ୍ତ ସମସ୍ତ ସାମଗ୍ରୀ ବ୍ୟତୀତ, ଲୋକଙ୍କ ସଂଖ୍ୟା ଅନୁଯାୟୀ ଆପଣଙ୍କୁ ଭାଙ୍ଗ (Bhang) ଗୁଳା ନେବାକୁ ହେବ। ୧୦ରୁ ୧୫ଟି ଗୁଳା ୬ ଜଣଙ୍କ ପାଇଁ ଯଥେଷ୍ଟ। ବର୍ତ୍ତମାନ ପାଣି ଏବଂ ଚିନିକୁ ଏକ ପାତ୍ରରେ ପ୍ରାୟ ଦୁଇ ଘଣ୍ଟା ଭିଜାନ୍ତୁ। ସମସ୍ତ ଶୁଖିଲା ସାମଗ୍ରୀକୁ ମଧ୍ୟ ଅଲଗା ପାତ୍ରରେ ଦୁଇ ଘଣ୍ଟା ଭିଜାଇ ରଖିବା ପରେ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।
ବର୍ତ୍ତମାନ ପେଷ୍ଟକୁ ଏକ ମସଲିନ୍ କପଡ଼ାରେ ଛାଣି ତାକୁ କ୍ଷୀର କିମ୍ବା ଚିନି ଓ ପାଣି ମିଶ୍ରଣରେ ମିଶାନ୍ତୁ। ସେଥିରେ ଗୁଜୁରାତି ପାଉଡର ମିଶାଇ ଦୁଇରୁ ତିନି ଘଣ୍ଟା ଫ୍ରିଜରେ ରଖନ୍ତୁ। ପିଇବା ସମୟରେ କଟା ବାଦାମ ମିଶାଇ ସର୍ବ କରନ୍ତୁ।