କାବୁଲ: ଦେଶରେ ଛାୟା ସରକାର ଚଳାଇଥିବା ଆତଙ୍କବାଦୀ ଗୋଷ୍ଠୀକୁ ସମୂଳେ ନାଶ କରିବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଆଫଗାନ ସୁରକ୍ଷା ବଳ। ଏହିକ୍ରମରେ ଗତ ରବିବାର ଦେଶର କନ୍ଧାର ପ୍ରଦେଶରେ ଆତ୍ମଗୋପନ କରିଥିବା ତାଲିବାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ବିମାନ ଆକ୍ରମଣ କରିଛି ଆଫଗାନିସ୍ତାନ ସେନାବାହିନୀ। 


COMMERCIAL BREAK
SCROLL TO CONTINUE READING

ରବିବାର ଦେଶର କନ୍ଧାର ପ୍ରଦେଶରେ (Kandahar Province) ଆଫଗାନ ସେନାବାହିନୀ (Afghan Army) ପକ୍ଷରୁ ହୋଇଥିବା କରାଯାଇଥିବା ବିମାନ ଆକ୍ରମଣରେ (Air Strike) ୮୨ ତାଲିବାନ ଆତଙ୍କବାଦୀ (Taliban Terrorist) ନିହତ ହୋଇଛନ୍ତି। ଆଫଗାନିସ୍ତାନର ୧୦ଟି ପ୍ରଦେଶରେ ଦେଶର ସୁରକ୍ଷା ବଳ ପକ୍ଷରୁ ହୋଇଥିବ ସାମରିକ କାର୍ଯ୍ୟାନୁଷ୍ଠାନରେ ମୋଟ ୧୫୭ ଆତଙ୍କୀ ପ୍ରାଣ ହରାଇଛନ୍ତି।   


Also Read: ସାମରିକ କାର୍ଯ୍ୟାନୁଷ୍ଠାନରେ ଥରହର ଆତଙ୍କବାଦୀ; ୩୫ ମୃତ, ୩୩ ଆହତ           


ଏ ଘଟଣାରେ ପ୍ରତିକ୍ରିୟା ରଖି ପ୍ରଦେଶ ପୋଲିସ ପ୍ରବକ୍ତା କହିଛନ୍ତି ଅରଙ୍ଗଡବ ଜିଲ୍ଲାର କେତେକ ସ୍ଥାନରେ ଶନିବାର ରାତିରେ ଦେଶର ସୁରକ୍ଷା ବଳ ତଲାସୀ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ତାଲିବାନ ସଙ୍ଗଠନର ପ୍ରମୁଖ କମାଣ୍ଡର ସରହଦୀ ସମେତ ୮୨ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨ଟି ଟ୍ୟାଙ୍କ ଏବଂ ଅନେକ ଯାନବାହନକୁ ନଷ୍ଟ କରି ଦିଆଯାଇଛି। ଏହି ସାମରିକ ଅଭିଯାନରେ ଆଫଗାନ ସୁରକ୍ଷା ବଳର କ'ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ। ତାଲିବାନ ପ୍ରଭାବିତ ଜିଲ୍ଲାକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ଲାଗି ଅଭିଯାନ ଜାରି ରଖିଛି ଆଫଗାନିସ୍ତାନ ସେନାବାହିନୀ।     


Also Read: ଆକ୍ରମଣର ବଦଲା ନେଲା ଆମେରିକା; ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଲା ବିଦ୍ରୋହୀ କ୍ୟାମ୍ପ


ଦେଶର ସୁରକ୍ଷା ବଳ ପକ୍ଷରୁ ଚାଲିଥିବା ଆତଙ୍କବାଦ ଦମନ ଅଭିଯାନ ସମ୍ପର୍କରେ ପ୍ରତିକ୍ରିୟା ରଖି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Afghanistan Defense Ministry) ପକ୍ଷରୁ ଟ୍ୱିଟ କରି କୁହାଯାଇଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶର କନ୍ଧାର, ନିଙ୍ଗହର, ଲଗମନ, କୁଅଁର ଫରିୟାବ, କୁନ୍ଦୁଜ, ଲୋଗର, ଘୋର, ବଦଖଶାଂ, ବଲ୍ଖ  ଆଦି ପ୍ରଦେଶରେ ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ-ଏଏନଡିଏସଏଫ (Afghan National Defense and Security Forces-ANDSF) ପକ୍ଷରୁ ଆତଙ୍କବାଦ ଦମନ ଅଭିଯାନ ଜାରି ରହିଛି।             


ଏଏନଡିଏସଏଫ ପକ୍ଷରୁ ଚାଲିଥିବା ଅଭିଯାନରେ ୧୫୭ ଆତଙ୍କବାଦୀଙ୍କ ମତ୍ୟୁ ହେବା ସହ ୪୨ ଆହତ ହୋଇଛନ୍ତି। ଅନ୍ୟପଟେ ଆଫଗାନିସ୍ତାନ ଜାତୀୟ ସେନା-ଏଏନଏ (Afghan National Army -ANA) ଦ୍ୱାରା  ୮୦ କେଜି ଆଇଇଡି (IED) ବିସ୍ଫୋରକକୁ ନଷ୍ଟ କରାଯାଇଛି। ସାମରିକ ଅଭିଯାନ ୧୦ ଲୋକଙ୍କ ଜୀବନ ବଞ୍ଚାଇଛି ଏଏନଏ। 


Also Read: ଆକ୍ରମଣର ବଦଲା ନେଲା ଫ୍ରାନ୍ସ, ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା ୫୦ ଆତଙ୍କୀ ମୁଣ୍ଡ


 


କନ୍ଧାର ପ୍ରଦେଶରେ ଆଫଗାନ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ ତାଲିବାନ ଆତଙ୍କବାଦୀ ସଙ୍ଗଠନ। ପ୍ରାୟ ୨ ବର୍ଷ ପୂର୍ବେ ଆତଙ୍କବାଦୀ ଗୋଷ୍ଠୀ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୫ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଆଫଗାନ ଜାତୀୟ ସେନା। ଏଏନଏ  ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ସେତେବେଳେ ଗ୍ରହଣ କରାଯାଇଥିଲା ଯେତେବେଳେ ଦେଶର ସ୍ୱାଧିନତା ଦିବସ ଅବସରରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।