Flight Service: ଭୁବନେଶ୍ୱର: ସକାଳ ସାଢ଼େ ଆଠଟାରେ ବି  ଦିଲ୍ଲୀ ଆକାଶରେ ମୁହଁକୁ ମୁହଁ ଦେଖିବା କଷ୍ଟକର। ଏହି ହେତୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରର ଆକାଶରେ ଆଜି ୪୩ ବିମାନ ଅବତରଣ କରିବାରେ ବିଳମ୍ବ ହୋଇଛି। ଖାଲି ସେତିକି ନୁହେଁ ୧୧୮ ବିମାନର ଉଡ଼ିଣ ଠିକଣା ସମୟରେ ହୋଇପାରି ନାହିଁ। ଫ୍ଲାଇଟ୍‍ ରାଡାର ସୂଚନାକୁ ଆଧାର କରି ହିନ୍ଦୁସ୍ତାନ ଟାଇମ୍ସ ଖବରକାଗଜ ଏହାକୁ ପ୍ରକାଶ କରିଛି। 


COMMERCIAL BREAK
SCROLL TO CONTINUE READING

ଏହି ତଥ୍ୟ ଅନୁସାରେ ପ୍ରତି ବିମାନର ଉଡ଼ାଣ ପ୍ରାୟ ୨୨ ମିନିଟ ବିଳମ୍ବ ହୋଇଛି। ଠିକ୍‍ ସେହିପରି ଟ୍ରେନ ଚଳାଚଳ ମଧ୍ୟ ବାଧା ପାଇଛି। ଦିଲ୍ଲୀ ଅଭିମୁଖେ ଆସୁଥିବା ତଥା ଦିଲ୍ଲୀରୁ ବାହାରୁଥିବା ୨୮ଟି ଟ୍ରେନ ଆଜି ଆନନ୍ଦ ବିହାର ଏବଂ ଦିଲ୍ଲୀ ଷ୍ଟେସନରୁ ବାହାରିବା ସମ୍ଭବ ହୋଇପାରି ନାହିଁ। ଏପରିକି ୨ରୁ ୯ ଘଣ୍ଟା ଟ୍ରେନ ବିଳମ୍ବ ହୋଇଛି। 


ବିମାନ ଉଡ଼ଧାଣ ପ୍ରଭାବିତ ହେଉଥିବାରୁ ଯାତ୍ରୀମାନଙ୍କୁ ସମ୍ପୃକ୍ତ ବିମାନ ଚଳାଚଳ ଏଜଜେନ୍ସୀ ସହ ସମ୍ପର୍କରେ ରହି ଉଡ଼ାଣ ପାଇଁ ପ୍ରସ୍ତୁତ ହେବାକୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ପକ୍ଷରୁ କୁହାଯାଇଛି। ବାୟୁ ପ୍ରଦୂଷଣ ଏବଂ ଥଣ୍ଡା କାରଣରୁ ଏପରି ପରିସ୍ଥିତି ଦିଲ୍ଲୀରେ ସୃଷ୍ଟି ହୋଇଛି। ଆକାଶରେ ଦୃଶ୍ୟମାନତା ପ୍ରଭାବିତ ହୋଇଥିବାରୁ ଇଣ୍ଡିଗୋ ପକ୍ଷରୁ ଗତକାଲି ସମସ୍ତ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅଧିକ ସମୟ ରଖିବାକୁ କୁହାଯାଇଛି। 


ଦିଲ୍ଲୀରେ ଏବେ ଅତି ଗମ୍ଭୀର ବାୟୁ ଅବସ୍ଥା ଥିବା ସତର୍କତା ଜାରି କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦିଲ୍ଲୀର ସମସ୍ତ ୩୪ ନିରୀକ୍ଷଣ କେନ୍ଦ୍ରରୁ ୩୨ଟି ବାୟୁର ମାନକ ସୂଚକାଙ୍କ ୪୦୦ ପାର୍‍ କରିବାରୁ ଅତ୍ୟନ୍ତ ଗମ୍ଭୀରଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସମୟକୁ ମଧ୍ୟ ଅଲଗା ଅଲଗା ସମୟରେ କରିବା ପାଇଁ ଘୋଷଣା କରିଛନ୍ତି। ଏହିକ୍ରମରେ  କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ୯ଟାରୁ ୫ଟା ୩୦ ଯାଏ ଚାଲିବ। ଦିଲ୍ଲୀ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟର କାର୍ଯ୍ୟ ସମୟ ୧୦ଟାରୁ ୬ଟା ୩୦ ଥିବା ବେଳେ ଦିଲ୍ଲୀ ମୁ୍ୟୁନିସିପାଲିଟିର କାର୍ଯ୍ୟ ସମୟକୁ ସେଢ଼ ୮ଟାରୁ ୫ଟା ଯାଏ ସ୍ଥିର କରାଯାଇଛି।