ଗିରଫ ହେବେ କି ଦୀପ ସିଦ୍ଧୁ: ପଞ୍ଜାବରେ ଦିଲ୍ଲୀ ପୋଲିସର ୨ଟି ଟିମ୍
ଲାଲକିଲ୍ଲା ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି ।
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଦେଖାଦେଇଥିଲା ଭୟଙ୍କର ହିଂସା। ଯେଉଁ ଦୃଶ୍ୟ ସାରା ଦେଶକୁ ଚକିତ କରିଦେଇଥିଲା । ତେବେ ଏହି ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଲାଲକିଲ୍ଲା ହିଂସାକୁ ଉସକାଉଥିବା ନେଇ ବାରମ୍ବାର ଦୀପ ସିଦ୍ଧୁଙ୍କ ନାଁ ଆସୁଥିବା ବେଳେ ଦିଲ୍ଲୀ ପୋଲିସର ୨ଟି ଟିମ ଏବେ ପଞ୍ଜାବରେ ଡ଼େରା ପକାଇଥିବା ଜଣାପଡ଼ିଛି ।
ପୋଲିସ ଅଧିକାରୀଙ୍କ କହିବା କଥା, ଦିଲ୍ଲୀ କ୍ରାଇମବ୍ରାଞ୍ଚ (Delhi CrimeBranch) ର ଏକ ଟିମ୍ ପ୍ରଥମରୁ ପଞ୍ଜାବ (Punjab) ରେ ଉପସ୍ଥିତ ରହିଛନ୍ତି । ଯେଉଁମାନେ ଅଲଗା ଅଲଗା ସ୍ଥାନରେ ଦୀପ ସିଦ୍ଧୁଙ୍କୁ ଧରିବାକୁ ରେଡ ଜାରି ରଖିଛନ୍ତି । ଏହାପରେ ବି ଦିଲ୍ଲୀ ପୋଲିସର ଅନ୍ୟ ୨ଟି ଟିମ୍ ପଞ୍ଜାବରେ ପହଞ୍ଚିଥିବା ନେଇ ସୂଚନା ରହିଛି । ଅଧିକାରୀଙ୍କ କହିବାକଥା, ଖୁବଶୀଘ୍ର ଦୀପ ସିଦ୍ଧୁ(Deep Sidhu)ଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯିବା ନେଇ ଯୋଜନା ଚାଲିଛି । ଖବର ଅନୁଯାୟୀ ପୂର୍ବରୁ ଶିଖ୍ ଫର ଜଷ୍ଟିସ୍ (SFJ) ସହିତ ଲିଙ୍କ ନେଇ ପ୍ରଥମେ ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍ସି ବା (NIA) ଦୀପ ସିଦ୍ଧୁଙ୍କୁ ନୋଟିସ ଜାରି କରିଥିଲା । ସେହିପରି ଦିଲ୍ଲୀ ପୋଲିସ ମଧ୍ୟ ହିଂସା ଘଟାଇଥିବା ମାମଲାକୁ ନେଇ ଲୁକ ଆଉଟ ନୋଟିସ ଜାରି କରିଥିଲା । ହେଲେ ଦୀପ୍ ସିଦ୍ଧୁ ପୋଲିସ (Delhi Police) ନିକଟରେ ହାଜର ହୋଇନଥିଲେ । ହେଲେ ସୋସିଆଲ ମିଡିଆ ଫେସବୁକ (FaceBook) ଜରିଆରେ ନିଜେ ଆତ୍ମସମର୍ପଣ କରିବେ ବୋଲି ପୋଷ୍ଟ କରିଥିଲେ ।
Also Read: ମନ୍ କି ବାତ୍ ରେ ତ୍ରିରଙ୍ଗାର ଅପମାନ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ...
ଏହି ଭିଡିଓରେ ଦୀପ ସିଦ୍ଧୁ ଏକଥାକୁ ବି ସ୍ୱୀକାର କରିଥିଲେ ଯେ, ଯେତେବେଳେ ଲାଲକିଲ୍ଲା (Red Fort) ରେ ନିଶାନ ସାହିବ (Nishan Sahib) ର ଝଣ୍ଡା ଉତ୍ତୋଳନ କରାଗଲା ସେତେବେଳେ ସେ ସେଠାରେ ଉପସ୍ଥିତ ଥିଲେ । ଏକଥା କହିକି ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ସମର୍ଥକ ତ୍ରିରଙ୍ଗାକୁ(National Flag) ସେଠାରୁ ହଟାଇନଥିଲେ । ହେଲେ ନିଶାନ ସାହିବ ପତାକା ଲଗାଇବା ବିରୋଧର ଏକ ହିଂସାତ୍ମକ ତରିକା ଥିଲା ବୋଲି ସେ କହିଛନ୍ତି ।
Also Read: କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ମାମଲା: ପଚରାଉଚରା କରିପାରେ ଦିଲ୍ଲୀ ପୋଲିସ
କେବଳ ସେତିକି ନୁହେଁ ଭିଡିଓରେ ଦିପ ସିଦ୍ଧୁ କହିଥିଲେ କି ମୋ ବିରୋଧରେ ବାରମ୍ବାର ଅପପ୍ରଚାର କରାଯାଉଛି । ମିଥ୍ୟା ଖବର ପ୍ରଚାର କରାଯାଉଛି । ଯାହାକୁ ରୋକିବା ପାଇଁ ମୋତେ ମୁଁହ ଖୋଲିବାକୁ ପଡ଼ିଛି । ମୁଁ ଚାହୁଁନଥିଲି କି ଶ୍ରମିକମାନଙ୍କ ଉପରେ କୌଣସିର ପ୍ରକାର ନକରାତ୍ମକ ପ୍ରଭାବ ପଡ଼ୁ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ବାହାରେ । ମୁଁ ସେଦିନ କେଉଁଆଡ଼େ ଫେରାର ହୋଇନଥିଲି । ମୁଁ ସେଦିନ ସିଂଘୁ ସୀମା (Singhu Border) ରେ ହିଁ ଥିଲି । ମାତ୍ର ମୋତେ ଏକ ଆତଙ୍କବାଦୀ ଭଳି ଉପସ୍ଥାପିତ କରାଯାଉଛି ବୋଲି ସେ ଫେସବୁକ ଲାଇଭରେ କହିଥିଲେ ଦୀପ ସିଦ୍ଧୁ ।