କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ମାମଲା: ପଚରାଉଚରା କରିପାରେ ଦିଲ୍ଲୀ ପୋଲିସ
Advertisement
Article Detail0/zeeodisha/odisha838770

କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ମାମଲା: ପଚରାଉଚରା କରିପାରେ ଦିଲ୍ଲୀ ପୋଲିସ

ସାଧାରଣତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଟ୍ରାକ୍ଟର ପରେଡ ସହ ଜଡିତ ମିଥ୍ୟା ତଥ୍ୟ ପୋଷ୍ଟ କରିଥିବା ନେଇ ଏହି ମାମଲାରେ ଅଭିଯୋଗ କରାଯାଇଛି । 

କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ମାମଲା: ପଚରାଉଚରା କରିପାରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶଶି ଥରୁର ଓ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କ ନାଁରେ ଥାନାରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ଏହି ମାମଲା ଦିଲ୍ଲୀର ଆଇପି ଇଷ୍ଟେଟ୍ ପୋଲିସ୍ ଷ୍ଟେସନରେ ଦାୟର କରାଯାଇଛି। ସାଧାରଣତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଟ୍ରାକ୍ଟର ପରେଡ ସହ ଜଡିତ ମିଥ୍ୟା ତଥ୍ୟ ପୋଷ୍ଟ କରିଥିବା ନେଇ ଏହି ମାମଲାରେ ଅଭିଯୋଗ କରାଯାଇଛି । ଏହାପୂର୍ବରୁ ନୋଏଡା ଠାରେ ସମସ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଯେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡରେ ଚାଷୀଙ୍କ ପ୍ରଦର୍ଶନ ହିଂସାତ୍ମକ ହୋଇପଡିଥିଲା। ଯାହାକୁ ନେଇ ସାରା ଦେଶ ଚକିତ ହୋଇପଡ଼ିଥିଲା ।

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର  (Congress leader Shashi Tharoor) ଙ୍କ ବ୍ୟତିତ ପ୍ରତିଷ୍ଠିତ ଗଣମାଧ୍ୟମର ଅନେକ ବରିଷ୍ଠ ସାମ୍ବାଦିକ (Senior Journalist) ଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସମସ୍ତେ ଏହି ଖବର ପ୍ରଚାର କରି ସମାଜରେ ଅସ୍ଥିରତା ଆଣିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଇଛି । ଦିଲ୍ଲୀ ପୋଲିସ (Delhi Police) ର ସୂଚନାନୁସାରେ, ସେମାନଙ୍କୁ ଆଇପିସି (IPC) ର ବିଭିନ୍ନ ବିଭାଗରେ ଥିବା ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର ଏବଂ ଶତ୍ରୁତାକୁ ପ୍ରୋତ୍ସାହିତ କରିଥିବା ନେଇ ସଙ୍ଗୀନ ଦଫା ଲାଗିଛି । ଆଇପିସି ଧାରା ୧୫୩ , ୫୦୪ , ୫୦୫ ଏବଂ ୧୨୦ ଉପଧାରା ଅନୁଯାୟୀ ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ପୋଲିସ ତାର ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ନେତା ଓ ସାମ୍ବାଦିକଙ୍କୁ ପଚରାଉଚରା କରିବା ନେଇ ମଧ୍ୟ ସୂଚନା ରହିଛି ।

Also Read: ଚିରାଗ ପାସୱାନଙ୍କ ଏନଡିଏରୁ ମୋହ ଭଙ୍ଗ, ଏବେ ଆଉ ପିଏମ ମୋଦିଙ୍କ ପ୍ରଶଂସକ ନୁହଁନ୍ତି ସେ!

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆଇପି ଇଷ୍ଟେଟ୍ ପୋଲିସ ଷ୍ଟେସନରେ ଦିଲ୍ଲୀର ମାତା-ସୁନ୍ଦରୀ ରୋଡ ନିବାସୀ ଚିରଞ୍ଜୀବଙ୍କ ଦ୍ୱାରା ଶଶି ଥରୁର ଏବଂ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ତାଙ୍କ ଅଭିଯୋଗ ଅନୁସାରେ, ଜାନୁଆରୀ ୨୬ ରେ ହୋଇଥିବା ଟ୍ରାକ୍ଟର (Tractor Accident) ଦୁର୍ଘଟଣାରେ ଜଣେ କୃଷକଙ୍କ ମୃତ୍ୟୁ ପରେ ଏମାନେ ସମସ୍ତେ ଭୁଲ ପ୍ରଚାର କରି ଲେଖିଥିଲେ ଯେ, ପୋଲିସ ଗୁଳିରେ ଚାଷୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗକାରୀ କହିଛନ୍ତି ,ଯେ ତାଙ୍କର ଭୁଲ ଟ୍ୱିଟ୍ (Wrong Tweet) ଯୋଗୁଁ ସେଦିନ ଏକ ହିଂସାର ବାତାବରଣ ଦେଖାଦେଇଥିଲା ।

Also Read: 'ଭାରତ ଉପରେ ଭରସା ରହିଛି, ଦୂତାବାସ ସୁରକ୍ଷା ନିଶ୍ଚିତ କରିବ'

ସୂଚନାନୁସାରେ, ସାଧାରଣତନ୍ତ୍ର ଦିବସ (Republic Day) ରେ ଟ୍ରାକ୍ଟର ପରେଡ (Tractor Parade) ରେ ଦେଖିବାକୁ ମିଳିଥିଲା ଚାଷୀ ଙ୍କ ହିଂସାତ୍ମକ ପ୍ରଦର୍ଶନ । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ନିଜର ସବୁ ସୀମା ପାର୍ କରି ଲାଲକିଲ୍ଲା (Red Fort) ରେ ଧସେଇ ପଶି ଏକ ଧାର୍ମିକ ପତାକା ଲଗାଇଥିଲେ ଯେଉଁଠାରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି । ଆଉ ଏହାକୁ ବିରୋଧ କରିବାକୁ ଯାଇ ସେଦିନ ଦେଶ ଦେଖିଥିଲା ଏକ ହିଂସାତ୍ମକ ପ୍ରଦର୍ଶନ।