କାବୁଲ: ବିସ୍ଫୋରଣରେ କମ୍ପିଉଠିଛି ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ରାଜଧାନୀ କାବୁଲ। ଶନିବାର ଏହି ସହରର ପଶ୍ଚିମ ଭାଗରେ ଅବସ୍ଥିତ ଏକ ସ୍କୁଲ ଠାରେ ହୋଇଥିବା ବିସ୍ଫୋରଣରେ ୨୫ ଜଣଙ୍କ ମତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ଅନେକ ଯୁବ ବିଦ୍ୟାର୍ଥୀ ରହିଥିବା କହିଛନ୍ତି ଆଫଗାନ ସରକାରଙ୍କ ପ୍ରବକ୍ତା।


COMMERCIAL BREAK
SCROLL TO CONTINUE READING

ଏନେଇ ଆଫଗାନିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ (Afghanistan Interior Ministry) ପ୍ରବକ୍ତା ତାରିକ ଆରିୟାନ କହିଛନ୍ତି ଦେଶର ରାଜଧାନୀରେ ହୋଇଥିବା ବିସ୍ଫୋରଣରେ ୨୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସହରର ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେଠାରେ ସଂଖ୍ୟାଲଘୁ (Afghan Minority) ହଜରା ସମୁଦାୟର (Hazara Comunity) ଲୋକ ବସବାସ କରିଥାନ୍ତି। ବିଗତ କିଛି ମାସ ଧରି ସେମାନଙ୍କ ବିରୁଦ୍ଧରେ ଆକ୍ରମଣ ଜାରି ରହିଛି। 


Also Read: ବିଦ୍ରୋହୀଙ୍କ ଆକ୍ରମଣରେ ଟଳିପଡିଲେ ଚାଦ ରାଷ୍ଟ୍ରପତି


କାବୁଲ (Kabul) ଠାରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ସହରର ପଶ୍ଚିମ ଭାଗରେ ଅବସ୍ଥିତ ଦଶ୍ତ ଏ ବାର୍ଚି ସ୍କୁଲ ସୈୟଦ ଅଲ ଶାହଦା ବାହାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ସମୟରେ ସେଠାରେ ବିସ୍ଫୋରଣ ହୋଇଥିଲା। ଯେତେବଳେ ଏହି ବିସ୍ଫୋରଣ ହୋଇଥିଲା ସେତେବେଳେ ସାଧାରଣ ଲୋକ ଇଦ ଉଲ ଫିତର (Eid al Fitr) ପର୍ବ ଲାଗି ବିଭିନ୍ନ ମାର୍କେଟିଂ କରୁଥିଲେ।   


Also Read: ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ


ଆଫଗାନିସ୍ତାନର ରାଜଧାନୀରେ ହୋଇଥିବା ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ସହରର ଯେଉଁସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ହଜରା ସମୁଦାୟର ଲୋକ ବସବାସ କରିଥାନ୍ତି। ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ବିରୁଦ୍ଧରେ ଆତଙ୍କବାଦୀ ସଙ୍ଗଠନ (Terrorist Organisation) ଇସଲାମିକ ଷ୍ଟେଟ (Islamic State) ପକ୍ଷରୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି।