ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ
Advertisement

ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ

ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ରକେଟ ମାଡରେ ୯ ଆଫଗାନୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ ଆହତ ହୋଇଛନ୍ତି।

ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ

କ୍ୱେଟା: ନିୟନ୍ତ୍ରଣ ସୀମା ରେଖା ଅସ୍ତ୍ରବିରତି ଉଲଂଘନ କରି ଭାରତ ପକ୍ଷରୁ ମୁହଁତୋଡ ଜବାବ ମିଳିବା ପରେ ଏବେ ଯୁଦ୍ଧ ଆଫଗାନିସ୍ତାନକୁ ଟାର୍ଗେଟ କରିଛି ଆତଙ୍କବାଦୀଙ୍କ ପୃଷ୍ଠ ପୋଷକ ପାକିସ୍ତାନ । ଏହି ଦେଶରେ ଏକ ଆବାସିକ ଅଞ୍ଚଳ ଉପରେ ରକେଟ ମାଡରେ ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ରକେଟ ମାଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି।             

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ପାକିସ୍ତାନୀ ସେନା ଗୁରୁବାର ସୀମାନ୍ତବର୍ତ୍ତୀ ସହର ସ୍ପିନବୋଲଡାକରେ ରକେଟ ଉପରେ ଆକ୍ରମଣ କରିଥିଲା । ଏନେଇ ଆଫଗାନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣ ପରେ ଦେଶର ଦକ୍ଷିଣ ପଶ୍ଚିମ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହା ସହିତ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି ।   

ଏ ଘଟଣାରେ ପ୍ରତିକ୍ରିୟା ରଖି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଫଗାନିସ୍ତାନ ସୁରକ୍ଷା ବାହିନୀ ବିନା ଉତ୍ତେଜନାରେ ନିରୀହ ନାଗରିକ ଏବଂ ପାକିସ୍ତାନୀ ସୈନ୍ୟଙ୍କ ଉପରେ ଗୁଳି ଚଳାଇଥିଲା।  ଏହା ପରେ ପାକିସ୍ତାନୀ ସେନା ଏହାର ଜବାବ ଦେବାକୁ ଯାଇ ଏହି ଆକ୍ରମଣର ପ୍ରତିଶୋଧ ନେଇଥିଲା ।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି, ପାକିସ୍ତାନ ସେନା ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଆଫଗାନିସ୍ତାନ ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପାକିସ୍ତାନର ସେନା ଆଫଗାନିସ୍ତାନରେ ରକେଟ୍ ଆକ୍ରମଣ ଜାରି ରଖେ, ଆଫଗାନ ସେନା ଦ୍ୱାରା ଏହାର ପ୍ରତିଶୋଧ ନିଆଯିବ। ଯଦିଓ ଉଭୟ ପାର୍ଶ୍ୱରୁ ଉତ୍ତେଜନା କମିନାହିଁ, ଆଫଗାନିସ୍ତାନର ସୁରକ୍ଷା ବାହିନୀ ମଧ୍ୟ ସୀମାରେ ସାମରିକ ଉପସ୍ଥିତିକୁ ବଢାଇ ଦେଇଛି।

ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ପାକିସ୍ତାନ ସେନା କିମ୍ବା ପାକ ସମର୍ଥିତ ଆତଙ୍କବାଦୀ ନିରୀହ ଆଫଗାନୀଙ୍କୁ ଟାର୍ଗେଟ କରି ରକ୍ତର ନଦୀ ବୁହାଇ ଦେଇଛନ୍ତି। ବକ୍ରି ଇଦ ପୂର୍ବରୁ ଏପରି ଆକ୍ରମଣକୁ ସବୁଆଡେ ନିନ୍ଦା କରାଯାଉଛି । ଏହା ପରେ ପାକିସ୍ତାନ କହିଛି ସାମରିକ ଏବଂ କୂଟନୈତିକ ସ୍ତରରେ ଏହି ବିବାଦର ସମାଧାନ କରାଯିବ । ତାଲିବାନ ଆତଙ୍କବାଦୀଙ୍କ ଶିକାର ହୋଇ ଧ୍ୱଂସପ୍ରାୟ ଅବସ୍ଥାରେ ଆଫଗାନିସ୍ତାନ ଭାରତ ସହାୟତାରେ ନିଜର ପୁରୁଣା ଗୌରବ ଫେରିବା ରାସ୍ତାରେ ଅଗ୍ରସର ହେଉଛି, ମାତ୍ର ଆତଙ୍କବାଦୀ ପୃଷ୍ଠପୋଷକ ପାକିସ୍ତାନ ସେଠାରେ ଶାନ୍ତି ଚାହୁଁନାହିଁ ।