ଦେଶର କାନେମ ପ୍ରଦେଶରୁ ୧୫୦ ବିଦ୍ରୋହୀ ଧରାପଡିଥିଲେ।
Trending Photos
ନୂଆଦିଲ୍ଲୀ: ବିଦ୍ରୋହୀଙ୍କ ଆକ୍ରମଣରେ ଆହତ ହୋଇ ପ୍ରାଣ ହରାଇଛନ୍ତି ଚାଦ ରାଷ୍ଟ୍ରପତି ଇଦ୍ରିସ ଡେବୀ ଇତୋନ। ମଙ୍ଗଳବାର ଦେଶର ରାଷ୍ଟ୍ରୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଚାଦ ସେନା ପ୍ରବକ୍ତା ଜେନରାଲ ଅଜୀମ ବର୍ନମନଡୋଆ ଅଗୁନା କହିଛନ୍ତି ବିଦ୍ରୋହୀ ହମଲାରେ ରାଷ୍ଟ୍ରପତି ଡେବ୍ରୀଙ୍କ ନିଧନ ହୋଇଛି। ଦେଶର ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାଇ ସେ ଶହୀଦ ଦୋଇଛନ୍ତି।
ଲଗାତାର ଭାବେ ୬ ଥର ପାଇଁ ଚାଦ ରାଷ୍ଟ୍ରପତି (Chad President) ଭାବେ ଇଦ୍ରିସ ଡେବୀ ଇତୋନ (Idriss Deby Itno)। ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜେନେରାଲ ମହମତ କାକାଙ୍କୁ ଦେଶର ଅନ୍ତରୀଣ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିବା ନେଇ ଜଣାଇଛନ୍ତି ସେନା ପ୍ରବକ୍ତା ଜେନରାଲ ଅଜୀମ ବର୍ନମନଡୋଆ ଅଗୁନା।
Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ
ନିର୍ବାଚନରେ ବାଜିମାତ କରିବା ପରେ ସେ ନିଜର ବିଜୟୀ ଅଭିଭାଷଣକୁ ବନ୍ଦ କରି ଦେଶର ସୈନିକଙ୍କ ସହ ସାକ୍ଷାତ କରିଥିଲେ। ଯେଉଁମାନେ ଦେଶର ସରକାରଙ୍କ ବିରୁଦ୍ଧରେ ସଂଘର୍ଷ କରୁଥିବା ବିଦ୍ରୋହୀଙ୍କ ମୁକାବିଲା କରୁଛନ୍ତି। ପଡୋଶୀ ଲିବ୍ୟାକୁ ଲାଗିଥିବା ଦେଶର ଉତ୍ତର ସୀମାନ୍ତବର୍ତ୍ତୀ ଅଞ୍ଚଳରେ (Libya-Chad Border) "ଫ୍ରଣ୍ଟ ଆଣ୍ଡ ଚେଞ୍ଜ ଆଣ୍ଡ କନକର୍ଡ" (Front and Change and Concord) ନାମକ ବିଦ୍ରୋହୀ ଗୋଷ୍ଠୀ (Rebel Group) ଦେଶର ବର୍ଡର ପୋଷ୍ଟ (Border Post) ଠାରେ ଆକ୍ରମଣ କରିଥିଲା। ଗତ ଶନିବାର ଚାଦ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୩ ଶହ ବିଦ୍ରୋହୀ ପ୍ରାଣ ହରାଇଥିଲେ ଏବଂ ଦେଶର କାନେମ ପ୍ରଦେଶରୁ ୧୫୦ ବିଦ୍ରୋହୀ ଧରାପଡିଥିଲେ।
Also Read: ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ; ୩୯ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ
ଗତ ୧୯୯୦ ମସିହାରେ ହୋଇଥିବା ଏକ ବିଦ୍ରୋହ ପରେ ଏହି ଆଫ୍ରିକୀୟ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ ଇଦ୍ରିସ ଡେବୀ ଇତୋନ। ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ହିସେନ ହବେରଙ୍କୁ ବିଦ୍ରୋହୀ ଗାଦିଚ୍ୟୁତ କରିବା ପରେ ସେ ଦେଶର ଶାସନ ଦାୟିତ୍ୱ ନେଇଥିଲେ। କ୍ଷମତାସୀନ ହେବା ପରେ ତାଙ୍କୁ ଅନେକ ସଶସ୍ତ୍ର ବିଦ୍ରୋହର ସାମ୍ନା କରିବାକୁ ପଡିଥିଲା। ଏହା ସତ୍ତ୍ୱେ ସେ କ୍ଷମତାରେ ରହିଥିଲେ। ତାଙ୍କ ବିରୁଦ୍ଧରେ "ଫ୍ରଣ୍ଟ ଆଣ୍ଡ ଚେଞ୍ଜ ଆଣ୍ଡ କନକର୍ଡ" ନାମକ ବିଦ୍ରୋହୀ ଗୋଷ୍ଠୀ ବିଦ୍ରୋହ ଜାରି ରଖିଥିଲା।
Also Read: ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ
ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରେ ଲଗାତାର ଭାବେ ଷଷ୍ଠ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ସେ। ଗତ ସୋମବାର ହୋଇଥିବା ଭୋଟ ଗଣତିରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।