ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ବିବାଦୀୟ ଟ୍ୱିଟ କରି ଏବେ ହରଡଘଣାରେ କିଛି ବ୍ୟକ୍ତିବିଶେଷ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଅପ୍ରିତିକର ବୟାନ ଦେଇଥିବାରୁ  ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଇଟି ମନ୍ତ୍ରାଳୟ ୨୫୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ ପରେ ତୁରନ୍ତ ସେସବୁ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା ସୂଚନା ରହିଛି ।


COMMERCIAL BREAK
SCROLL TO CONTINUE READING

#ModiPlanningFarmerGenocide ର ହ୍ୟାସଟ୍ୟାଗ ଟ୍ୱିଟରରେ ଟ୍ରେଣ୍ଡ କରିଥିଲା । ଏଥିରେ କିଛିଟା ଆକାଉଣ୍ଟ ବିଦେଶରୁ ମଧ୍ୟ କାର୍ଯ୍ୟକାରୀ କରାଯାଉଥିଲା । ସସପେଣ୍ଡ ହୋଇଥିବା ଆକାଉଣ୍ଟ ଟ୍ୱିଟ କିଷାନ ୟୁନିୟନ (Kishan Union) ଓ କିଷାନ ନେତାଙ୍କ ସମ୍ବନ୍ଧୀୟ ରହିଥିଲା । ତେବେ ବିବାଦ ବଢିବା ପରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ, IT ମନ୍ତ୍ରାଳୟ ଟ୍ୱିଟରକୁ ନିର୍ଦ୍ଦେଶ ଜାରି କରିଥିଲା ।


Also Read: ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ! 


ଏକ ଖବର ସରବରାହ ସଂସ୍ଥାର ମାଗାଜିନ୍ ଓ ଆକ୍ଟର ସୁଶାନ୍ତ ସିଂଙ୍କ ଟ୍ୱିଟର (Twitter) ହ୍ୟାଣ୍ଡେଲ ଉପରେ ରୋକ ଲଗାଯାଇଛି । କାରବାନ ମାଗାଜିନ୍ (Caravan magazine) ନାଁରେ ଦିଲ୍ଲୀ ପୋଲିସ ମିଥ୍ୟା ଖବର ପ୍ରସାରିତ କରିବା ଅଭିଯୋଗରେ ମାମଲା ରୁଜୁ କରିଛି । ସେପଟେ ଅଭିନେତା ସୁଶାନ୍ତ ସିଂ( Sushant Singh) ଲଗାତାର ଭାବେ ଚାଷୀଙ୍କୁ ସମର୍ଥନକୁ ନେଇ ଟ୍ୱିଟ କରିବା ସହ ଭୁଲ ତଥ୍ୟ ବି ପ୍ରଚାର ପ୍ରସାର କରୁଥିଲେ । ସେଥିପାଇଁ ତାଙ୍କ ଆକାଉଣ୍ଟ ବ୍ଲକ୍ ହେବା ପରେ ସେ ଆଉ ଏକ ନୂଆ ଆକାଉଣ୍ଟ (New Account Of Sushant Singh)  ଖୋଲିଥିବା ମଧ୍ୟ ସୂଚନା ରହିଛି । ସେହିପରି ପ୍ରସାର ଭାରତୀ CEO ଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ସସପେଣ୍ଡ କରାଯାଇଛି । ସୂତ୍ର ଅନୁସାରେ, ଦେଶରେ ଶୃଙ୍ଖଳିତ ଆଇନ ବ୍ୟବସ୍ଥାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।


Also Read: Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର


ସୂଚନାଯୋଗ୍ୟ, ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି କୃଷକ ମାନେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ (Agriculture Law) କୁ ଜୋରଦାର ବିରୋଧ କରୁଛନ୍ତି । ଯାହାକୁ ନେଇ ସିଂଘୁ, ଗାଜିପୁର ଓ ଟିକରୀ ସୀମାରେ ଏବେ ବି ଚାଷୀଙ୍କ ସମାବେଶ ଲାଗି ରହିବା ସହ ବିପୁଳ ମାତ୍ରାରେ ସୁରକ୍ଷା ବଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ।