Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର
Advertisement
Article Detail0/zeeodisha/odisha839976

Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର

ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ୪ ଲକ୍ଷ ୭୮ ହଜାର ୧୯୬ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଅଭଭାଷଣ ରଖିବା ସମୟରେ  ପ୍ରତିରକ୍ଷା ବ୍ୟୟ ଭାର ବଢିଥିବା ନେଇ ଜଣାଇଛନ୍ତି ଅର୍ଥମନ୍ତ୍ରୀ। କେନ୍ଦ୍ରରେ କ୍ଷମତାସୀନ ହେବା ପର ଠାରୁ ମୋଦି ସରକାର କ୍ରମାଗତ ଭାବେ ୭ ବର୍ଷ ଲାଗି ଦେଶର ସାମରିକ ବଜେଟକୁ  ବୃଦ୍ଧି କରିଛନ୍ତି।    

ବଜେଟ ଭାଷଣ ରଖିବା ସମୟରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ୪ ଲକ୍ଷ ୭୮ ହଜାର ୧୯୬ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଯଦି ଏଥିରୁ ପୂର୍ବତନ ସାମରିକ କର୍ମଚାରୀଙ୍କୁ ମିଳୁଥିବା ପେନସେନ ରାଶିକୁ ହଟାଇ ଦିଆଯାଏ ତାହେଲେ ଏହାର ପରିମାଣ ୩.୬୨ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ  ତୁଳନାରେ ଏଥର ପ୍ରତିରକ୍ଷା ବଜେଟ ୭.୪ ପ୍ରତିଶତ ବୃଦ୍ଧି ପାଇଛି।    

Also Read: Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର

 

ବିଗତ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଦି ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଲାଗି ୪.୭୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଯାହା ଚଳିତ ବର୍ଷ ୪.୭୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷର ପେନସନ ରାଶିକୁ ବାଦ ଦେଲେ ଏହାର ପରିମାଣ ୩.୩୭ ଲକ୍ଷ କୋଟି ଟଙ୍କା ରହିଥିଲା। ଯାହା ଏ ବର୍ଷ ୩.୬୨ ଲକ୍ଷକୁ ବୃଦ୍ଧି ପାଇଛି।  

ଜାଣନ୍ତୁ ବିଗତ ୭ ବର୍ଷ ମଧ୍ୟରେ ପ୍ରତିରକ୍ଷା ଲାଗି ଆବଣ୍ଟିତ ହୋଇଥିବା ହୋଇଥିବା ବଜେଟ ପରିମାଣ 

  • ୨୦୧୪: ୨.୨୯ ଲକ୍ଷ କୋଟି
  • ୨୦୧୫: ୨.୪୭ ଲକ୍ଷ କୋଟି
  • ୨୦୧୬: ୩.୪୧ ଲକ୍ଷ କୋଟି
  • ୨୦୧୭:  ୩.୬ ଲକ୍ଷ କୋଟି
  • ୨୦୧୮:  ୪.୦୪ ଲକ୍ଷ କୋଟି
  • ୨୦୧୯:  ୪.୩୧ ଲକ୍ଷ କୋଟି 
  • ୨୦୨୦:  ୪.୭୧ ଲକ୍ଷ କୋଟି
  • ୨୦୨୧: ୪.୭୮ ଲକ୍ଷ  କୋଟି