ଟ୍ରେନ୍ ଟ୍ରାକରେ ରିଲ୍ସ ବନେଇବା ହେଲା କାଳ, ଚାଲିଗଲା ୩ ଜୀବନ
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳ ଧାରଣାରୁ ତିନିଜଣଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ନୂଆଦିଲ୍ଲୀ: ବର୍ତ୍ତମାନ ଅଧିକାଂଶ ଲୋକେ ସେଲଫି ମାୟାରେ ବାୟା । ରିଲସ୍ ତିଆରି ପାଇଁ ଅନେକ ବିପଦର ସାମ୍ନା କରୁଛନ୍ତି କିଛି ବ୍ୟକ୍ତି । ଏପରିକି ଅନେକ ସମୟରେ ରିଲସ୍ ବନାଇବା ଜୀବନ ପାଇଁ କାଳ ସାଜୁଛି । ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ । ରେଲୱେ ଟ୍ରାକରେ ଦୁଇ ବର୍ଷର ନିରୀହ ପିଲା ସହିତ ରିଲସ୍ ତିଆରି କରୁଥିଲେ ସ୍ୱାମୀ ଓ ସ୍ତ୍ରୀ । ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳ ଧାରଣାରୁ ତିନିଜଣଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଖବର ମୁତାବକ, ମୃତକଙ୍କ ମଧ୍ୟରେ ରହିଛନ୍ତି ୩୦ ବର୍ଷିୟ ମହମ୍ମଦ, ୨୪ ବର୍ଷିୟା ପତ୍ନୀ ନଜମିନ ଏବଂ ୨ ବର୍ଷର ନିରୀହ ଶିଶୁ ଆକ୍ରାମ । ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଏକ ମେଳାରେ ବୁଲିବା ପରେ ସମସ୍ତେ ଟ୍ରେନ୍ ଧରିବା ପାଇଁ ତେଲ ରେଳ ଷ୍ଟେସନକୁ ଆସିଥିଲେ। ଏହି ସମୟରେ ରେଳ ଧାରଣାରେ ନିର୍ମିତ ବ୍ରିଜ୍ ନିକଟରେ ରିଲସ୍ ତିଆରି କରୁଥିଲେ । ଠିକ୍ ସେହି ସମୟରେ ଦୃତ୍ତଗାମୀ ଟ୍ରେନ୍ ଏହି ତିନିଜଣଙ୍କୁ ଧକ୍କା ଦେଇଥିଲା । କିଛି ବୁଝିବା ପୂର୍ବରୁ ରେଳ ଧାରଣା ରକ୍ତାକ୍ତ ହୋଇସାରିଥିଲା
Also Read- Grah Gochar 2024: ସୂର୍ଯ୍ୟ ଏବଂ ବୃହସ୍ପତିର ପ୍ରଭାବ, ଶୀଘ୍ର ଧନୀ ହେବେ ଏହି ୩ ରାଶିର ବ୍ୟକ୍ତି
Also Read- ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା