ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା
Advertisement
Article Detail0/zeeodisha/odisha2425611

ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା

ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ପ୍ରାୟ ୧୬ ରୁ ୧୭ ଲକ୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧୀକାରୀ ଚିନ୍ହଟ ହୋଇ ସାରିଲେଣି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା

ଭୁବନେଶ୍ଵର: ରାଜ୍ୟରେ ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଇ-କେୱାଇସି ପ୍ରକ୍ରିୟା ଗତ ଅଗଷ୍ଟ ମାସ ୨୨ ତାରିଖରୁ ଆରମ୍ଭ ହୋଇଛି । ଡିସେମ୍ବର ମାସ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ପ୍ରାୟ ୧୬ ରୁ ୧୭ ଲକ୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧୀକାରୀ ଚିନ୍ହଟ ହୋଇ ସାରିଲେଣି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଆଗକୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ।  ଇ-କେୱାଇସି ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆସିବା ଆବଶ୍ୟକ ନାହିଁ । ସେମାନେ ନିଜ ସ୍ଥାନରେ ରହି ମଧ୍ୟ ଇ-କେୱାଇସି କରି ପାରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Also Read- Grah Gochar 2024: ସୂର୍ଯ୍ୟ ଏବଂ ବୃହସ୍ପତିର ପ୍ରଭାବ, ଶୀଘ୍ର ଧନୀ ହେବେ ଏହି ୩ ରାଶିର ବ୍ୟକ୍ତି

Also Read- ପ୍ରଥମ ପତ୍ନୀଙ୍କ ସହ ଅଭିନେତା ମନୋଜଙ୍କ ଏହି ଫଟୋ ହେଉଛି ଭାଇରାଲ୍