Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ୍ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। କାର୍ କୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି,  ଆହ୍ଲାବାଦ ବିଶ୍ବ ବିଦ୍ୟାଳୟର ଅର୍ଥନୀତି ବିଭାଗ ସହକାରୀ ପ୍ରଫେସର୍  ଅନୁପ୍ କୁମାର, ଏବଂ ତାଙ୍କ ପିତା ସୁରେନ୍ଦ୍ର ପ୍ରତପ ସିଂ ଓ ତାଙ୍କର ଆଉ ଜଣେ ସମ୍ପର୍କୀୟ ଭୋଳା ସିଂ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ବିହାରର ଗୟା ଠାରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି


ସୂଚନା ଅନୁସାରେ,  ଅନୁପ୍ କୁମାର ଓ ତାଙ୍କ ପିତା ଆଉ ଭାଇଙ୍କ ସହ ଝାରଖଣ୍ତରୁ କାର୍ ଯୋଗେ ବିହାର ଯାଉଥିଲେ। କିନ୍ତୁ ଗୟା ଠାରେ ତାଙ୍କ୍ କରଟି ପହଞ୍ଚି ଥିବା ବେଳେ ହଠାତ୍ ଏକ ଟ୍ରକ୍ ଆସି ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଟ୍ରକ୍ ଟିକୁ ଜବତ୍ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍। 


ନିକଟରେ, ଏଭଳି ଏକ ଛାତିଥରା ଦୁର୍ଘଟଣା, ଉତ୍ତରାଖଣ୍ଡର ନୈନିତାଲରେ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଗତ ବୁଧବାର ଦିନ ରାତିରେ କୌଣସି ଏକ କାମରେ ୧୦ ଜଣ ଲୋକେ ଏକ କାରରେ କାଂଶ୍ୟୁର ରୁ ପୋଟଲଟ୍ ଯାତ୍ରା କରୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ  ହଠାତ୍ ଭାରସାମ୍ୟ ହରାଇ କାରଟି ପୋଟଲଟର ଓଖଲାଖଣ୍ତାରେ ରାସ୍ତାରେ ଥିବା ରାସ୍ତାର ଗାତ (ଖାଇ) କୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛି।ତେବେ, ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ରାମ ସିଂ କାଇରା (MLA Ram Singh Kaira) ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ଦୁର୍ଘଟଣାଟି ନୈନିତାଲ ସହର ଠାରୁ ୮୦ କିଲୋମଟିରର ଦୂରରେ ଘଟିଛି। ମୃତକମାନେ ହେଲେ ଗାଡି଼ ଚାଳକ,ଭୁବନ ଚନ୍ଦ୍ର ଭଟ୍ଟ(୪୦), ଉମେଶପରଗାନି(୩୮), କବିତା ପରଗାନି(୧୩) ପାର୍ବତୀ ଦେବୀ(୩୩), ମହେଶ ଚନ୍ଦ୍ର ପାରଗାନାଇ(୩୬) ଓ ରମେଶଙ୍କ ଝିଅ (୨୫)।  ଅଧିକାଂଶ ମୃତକଙ୍କ ଘର ଭଦ୍ରୋକଟରେ ହୋଇଥିବା ସୂଚନା ମିଳିଛି।